www.samajalive.in
Sunday, December 7, 2025
26.1 C
Bhubaneswar

ଭଂଜନଗର ଡାଳଖାଇରେ ଦୁର୍ଘଟଣା – ଜଣେ ମୃତ, ଜଣେ ଆହତ

ଭଂଜନଗର: ଏହି ଥାନା ଅନ୍ତର୍ଗତ ନିଧିଆପଳ୍ଲି-ଗାଲେରୀ ରାସ୍ତାର ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ବାଇକ ଦୂର୍ଘଟଣା ଘଟି ଗାଲେରୀ ମେଡିକାଲ କଲୋନୀର ବିକି ବେହେରା(୨୦)ଙ୍କ ଶୋଚନୀୟ ମୃତ ଘଟିଥିବା ବେଳେ ତାଙ୍କ ବନ୍ଧୁ କାତ୍ତିକେଶ୍ୱର ମଳ୍ଲିକ (୨୩) ଗୁରୁତର ଭାବେ ଆହତ ହୋଇଛି। ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଏହି ଦୂର୍ଘଟଣା ଘଟିଥିଲା। ଉଭୟ ସାଂଗ ବାଇକରେ ଗାଲେରୀରୁ ଭଂଜନଗର କୌଣସି କାମରେ ଆସି ଘରକୁ ଫେରୁଥିବା ବେଳେ ଏଠାର ଏକ କଲଭର୍ଟକୁ ପିଟି ହୋଇ ଯାଇଥିଲେ। ଦୂର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା ବୋଲି କୁହାଯାଇଛି। ମୃତ ବିକି କଲଭର୍ଟକୁ ପିଟି ହୋଇ କଲଭର୍ଟ ତଳେ ତାର କ୍ଷତବିକ୍ଷତ ଶରୀର ପଡି ରହିଥିଲା। କିଂତୁ, କୌଣସି ସହୃଦୟ ବ୍ୟକ୍ତି ସେହି ରାସ୍ତାରେ ଯାଉଥିବା ବେଳେ ଆହତ ଅବସ୍ଥାରେ ଛଟପଟ ହେଉଥିବା କାର୍ତ୍ତିକକୁ ତଳୁ ଉଠାଇ ଆଣି ରାସ୍ତା କଡରେ ଶୁଆଇ ଦେଇଥିଲେ। ରାତି ତମାମ ମୃତ ବିକିର ଶବ ଏବଂ ଆହାତ କାର୍ତ୍ତିକ ସେହି ଜଙ୍ଗଲ ରାସ୍ତାରେ ପଡି ରହିଥିଲେ। ବିକି ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇ ଯାଇଥିବା ବେଳେ କାର୍ତ୍ତିକର କାରୁଣ୍ୟ ଚିତ୍କାର ଆଉ କାହାରି କର୍ଣ୍ଣରେ ପଡି ନ ଥିଲା।

ଶୁକ୍ରବାର ଦିନ ୧୧ଟା ପରେ ଏହି ସଂକ୍ରାନ୍ତରେ ଖବର ପାଇ ଘଟଣାସ୍ଥଳରେ ପହଁଚିଥିବା କଥା ଆହାତ କାର୍ତ୍ତିକର ମାଆ ସାରସ ମଲ୍ଲିକ ପ୍ରକାଶ କରିଥିଲେ। ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ମୃତ ବିକି ଓ ଆହାତ କାର୍ତ୍ତିକକୁ ସେହି ଦୂର୍ଗମ ସ୍ଥାନରୁ ଉଦ୍ଧାର କରି ଭଂଜନଗର ମେଡି୍‍କାଲ ନେଇ ଆସିଥିଲେ। ଦୂର୍ଘଟଣାରେ ବିକିର ମୃତ ଘଟିଥିବା ବେଳେ କାର୍ତ୍ତିକର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଟି ହୋଇ ଗୋଟିଏ ଗୋଡ ଭାଂଗି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନ୍ତାରିତ କରାଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories