www.samajalive.in
Saturday, December 13, 2025
23.1 C
Bhubaneswar

ହଳଦୀ ପାଣି ପିଇବା ଦ୍ବାରା, ଏହି ରୋଗ ଦୁଏ ଦୂର

ହଳଦୀ ଖାଦ୍ୟର ରଙ୍ଗ ଏବଂ ସ୍ବାଦକୁ ଦ୍ବିଗୁଣ କରେ। ଏହାର ଉପଯୋଗରେ ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ତ୍ବଚାର ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା ଛଡା ହଳଦୀ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ। ତେବେ ଆସନ୍ତୁ ଜାଣିବା ହଳଦୀକୁ ବ୍ୟବହାର କରି ନିରୋଗ ରହିବାର କିଛି ନିଆରା ଉପାୟ……

୧. ଗବେଷଣାରୁ ଜଣାପଡିଛି ଯେ, ପ୍ରତିଦିନ ହଳଦୀ ଖାଇବା ଦ୍ବାରା ପାଚନ ପ୍ରକ୍ରିୟା ଠିକ୍ ରୁହେ। ଖାଦ୍ୟ ସହଜରେ ହଜମ ହୋଇଥାଏ।

- Advertisement -

୨. ନିୟମିତ ହଳଦୀ ଖାଇଲେ ଶରୀରରେ ସର୍କରା ସ୍ତର କମ୍ ରୁହେ ଏବଂ ଟାଇପ୍ ୨ ମଧୁମେହ ରୋଗର ଆଶଙ୍କା ଦୂର ହୁଏ ।

୩. କର୍କଟ ରୋଗରୁ ରକ୍ଷା କରେ ହଳଦୀ। ହଳଦୀରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କର୍କଟ ରୋଗ ସୃଷ୍ଟି କରୁଥିବା କୋଷିକା ଲଢିଥାଏ।

୪. ହଳଦୀ ପାଣି ପିଇବା ଦ୍ବାରା ରକ୍ତ ଜମାଟ ବାନ୍ଧି ନଥାଏ । ଏହା ସହ ରକ୍ତ ସଫା ରଖିଥାଏ।

୫. ସକାଳୁ ଗରମ ପାଣିରେ ହଳଦୀ ମିଶାଇ ପିଇଲେ, ଏହା ମସ୍ତିଷ୍କ ପାଇଁ ଉତ୍ତମ ଅଟେ।

୬. ହଳଦୀରେ ଥିବା କରକ୍ୟୁମିନ୍ ଗୁଣ ଯୋଗୁଁ ଆଣ୍ଠୁଗଣ୍ଠି ଜନିତ ରୋଗ ଦୂର କରେ ।

୭. ନିୟମିତ ହଳଦୀ ପାଣି ପଇବା ଦ୍ବାରା ଚେହେରାରେ ବୟସର ଛାପ ପଡି ନଥାଏ।

୮. ଗରମ ପାଣିରେ ଲେମ୍ବୁ, ହଳଦୀ ଗୁଣ୍ଡ ଓ ମହୁ ମିଶାଇ ପିଇବା ଦ୍ବାରା ଶରୀରରେ ଥିବା ବିଷାକ୍ତ ପଦର୍ଥ ନିର୍ଗତ ହୋଇଥାଏ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories