www.samajalive.in
Saturday, December 6, 2025
14.1 C
Bhubaneswar

ମାଓ ସମୀକ୍ଷାର ୪୮ ଘଣ୍ଟା ପରେ ମାଓ ପୋଷ୍ଟର ଜବତ

ଭବାନୀପାଟଣା : ଓଡିଶା ପୁଲିସର ମହାନିର୍ଦ୍ଦେଶକ ଓ ସି.ଆର୍.ପି.ଏଫ୍. ମହାନିର୍ଦ୍ଦେଶକ କଳାହାଣ୍ଡି ଗସ୍ତରେ ଯାଇ ମାଓ ସମୀକ୍ଷା କରିବାର ୪୮ ଘଣ୍ଟା ପରେ ସ୍ଥାନୀୟ ଅଞ୍ଚଳରୁ ମାଓ ପୋଷ୍ଟର ଜବତ ହୋଇଛି। କଳାହାଣ୍ଡି ଏସ୍ପି ଓ ପୁଲିସ ଖବରଦାତାଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ କରିବା ନେଇ ପୋଷ୍ଟରରେ ଚେତାବନୀ ଦିଆଯାଇଛି। କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ଗତ କିଛି ମାସଧରି ବିଭିନ୍ନ ସମୟରେ ମାଓବାଦୀ ମାନଙ୍କର କାର୍ଯ୍ୟକଳାପ, ସେମାନଙ୍କ ଗତିବିଧି ଓ କାର୍ଯ୍ୟକଳପକୁ ଦୃଢ ହସ୍ତରେ ଦମନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟାନୁଷ୍ଠାନ, ମାଓଦମନ ପାଇଁ ନିୟୋଜିତ ସି.ଆର୍.ପି.ଏଫ୍.ଙ୍କ ସମସ୍ୟା ସହିତ ସି.ଆର୍.ପି.ଏଫ୍. ଓ ସ୍ଥାନୀୟ ପୁଲିସ ମଧ୍ୟରେ ସମନ୍ୱୟ ରହି ମାଓଦମନ କାର୍ଯ୍ୟ ଅଧିକ କ୍ରିୟାଶୀଳ କିପରି ହୋଇପାରିବ ତାହା ଉପରେ ଗତ ରବିବାର ୧ ତାରିଖ ଦିନ ଓଡିଶା ପୁଲିସ ମହା ନିର୍ଦ୍ଦେଶକ (ଡି.ଜି.) ଏସ୍. ଅଭୟ, ସି.ଆର୍.ପି.ଏଫ୍. କୁଲଦୀପ ସିଂହ ସମେତ ଅନ୍ୟ ପୁଲିସ ଓ ସି.ଆର୍.ପି.ଏଫ୍. ଉଚ୍ଚ ଅଧିକାରୀ ଦିନିକିଆ କଳାହାଣ୍ଡି ଓ ଫୁଲବାଣି ଗସ୍ତ କରି ସମୀକ୍ଷା ବୈଠକ କରିଥିଲେ। ଏହାର ୪୮ ଘଣ୍ଟା ପରେ ଅର୍ଥାତ ଗତ ୨ ତାରିଖ ରାତ୍ରୀରେ କଳାହାଣ୍ଡି ଜିଲ୍ଲାର ମ.ରାମପୁର ଥାନା ଅଧିନରେ ମୋହନଗୀରି ପଞ୍ଚାୟତର ମାଣିକେରା ଗ୍ରାମର ବିଭିନ୍ନ ସ୍ଥାନରେ ମାଓବାଦୀ ମାନେ ପୋଷ୍ଟର ମାରି ନିଜର ଉପସ୍ଥିତି ଯାହିର କରିବା ସହିତ ତୁରନ୍ତ କଳାହାଣ୍ଡି ଏସ୍ପି କୁମ୍ବିଂ ଅପରେସନ୍ ବନ୍ଦ ନକଲେ ଏସ୍ପି ଓ ଅନ୍ୟ ପୋଲିସ ମାନଙ୍କୁ ଧୁଳିସାତ କରିଦିଆଯିବ ବୋଲି ମାଓବାଦୀ କେ.କେ.ବି.ଏନ୍. ଡିଭିଜନ୍ କମିଟି ଚେତାବନୀ ଦେବା ଘଟଣା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି।

ଏଠାରେ ସୂଚନା ଥାଉ ଯେ, କନ୍ଧମାଳ ଜିଲ୍ଲାରେ ଜୁଲାଇ ମାସରେ ପୁଲିସ୍ ଗୁଳିରେ ୭ଜଣ ଏବଂ ଗତ ଅଗଷ୍ଟ ମାସରେ ୫ଜଣ ଏବଂ ଗତ ସେପ୍ଟମ୍ବର ମାସ ୯ତାରିଖ ଦିନ କଳାହାଣ୍ଡି ଜିଲ୍ଲାର ମ. ରାମପୁର ଥାନା ଅନ୍ତର୍ଗତ କଳାହାଣ୍ଡି-କନ୍ଧମାଳ ସିମାନ୍ତରେ କୋଟଗଡ ମଧ୍ୟବର୍ତ୍ତୀ ଅଂଚଳ ତଥା ଭଣ୍ଡରଙ୍ଗି ସିର୍ଜି ଜଙ୍ଗଲରେ ଏସ୍.ଓ.ଜି. ଓ ଡି.ଭି.ଏଫ୍., ଜୱାନଙ୍କ ଗୁଳିରେ ୫ଜଣ ମାଓବାଦୀ ନିହତ ହୋଇଥିବା ମାଓଙ୍କ ଗୁଳିରେ ୨ଜଣ ଏସ୍.ଓ.ଜି. ଜବାନ ସହିଦ ହୋଇଥିଲେ। ସେହି ଦିନ ଠାରୁ ମାଓବାଦୀମାନେ ବିଭିନ୍ନ ସମୟରେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ନିଜର ଉପସ୍ଥିତି ଜାହିର କରିବା ସହିତ ସେହିଦିନ ଠାରୁ ମାଓବାଦୀମାନେ ରକ୍ତମୁଖା ହୋଇଯାଇଛନ୍ତି। ସେମାନେ ଏକ ବଡଧରଣର କୌଣସି ହିଂସାତ୍ମକ କାର୍ଯ୍ୟ କରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ସେମାନଙ୍କୁ ପ୍ରତିରୋଧ କରିବା ପାଇଁ ସି.ଆର୍.ପି.ଏଫ୍., ଏସ୍.ଓ.ଜି., ଡି.ଭି.ଏଫ୍., କୋବ୍ରା ବେଟାଲିୟନ୍ ସମେତ ଜିଲ୍ଲା ପୁଲିସ୍ ତରଫରୁ ଅହରହ କୁମ୍ବିଙ୍ଗ ଅପରେସନ୍ ଓ ସର୍ଚ୍ଚ ଅପରେସନ୍ ମଧ୍ୟ ଜାରି ରହିଛି। ଗତ ୧ ତାରିଖ ରବିବାର ଦିନ ଓଡିଶା ପୁଲିସ ମହା ନିର୍ଦ୍ଦେଶକ (ଡି.ଜି.) ଏସ୍. ଅଭୟ ଓ ସିଆର୍ପିଏଫ୍ ମହାନିର୍ଦ୍ଦେଶକ କୁଲଦୀପ ସିଂହ ସହିତ ସିଆର୍ପିଏଫ୍ର ଉଚ୍ଚ ଅଧିକାରୀ ଏବଂ ପୁଲିସ ବିଭାଗର ଉଚ୍ଚ ଅଧିକାରୀ ମାନେ କଳାହାଣ୍ଡି ଗସ୍ତରେ ଆସି ଭବାନୀପାଟଣାସ୍ଥିତ କାର୍ଯ୍ୟାଳୟରେ ଜିଲ୍ଲାର ମାଓବାଦୀ ମାନଙ୍କର କାର୍ଯ୍ୟକଳାପ, ସେମାନଙ୍କ ଗତିବିଧି ଓ କାର୍ଯ୍ୟକଳପକୁ ଦୃଢ ହସ୍ତରେ କିପରି ଦମନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଓ କାର୍ଯ୍ୟାନୁଷ୍ଠାନ ଓ ମାଓଦମନ ପାଇଁ ନିୟୋଜିତ ସି.ଆର୍.ପି.ଏଫ୍. ଓ ସ୍ଥାନୀୟ ପୁଲିସ ମଧ୍ୟରେ ସମନ୍ୱୟ ରହି ମାଓଦମନ କାର୍ଯ୍ୟ ଅଧିକ କ୍ରିୟାଶୀଳ ହୋଇପାରିବ ତାହା ଉପରେ ସମୀକ୍ଷା କରିବା ସହିତ ଆଗାମୀ ଦିନରେ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ବିଭିନ୍ନ ମାଓ ସଂଗଠନରେ କାର୍ଯ୍ୟ କରୁଥିବା ମାଓ ନେତା ଓ କ୍ୟାଡର ମାନେ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତିକୁ ଆପଣେଇ ତୁରନ୍ତ ଅସ୍ତ୍ରବିରତୀ କରିବା ସହିତ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ସରକାରଙ୍କର ବହୁ ସୁବିଧା ସୁଯୋଗ ସେମାନେ ପାଇପାରିବେ। ଯଦି ସେମାନେ ଆତ୍ମସମର୍ପଣ ନ କରନ୍ତି ସେମାନଙ୍କୁ ନିପାତ କରିବା ପାଇଁ ଆଗାମୀ ଦିନରେ ଓଡିଶା ସମେତ ପଡୋଶୀ ରାଜ୍ୟ ମିଳିତ ଭାବେ କଡା କଡି ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ଏହି ଦୁଇ ପୋଲିସ ଉଚ୍ଚ ଅଧିକାରୀ ମାଓବାଦୀ ଗତିବିଧି ଓ ସେମାନଙ୍କୁ କିପରି ଦୃଢ ହସ୍ତରେ ଦମନ କରାଯିବ ତାହାର ସମୀକ୍ଷା କରି ଯିବାର ୪୮ ଘଣ୍ଟା ପରେ ଅର୍ଥାତ୍ ଗତ ୨ ତାରିଖ ମଧ୍ୟ ରାତ୍ରୀରେ କଳାହାଣ୍ଡି ଜିଲ୍ଲାର ମ.ରାମପୁର ଥାନା ଅଧରନରେ ମୋହନଗୀରି ପଞ୍ଚାୟତର ମାଣିକେରା ଗ୍ରାମର ବିଭିନ୍ନ ସ୍ଥାନ ଓ ପ୍ରଧାନମନ୍ତ୍ରୀ ସଡକର ସୂଚନା ଫଳକ ମାଓବାଦୀ କେ.କେ.ବି.ଏନ୍. ଡିଭିଜନ୍ କମିଟି ତରଫରୁ ପୋଷ୍ଟର ମାରି ନିଜର ଉପସ୍ଥିତି ଯାହିର କରିବା ସହିତ ଯୁବଗୋଷ୍ଠୀଙ୍କୁ ସରକାରୀ ବିରୋଧି ଆନ୍ଦୋଳନରେ ସାମିଲ ହୋଇ ଏସ୍ଓଜି ଓ ସିଆର୍ପିଏଫ୍ ଜବାନଙ୍କୁ କଡା ଚେତାବନୀ ଦେବା ସହିତ ତୁରନ୍ତ କଳାହାଣ୍ଡି ଏସ୍ପି ଏସ୍ଓଜି ଓ ସିଆର୍ପିଏଫ୍ ଯବାନଙ୍କ କୁମ୍ବିଂ ଅପରେସନ୍ ବନ୍ଦ ନକଲେ ଏସ୍ପି ଓ ଅନ୍ୟ ପୋଲିସ ମାନଙ୍କୁ ଧୁଳିସାତ କରିଦିଆଯିବା ସହିତ ପୋଲିସ ଖବରଦାତା ସୁରେଶ ତାଣ୍ଡି, ଇଶ୍ୱର ମାଝୀ ଓ ଅଜିତ୍ ମାଝୀଙ୍କୁ ମଧ୍ୟ ପ୍ରଜାକୋର୍ଟରେ ଦଣ୍ଡିତ କରାଯାଇ ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେବା ଘଟଣା ବର୍ତ୍ତମାନ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମ.ରାମପୁର ପୋଲିସ ଉକ୍ତ ପୋଷ୍ଟର ଗୁଡିକୁ ୩ ତାରିଖ ଜବତ୍ କରିବା ସହିତ ଉକ୍ତ ଅଞ୍ଚଳରେ ମିଳିତ କୁମ୍ବିଂ ଅପରେସନ୍ ଆହୁରି କଡାକଡି କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories