www.samajalive.in
Wednesday, December 10, 2025
17.1 C
Bhubaneswar

ସାଇକଲ୍ ଚଲାଇବାର ଉପଯୋଗିତା

ଏକବିଂଶ ଶତାବ୍ଦୀ ହେଉଛି ସ୍ମାର୍ଟ ଯୁଗ। ଲୋକେ ଆରାମରେ ଜୀବନ ଅତିବାହିତ କରିବାକୁ ସବୁଠୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ସର୍ବେକ୍ଷଣରୁ ଜଣାପଡ଼ିଛି, ପ୍ରତି ୧୫ଜଣରେ ୯ଜଣ ବ୍ୟକ୍ତି ଶୀତତାପନିୟନ୍ତ୍ରିତ ବସ୍ କିମ୍ବା କାର୍‌ରେ ଯାତ୍ରା କରିବାକୁ ଆଗ୍ରହୀ। ଆରାମରେ ରହିବାକୁ ଗୁରୁତ୍ବ ଦେଇ ଆମେ କ୍ରମେ ଅଳସୁଆ ହୋଇଯାଉଛେ। ଯେଉଁଥିପାଇଁ ସଂକ୍ରାମକ ରୋଗ ଶରୀରକୁ ଶୀଘ୍ର ଆକ୍ରମଣ କରୁଛି। ଆଜି ମଧ୍ୟ ଗାଁଗହଳିରେ ବୟସ୍କ ପିଢ଼ି ଚାଲିଚାଲି ନଚେତ୍ ସାଇକଲ ଚଲାଉଥିବାର ଦେଖାଯାଉଛି। ସହରୀ ଲୋକ କିନ୍ତୁ ସାଇକଲ୍ ଚଲାଇବାକୁ ଆଉ ଆଗ୍ରହୀ ନୁହନ୍ତି। ଗବେଷକଙ୍କ ମତରେ ଦୈନିକ ୧୦-୧୫ ମିନିଟ୍ ସାଇକଲ୍ ଚଳାଇବା ଏକ ଭଲ ବ୍ୟାୟାମ।

  •  ଆମ ବଲିଉଡ ତାରକାଙ୍କ ମଧ୍ୟରୁ ଅଧିକାଂଶ ପ୍ରତିଦିନ ସାଇକଲ୍ ଚଲାଇ ନିଜକୁ ଫିଟ୍ ରଖିଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଲେ ଅଜୟ ଦେବଗନ୍, ଖିଲାଡି କୁମାର ଅକ୍ଷୟ। ଏକ ସାକ୍ଷାତକାର୍‌ରେ ଅକ୍ଷୟ କହିଥିଲେ, ସେ ଓ ତାଙ୍କ ପୁଅ ଅରଭ ପ୍ରତିଦିନ ଅତିକମ୍‌ରେ ୧୫-୧୮ ମିନିଟ୍ ସାଇକଲ୍ ଚଲାନ୍ତି।
  •  ପେଟ ଚର୍ବି କମ୍ କରିବାକୁ ଚାହୁଁଥିଲେ, ଏହି ଉପାୟ ଆପଣାନ୍ତୁ। ୧ମାସ ମଧ୍ୟରେ ପେଟର ଚର୍ବି ହ୍ରାସ ପାଇବ। ହୃଦ୍‌ରୋଗରୁ ରକ୍ଷା ପାଇବାକୁ ଚାହୁଁଥିଲେ ଯୁବକମାନେ ଏବେଠାରୁ ପ୍ରତିଦିନ ସାଇକଲ୍ ଚଳାଇବା ଉଚିତ।
  •  ବ୍ରିଟେନ୍‌ର ବିଶେଷଜ୍ଞ ଦଳଙ୍କ ମତରେ ସାଇକଲ୍ ପ୍ରତିଦିନ ଚଳାଇଲେ କର୍କଟ ରୋଗର ଆଶଙ୍କା ମଧ୍ୟ ଯଥେଷ୍ଟ କମ୍। ଅନ୍ୟ କୌଣସି ବ୍ୟାୟାମ କରିବା ପରିବର୍ତ୍ତେ ଦୈନିକ ସାଇକଲ୍ ଚଳାଇଲେ ଶରୀରର ମେଦ ଶୀଘ୍ର ହ୍ରାସ ହୋଇଥାଏ।
  •  ପ୍ରଦୂଷଣକୁ କମ୍ କରିବାକୁ ଚାହୁଁଥିଲେ, ଏହା ଏକ ସବୁଠୁ ଉତ୍ତମ ଉପାୟ। ଜାପାନର ଟୋକିଓସ୍ଥିତ କେତୋଟି କମ୍ପାନୀ ଗତ କିଛି ବର୍ଷ ହେଲା କର୍ମଚାରୀଙ୍କ ନିମନ୍ତେ ସାଇକଲ୍ ଚଳାଇବା ନିୟମ ବାଧ୍ୟତାମୂଳକ କରିଛି। ସପ୍ତାହରେ ୩ଦିନ ସମସ୍ତ ବର୍ଗର କର୍ମଚାରୀ କାର୍ଯ୍ୟାଳୟକୁ ସାଇକଲ୍ ଚଳାଇ ଆସିବେ। ପ୍ରଦୂଷଣ ରୋକିବା ସହ ସେମାନଙ୍କ ସୁସ୍ଥତା ନିମନ୍ତେ ଏହା ଏକ ଉତ୍ତମ ମାଧ୍ୟମ ବୋଲି କମ୍ପାନୀ ମୁଖ୍ୟଙ୍କ ମତ।
  •  ପ୍ରତିଦିନ ସାଇକଲ୍ ଚଳାଉଥିବା ବ୍ୟକ୍ତିଙ୍କଠାରେ ବୟସାଧିକ୍ୟ ଆଣ୍ଠୁଗଣ୍ଠି ବିନ୍ଧା ରୋଗ ହେବାର ଆଶଙ୍କା କମ୍ ରହୁଥିବାର ବିଶେଷଜ୍ଞ ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories