www.samajalive.in
Sunday, December 14, 2025
17.1 C
Bhubaneswar

ଅର୍ଣ୍ଣବଙ୍କ ଗିରଫକୁ ନେଇ ରାଜନୀତି

ମୁମ୍ବଇ : ଇଣ୍ଟେରିୟର ଡିଜାଇନର ଅନ୍ୟୟ ନାଏକ ଓ ତାଙ୍କ ମା’ କୁମୁଦ ନାଏକଙ୍କୁ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ଅଭିଯୋଗରେ ଅନ୍ୟ ଦୁଇଜଣ ଫିରୋଜ ଶେଖ ଓ ନିତେଶ ସରଦା ମଧ୍ୟ ଗିରଫ ହୋଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତିଯେ ଅର୍ଣ୍ଣବଙ୍କ ଗିରଫ ରାଜ୍ୟ ସରକାରଙ୍କ କ୍ଷମତାର ଅପବ୍ୟବହାରକୁ ଦର୍ଶାଉଛି। ସେହିପରି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ ଏହା ଗଣମାଧ୍ୟମର ସ୍ବାଧୀନତା ଉପରେ ହସ୍ତକ୍ଷେପ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହାରାଷ୍ଟ୍ର ସରକାରକୁ ସମାଲୋଚନା କରିବା ସହିତ ଗଣମାଧ୍ୟମ ସଂଗଠନ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି।

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଏହି ଘଟଣା ୧୯୭୫ର ଜରୁରୀକାଳୀନ ପରିସ୍ଥିତି ସହିତ ସମାନ। ମହାରାଷ୍ଟ୍ରର ବିଜେପି କର୍ମୀମାନେ କହିଛନ୍ତି ଯେ ଅର୍ଣ୍ଣବଙ୍କୁ ମୁକ୍ତ କରା ନଯିବା ପର୍ଯ୍ୟନ୍ତ ​‌େ​‌ସମାନେ କଳାବ୍ୟାଚ ପିନ୍ଧିବେ। ବିଜେପିର ଅଭିଯୋଗକୁ ଖଣ୍ଡନ କରି ଶିବସେନା ମୁଖପାତ୍ର ଅନିଲ ପରବ କହିଛନ୍ତି ଯେ ଅର୍ଣ୍ଣବଙ୍କ ଗିରଫ ଗଣମାଧ୍ୟମର ସ୍ବାଧୀନତା ଉପରେ ହସ୍ତକ୍ଷେପ ନୁହେଁ। ଅର୍ଣ୍ଣବଙ୍କ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ କରାଯାଇଛି। ଅନିଲ କହିଛନ୍ତି ଯେ ବିଜେପି ଅର୍ଣ୍ଣବଙ୍କୁ ଘଣ୍ଟ ଘୋଡାଇ ଆସୁଥିଲା। କିଛି ମାସ ତଳେ ଅର୍ଣ୍ଣବଙ୍କ ଉପରେ ଆକ୍ରମଣ ହେବାକୁ ନେଇ କେନ୍ଦ୍ର ସରକାର ତାଙ୍କୁ ୱାଇ ପ୍ଲସ୍‌ ସୁରକ୍ଷା ଯୋଗାଇ ଦେଇଛନ୍ତି।

- Advertisement -

ଶିବସେନାର ଅନ୍ୟ ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଅର୍ଣ୍ଣବଙ୍କୁ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଗିରଫ କରାଯାଇଛି। ସେ କହିଛନ୍ତି ଯେ ଏପରି ଜଣେ ଅଭିଯୁକ୍ତକୁ ବିଜେପି ନେତା ସମର୍ଥନ କରିବା ଲଜ୍ଜାଜନକ। ପୁଲିସର କାର୍ଯ୍ୟକୁ ସମର୍ଥନ ପୂର୍ବକ ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ କେହି ଆଇନର ଊର୍ଦ୍ଧ୍ବରେ ନୁହନ୍ତି। ରିପବ୍ଲିକ ଟିଭି କହିଛି ଯେ ଏହା ଏକ ମିଥ୍ୟା ମାମଲା। କନକର୍ଡ ଡିଜାଇନର ସମସ୍ତ ବକେୟା ଅର୍ଥ ପୈଠ କରାଯାଇଛି।ଅର୍ଣ୍ଣବ ଓ ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାକୁ ଅକ୍ଷତା ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ ମୋ ସ୍ବାମୀଙ୍କ ସୁଇସାଇଟ୍ ନୋଟ ମିଳିବା ସତ୍ତ୍ବେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories