www.samajalive.in
Sunday, December 7, 2025
26.1 C
Bhubaneswar

ବୁର୍ଲା ରାଜପଥ ଲୁଟେରା ଗ୍ୟାଙ୍ଗ ଗିରଫ : ଲୁଟ୍ ମୋବାଇଲ ଫୋନ୍ ଏବଂ ନଗଦ ଟଙ୍କା ଜବତ

ବୁର୍ଲା : ବୁର୍ଲା ପୁଲିସ ହାତରେ ହାଇୱେ ଲୁଟେରା ଗ୍ୟାଙ୍ଗ ଧରା ପଡ଼ିଛନ୍ତି। ଚାରିଦିନ ପୂର୍ବରୁ ପାୱାର ଚେନାଲ ବ୍ରିଜ ଉପରୁ ଚାରିଚକିଆ ଗାଡିକୁ ଅଟକାଇ ଲୁଟେରାମାନେ ଲୁଟ କରିଥିବା ନେଇ ବୁର୍ଲା ଥାନାରେ ଏକ ଅଭିଯୋଗ ହୋଇଥିଲା। ପୁଲିସ ଏହାକୁ ନେଇ ଏକ ଲୁଟ ମାମଲା ରୁଜୁ କରିବା ସହିତ ତଦନ୍ତ ଜାରି ରଖିଥିଲା। ତେବେ ଦିର୍ଘ ଚାରିଦିନର ଧାଁ-ଧପଡ଼ ପରେ ବୁର୍ଲା ପୁଲିସକୁ ଆଜି ସଫଳତା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ତିନିଜଣ ଦୁର୍ବୁତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୁର୍ଲା ଥାନା ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ଗିରଫ୍‍ ଅଭିଯୁକ୍ତ ମାନେ ହେଲେ ବୁର୍ଲା ସହରର ନରେନ୍ଦ୍ର ନାୟକ, ସୁଧାଂଶୁ ଶେଖର ମିଶ୍ର ଏବଂ ବରଗଡ ଡ୍ୟାମ କଲୋନିର ସନ୍ତୋଷ ମଲ୍ଲିକ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଚଳିତ ମାସ ଗତ ୧ ତାରିଖ ଦିନ ରାତି ପ୍ରାୟ ୧୦ଟା ସମୟରେ ସମ୍ବଲପୁର–ବରଗଡ ଜାତୀୟ ରାଜପଥ ପିସିବ୍ରିଜ ଦେଇ ନିଜ ପିକଅପ୍ ଭ୍ୟାନରେ ଯାଉଥିବା ବରଗଡ ଜିଲ୍ଲା ଅତାବିରା ଥାନା ମୋନାପଡା ଗ୍ରାମର ସେବକ ଦୀପଙ୍କୁ ଏହି ତିନିଜଣ ଲୁଟେରା ପାୱାର ଚେନାଲ ବ୍ରିଜ ନିକଟରେ ବଳପୁର୍ବକ ଅଟକାଇଥିଲେ। ଗାଡି ଅଟକାଇବା ପରେ ତାଙ୍କ ଠାରୁ ଏକ ମୋବାଇଲ ଫୋନ ଏବଂ ନଗଦ ୭ ହଜାର ନଗଦ ଟଙ୍କା ଲୁଟି ନେଇ ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଥିଲେ। ଏହା ପରେ ସେବକ ଆସି ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗିରଫ୍‍ ଅଭିଯୁକ୍ତ ମାନଙ୍କ ଠାରୁ ଲୁଟ୍‍ କରିଥିବା ଟଙ୍କା ଏବଂ ମୋବାଇଲ ଫୋନ୍ ପୁଲିସ ଜବତ କରିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories