www.samajalive.in
Saturday, December 13, 2025
23.1 C
Bhubaneswar

ସଅଳ ସରିଲା ବାହୁଡା ଯାତ୍ରା ; ସିଂହଦ୍ବାର ସମ୍ମୁଖରେ ତିନିରଥ

ପୁରୀ :ସବୁ ସେଇ ପ୍ରଭୁଙ୍କର ଇଚ୍ଛା। ଲୀଳାମୟଙ୍କ ବିଚିତ୍ର ଲୀଳା। ଶନିବାର ବଡ଼ଦାଣ୍ଡରେ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରବିବାର ବିଶାଳ ଜନ ସମୁଦ୍ର। ଶ୍ରଦ୍ଧା ଓ ଭକ୍ତିର ସହ ସମସ୍ତେ ତିନି ରଥକୁ ଟାଣି ନେଇ ସିଂହଦ୍ବାର ସମ୍ମୁଖରେ ପହଞ୍ଚାଇଛନ୍ତି। ସଅଳ ଶେଷ ହୋଇଛି ବାହୁଡା ଯାତ୍ରା।

ସମସ୍ତ ନୀତିକାନ୍ତି ଶୀଘ୍ର ଶେଷ ହେବାପରେ ଦିନ ସାଢ଼େ ଗୋଟାଏ ସୁଦ୍ଧା ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ଆରମ୍ଭ ହୋଇଥିଲା। ଦିନ ୩.୩୦ ସୁଦ୍ଧା ସିଂହଦ୍ବାର ନିକଟରେ ପହଞ୍ଚିଲା ଶ୍ରୀ ବଳଭଦ୍ରଙ୍କ ରଥ। ପରେ ପରେ ସାଢ଼େ ଦୁଇଟା ସୁଦ୍ଧା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଟଣା ଆରମ୍ଭ ହୋଇ ଦିନ ଚାରିଟା ସୁଦ୍ଧା ସିଂହଦ୍ବାର ସମ୍ମୁଖରେ ପହଞ୍ଚିଥିଲା। ଶେଷରେ ଗହଳି ଲଗାଇ ଆସିଥିଲେ ପ୍ରଭୁ ଶ୍ରୀ ଜଗନ୍ନାଥ। ବାଟରେ ରାଜନଅର ନିକଟରେ ଲକ୍ଷ୍ମୀ ନାରାୟଣ ଭେଟ ଅନୁଷ୍ଠିତ ହୋଇଥିଲା। ପରେ ଅପରାହ୍ନ ୫.୪୦ ସୁଦ୍ଧା ସିଂହଦ୍ବାର ସମ୍ମୁଖରେ ପହଞ୍ଚିଥିଲା ନନ୍ଦିଘୋଷ ରଥ।

- Advertisement -

ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ସୁରକ୍ଷାକର୍ମୀ ଏବଂ ଜିଲା ପ୍ରଶାସନର ସହଯୋଗରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ପବିତ୍ର ବାହୁଡା ଯାତ୍ରା ଶେଷ ହୋଇଛି। ସୋମବାର ସୁନାବେଶ, ୨୪ରେ ଅଧରପଣା ନୀତି ଏବଂ ୨୫ରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories