ବାଣ ମାର୍କେଟ ନ ଖୋଲିବାକୁ ଗଞ୍ଜାମ ଜିଲାପାଳଙ୍କ ଆହ୍ବାନ
ବ୍ରହ୍ମପୁର: ଚଳିତ ବର୍ଷ ଗ୍ରୀନ୍ ଓ କୋଭିଡ୍ମୁକ୍ତ ଦୀପାବଳୀ ପାଳନ କରିବା ଦରକାର। ଗ୍ରୀନ୍ ଓ କୋଭିଡ୍ମୁକ୍ତ ଦୀପାବଳୀ ପାଳନ ପାଇଁ ଗଞ୍ଜାମ ଜିଲାପାଳ ଆହ୍ବାନ ଦେଇଛନ୍ତି। ଏଥର ଗଞ୍ଜାମ ଜିଲାରେ ବାଣ ମାର୍କେଟ ନ ଖୋଲିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିବେଦନ କରଛନ୍ତି।
ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ବାଣ ମାର୍କେଟ ଖୋଲିବା ନେଇ ଯେଉଁ ଗାଇଡ୍ଲାଇନ୍ ରହିଛି ତାହା ଅନୁଧ୍ୟାନ ହେବ। ଆଲୋଚନା କରି ଲାଇସେନ୍ସ ଦିଆଯିବ କି ନାହିଁ ବିଚାର କରାଯିବ। ପିକ୍ନିକ୍ବେଳେ ମାସ୍କ ଲଗାଇ ସୌନ୍ଦର୍ଯ୍ୟ ଉପଭୋଗ କରନ୍ତୁ। େକାଭିଡ୍ କଟକଣା ପାଇଁ ପିକ୍ନିକ୍ ସ୍ପଟ୍ରେ ଭୋଜିଭାତ ଓ ମ୍ୟୁଜିକ୍ ବାରଣ କରାଯାଇଛି। ଡିସେମ୍ବର ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରଖିବାକୁ ଜିଲାପାଳଙ୍କ ପରାମର୍ଶ ଦେଇଛନ୍ତି।
Comments are closed.