www.samajalive.in
Monday, December 15, 2025
16.1 C
Bhubaneswar

ପନିପରିବା ବଜାରରେ ନିଆଁ, ଚିନ୍ତା ରେ ଖାଉଟି

ପାଟଣା : ହାଣ୍ଡିଶାଳ କୁ ମହଙ୍ଗା ମାଡ଼, ପନି ପରିବା ଦର ଆକାଶଛୁଆଁ , କାର୍ତ୍ତିକ ମାସରେ ସାଧାରଣତଃ ଆମିଷ ଅପେକ୍ଷା ପନିପରିବା ଅଧିକା ଦରକାର ପଡିଥାଏ । ଏହି ମାସରେ ସାଧାରଣ ଲୋକେ ତଥା ହବିଷ୍ୟାଳି ମାନେ ଶିକାହାରୀ ଖାଦ୍ୟ ଗ୍ରହଣ କରିଥାନ୍ତି । ତେବେ ବଜାର କୁ କମ ପନିପରିବା ଆସୁଥିବା ବେଳେ ପରିବା ଦର ଉଚ୍ଚା ରହିଥିବା କାରଣରୁ ଖାଉଟି ଏବେ ପରିବା ଉପରୁ ମୁହଁ ଫେରାଇ ନେଉଥିବା ଦେଖିବାକୁ ମିଳୁଛି । ଏମିତିବି ଏବେ ବଜାରରେ ଆଳୁ ଦର ୪୦ ଟଙ୍କା , ପିଆଜ ୮୦ଟଙ୍କା ଓ ରଷୁଣ ୧୨୦ ଟଙ୍କା କିଲୋ ରହିଥିବା ବେଳେ ୫ଶହ ଟଙ୍କା ନେଇ ବଜାର ଗଲେ ବ୍ୟାଗ ପୁରୁନଥିବା ଦେଖାଯାଉଛି । ଦୈନିକ ବଜାର ଓ ସାପ୍ତାହିକ ହାଟରେ ପନିପରିବା ଦର ଆକାଶଛୁଆଁ ଥିବା ଯୋଗୁଁ ଖାଉଟି ପରିବା କିଣିବା ନେଇ ଚିନ୍ତା ରେ ପଡ଼ିଯାଇଥିବା ଦେଖାଯାଇଛି । ଆଜି ପାଟଣା ବଜାର ରେ ବାଇଗଣ କିଲୋ ୫୦ ରୁ ୬୦ ଟଙ୍କା ରହିଥିବା ବେଳେ ପୋଟଳ କିଲୋ ୭୦ରୁ ୮୦ ରେ ବିକ୍ରି ହେଉଛି , ସେହିପରି ବିଲାତି କିଲୋ ୬୦ ଟଙ୍କା ରୁ ୭୦ ଟଙ୍କା ଥିବା ବେଳେ କାଙ୍କଡ କିଲୋ ୬୦ରୁ ୭୦ଟଙ୍କା ରେ ବିକ୍ରି ହେଉଛି । ସେହିପରି ଫୁଲକୋବି କିଲୋ ୭୦ ରୁ ୮୦ ଟଙ୍କା, ଝୁଡୁଙ୍ଗ କିଲୋ ୬୦ ଟଙ୍କା , ଭେଣ୍ଡି କିଲୋ ୬୦ ଟଙ୍କା ରହିଛି । ପନି ପରିବା ଦର ଆକାଶଛୁଆଁ ରହିଥିବାରୁ ଖାଉଟି ବହୁ ଭାବିଚିନ୍ତି ପରିବା କିଣୁଥିବା ଦେଖିବାକୁ ମିଳିଛି । ତେବେ ପରିବା ଦର ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ନିୟନ୍ତ୍ରଣ ବଜାର କମିଟି ପନିପରିବା ଦରରେ ଅଙ୍କୁଶ ଲଗାଇବାକୁ ସାଧାରଣ ରେ ଦାବି ହୋଇଛି ।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories