www.samajalive.in
Saturday, December 6, 2025
15.1 C
Bhubaneswar

ବିଦ୍ୟାଳୟ ବନ୍ଦ ନକରିବା ପାଇଁ ଦାବିପତ୍ର ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପଂଚାୟତ ଅନ୍ତର୍ଗତ ସୁନ୍ଦରପଙ୍କା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନକରିବା ପାଇଁ ଦାବି କରି ଆଜି ବିଦ୍ୟାଳୟ ଶିକ୍ଷା କମିଟି ଓ ଗ୍ରାମବାସୀମାନେ ଲିଖିତ ଭାବେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାରିଙ୍ଗବାଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପ୍ରକାରେ, ବିଦ୍ୟାଳୟ ଉଠିଯିବା ଦ୍ୱାରା ଗ୍ରାମରେ ଥିବା ପିଲାମାନେ ପାଠ ପଢାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଉକ୍ତ ବିଦ୍ୟାଳୟ ବନ୍ଦ ହୋଇଗଲେ ଗ୍ରାମଠାରୁ ୬ କିଲୋମିଟର ଦୂରରେ ଥିବା ମେରାମାହା ଗ୍ରାମକୁ ଯିବାକୁ ପଡ଼ିବ।୬ କିଲୋମିଟର ରାସ୍ତା ମଧ୍ୟରେ ଜଙ୍ଗଲ ଓ ନଦୀ ପାର ହୋଇ ଯିବାକୁ ପଡ଼ିବ। ଯାହାକୁ ପିଲାଙ୍କ ପାଇଁ ଅସମ୍ଭବ। ଏଣୁ ସୁନ୍ଦରପଙ୍ଗା ବିଦ୍ୟାଳୟକୁ ନ ଉଠାଇବାକୁ ଦାବି କରି କମିଟି ସଭାପତି ସରୋଜ କାର୍ଜି ମାଝୀ , ବ୍ରାହ୍ମଣୀଗାଁର ପୂର୍ବତନ ସରପଂଚ ନଲମତି ମଲିକ ଓ ଗ୍ରାମବାସୀମାନେ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories