www.samajalive.in
Saturday, December 6, 2025
15.1 C
Bhubaneswar

କନ୍ଧମାଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ଏକ ଅଙ୍କରେ ରହିଛି, ଜଣେ କରୋନା ଯୋଦ୍ଧାଙ୍କ ସହ ଜିଲ୍ଲାରେ ୯ ସଂକ୍ରମିତ

ଫୁଲବାଣୀ : ଆଜି କନ୍ଧମାଳରେ ଜଣେ କରୋନା ଯୋଦ୍ଧାଙ୍କ ସମେତ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୀର୍ଘଦିନ ପରେ ଜିଲ୍ଲାରେ ସଂକ୍ରମିତଙ୍କ ସଖ୍ୟା ଏକ ଅଙ୍କରେ ରହିଛି। ଆଜିର ସଂକ୍ରମିତ ୯ଜଣଙ୍କୁ ମିଶାଇ ଜିଲ୍ଲାରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୬୯୫ ରେ ପହଂଚିଛି।  ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୫,୫୫୪ ଜଣ  ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନା  ଜନିତ ମୃତ୍ୟୁ ସଂଖ୍ୟା ୩୧ ରେ  ପହଞ୍ଚିଛି। ଆଉ ୧୧୦ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲିଗୁଡା ବିଜ୍ଞାପିତ ଅଂଚଳରେ ଜଣେ,ଘୁ.ଉଦୟଗିରି ଅଂଚଳ ୨ ଜଣ,ଚକାପାଦର ଜଣେ, କ.ନୁଆଗାଁର ଜଣେ,ଫିରିଙ୍ଗିଆର ଜଣେ ଏବଂ ଖଜୁରିପଡା  ଅଂଚଳର ୨ ଜଣ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି। ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories