ପୁଣି ଦିଲ୍ଲୀ ନିକଟରେ ଭୁଶୁଡିଲା ୫ମହଲା କୋଠା, ଜଣେ ମୃତ, ୯  ଉଦ୍ଧାର

0

ନୂଆଦିଲ୍ଲୀ:   ଦଲ୍ଲୀ ନିକଟସ୍ଥ ଗାଜିଆବାଦରେ ଏକ କୋଠା ଭୁଶୁଡି ପଡିଛି ।  ୫ ମହଲା ବିଶିଷ୍ଟ ଏହି କୋଠଘରଟି ଭୁଶୁଡି ପଡିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ଗାଜିଆବାଦର ମିସସାଲ୍‌ଗଡି ଅଞ୍ଚଳରେ ଥିବା ଏହି ନିର୍ମାଣଧୀନ କୋଠାଟି ଭୁଶୁଡି ପଡିଥିଲା ।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଭୁଶୁଡିଥିବା କୋଠାଘର ର ବିଭିନ୍ନ ଅଂଶକୁ ହଟାଇବା ସହ ଏମାନେ ଉଦ୍ଧାର କାର୍ଯ୍ୟ କରିଥିଲେ ରବିବାର ପ୍ରାୟ ୩ଟା ସମୟରେ ଏହି କୋଠାଘରଟି ଭୁଶୁଡି ପଡିଥିଲା ।ପ୍ରଥମେ ସ୍ଥାନୀୟ ଲୋକ ଏ ପୁଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଜାତୀୟ ବିପର୍ଯ୍ୟ ପ୍ରଶମନ ବଳର ସଦସ୍ୟ ପହଞ୍ଚି ଆହୁରି ୨ ଜଣ ଶିଶୁ ଓ ଦୁଇଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ । ବର୍ଷା ଓ ପାଣି ଜମା ହେବା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

Leave A Reply