www.samajalive.in
Saturday, December 6, 2025
14.1 C
Bhubaneswar

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପିଏମ୍‌ଏସ୍‌ ଛାତ୍ରବୃତ୍ତି ହ୍ରାସ ପ୍ରତ୍ୟାହାର ପାଇଁ ଦାବି

ଭୁବନେଶ୍ବର: ଯୁକ୍ତ ଦୁଇ, ଯୁକ୍ତ ତିନି, ଆଇଟିଆଇ, ପିଜି, ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମଗୁଡ଼ିକରେ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରବର୍ତ୍ତି ଛାତ୍ରବୃତ୍ତି (ପିଏମ୍‌ଏସ୍‌)ପ୍ରଦାନ କରାଯାଉଛି। ଯେଉଁ ଛାତ୍ରଛାତ୍ରୀଙ୍କ ପରିବାର ବାର୍ଷିକ ଆୟ ୨.୫ଲକ୍ଷ କିମ୍ବା ତା’ଠାରୁ କମ୍‌ ହୋଇଥିବ ସେମାନେ ଏହି ପିଏମ୍‌ଏସ୍‌ ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଡିପ୍ଲୋମା, ଡିଗ୍ରୀ ଓ ଅନ୍ୟାନ୍ୟ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ଆହରଣ ପାଇଁ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ପିଏମ୍‌ଏସ୍‌ ଛାତ୍ରବୃତ୍ତି ହ୍ରାସ କରାଯାଇଛି।

 

- Advertisement -

ଡିପ୍ଲୋମା ପାଠ୍ୟକ୍ରମ ପାଇଁ ୮୭% ପିଏମ୍‌ଏସ୍‌ ଛାତ୍ରବୃତ୍ତି ହ୍ରାସ କରାଯାଇଥିବାବେଳେ ଡିଗ୍ରି ପାଠ୍ୟକ୍ରମ ପାଇଁ ୬୦% ଓ ଅନ୍ୟାନ୍ୟ ପାଠ୍ୟକ୍ରମ ପାଇଁ ୫୦% ପିଏମ୍‌ଏସ୍‌ ଛାତ୍ରବୃତ୍ତି ହ୍ରାସ କରାଯାଇଛି। ଏହି ପିଏମ୍‌ଏସ୍‌ ଛାତ୍ରବୃତ୍ତି ହ୍ରାସ ହେବା ଦ୍ବାରା ଗରିବ ତଥା ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସମସ୍ୟା ଦେଖାଦେଉଛି। ତେଣୁ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପିଏମ୍‌ଏସ୍‌ ଛାତ୍ରବୃତ୍ତି ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ପଦକ୍ଷେପ ନେବାକୁ ଓପେକା ସମ୍ପାଦକ ବିନୋଦ ଦାଶ ଦାବି କରିଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୧୦୦% ପିଏମ୍‌ଏସ୍‌ ଛାତ୍ରବୃତ୍ତି ଅନୁଦାନ ଯୋଗାଇ ଦେଉଛି। ସେହିପରି ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ୭୫% ଏବଂ ରାଜ୍ୟ ସରକାର ୨୫% ଅନୁଦାନ ପ୍ରଦାନ କରିଥାନ୍ତି। ତେବେ କ’ଣ ପାଇଁ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପିଏମ୍‌ଏସ୍‌ ଛାତ୍ରବୃତ୍ତି ହ୍ରାସ କରିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ସମ୍ପୂର୍ଣ୍ଣ ପିଏମ୍‌ଏସ୍‌ ଛାତ୍ରବୃତ୍ତି ପ୍ରଦାନ କରାଯାଉ ବୋଲି ସେ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories