www.samajalive.in
Saturday, December 13, 2025
23.1 C
Bhubaneswar

ବୋଲବମ୍ ଧ୍ୱନିରେ ପ୍ରକମ୍ପିତ ଆଖଣ୍ଡଳଣିଙ୍କ ପୀଠ

ଆରଡି: ରାଜ୍ୟର ବହୁ ପୁରାତ୍ତନ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଆରମ୍ଭ ହୋଇଛି ଶ୍ରାବଣୀଯାତ୍ରା । ଏହି ପବିତ୍ର ଶ୍ରାବଣମାସରେ ଜଳ ଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଣିତ କାଉଡିଆ ଭକ୍ତଙ୍କ  ଆଖଣ୍ଡଳମଣି ପୀଠରେ ସମାଗମ ହୋଇଛି । ଏପରିକି କାଉଡିଆଙ୍କ ବୋଲବମ୍ ହରହରବୋମ୍ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି ସମଗ୍ର ପୀଠ।  ପୀଠକୁ ଆସୁଥିବା କାଉଡିଆଭକ୍ତମାନଙ୍କ ମଧ୍ୟରୁ ଅଧିକାଂଶ କାଉଡିଆ ବୈତରଣୀ ଓ ସାଳନ୍ଦୀ ନଦୀର ଜଳପଥ ଦେଇ ଆସିଥାନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ  ବ୍ୟାପକ ପ୍ରସ୍ତୁତି କରାଯିବା ସହ କୈାଣସି ଅଘଟଣ ନଘଟିବା ପାଇଁ ୩ଟି ନଦୀଘାଟର ଉଭୟ ପାଶ୍ୱର୍ରେ ଆଲୋକ ବ୍ୟବସ୍ଥା ସହିତ ସୁରକ୍ଷାବାହିନୀ , ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଛି।

୨୦୧୭ ଶ୍ରାବଣୀଯାତ୍ରା ସମୟରେ  ବୈତରଣୀ ନଦୀଘାଟରେ ମଟର ଚାଳିତ ଡଙ୍ଗାରେ କାଉଡିଆମାନେ ପାରି ହୋଇ ଆସୁଥିବା ସମୟରେ ହଠାତ ୨ଟି ଡଙ୍ଗା ମଧ୍ୟରେ ଧକ୍କା ହେବାରୁ ୩ଜଣ କାଉଡିଆ ଭରା ନଈରେ ଭାସିଯାଇଥିଲେ। ଏପରି ଘଟଣାକୁ ଆଳ କରି ପ୍ରଶାସନ ପକ୍ଷରୁ ନଦୀଘାଟ ଗୁଡିକୁ ସଂଧ୍ୟା ଠାରୁ ବନ୍ଦ ରଖିବା ଫଳରେ ବହୁ କାଉଡିଆଭକ୍ତ ଚଳିତବର୍ଷ ଜଳଲାଗିରୁ ବଞ୍ଚିତ ହେବେ ବୋଲି ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତଙ୍କ ସହ ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି। ଚଳିତ ପ୍ରଥମ ସୋମବାର ପାଇଁ ରବିବାର ଠାରୁ ପୀଠ ଗେରୁଆମୟ ହୋଇଉଠିବା ସହ ପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହେଲେ ରବିବାର ଘନଘନ ବିଦ୍ୟୁତ କାଟ ସାଙ୍ଗକୁ ତୁହାକୁ ତହା ବର୍ଷା ଲାଗି ରହିଥିବାରୁ ଆଗନ୍ତୁକ କାଉଡିଆ ନାନା ଅସୁବିଧାରେ ସମୁଖିନ୍ନ ହେଉଛନ୍ତି। ତାହାସହ ପୂର୍ବ ପ୍ରସ୍ତୁତି ଅନୁଯାୟୀ ପୁର୍ତ୍ତ ବିଭାଗ ଓ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ଗୁଡିକ ମରାମତି ହୋଇନଥିବାରୁ ଖାଲି ପାଦରେ ଚାଲିଚାଲି ଆସୁଥିବା କାଉଡିଆଭକ୍ତଙ୍କ ସମସ୍ୟାକୁ ଦୁଇଗୁଣିତ କରିଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories