www.samajalive.in
Saturday, December 6, 2025
26.1 C
Bhubaneswar

ବଲିଉଡର ବାଦଶାହ ଶାହରୁଖଙ୍କ ଜନ୍ମଦିନ ଅବସରରେ ଅନେକ ଶୁଭେଚ୍ଛା ଓ ଶୁଭକାମନା

ମୁମ୍ବଇ : ଆଜି ବଲିଉଡର ବାଦଶାହ ଶାହରୁଖ ଖାନ୍‍ ଙ୍କର ଜନ୍ମଦିନ। ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି। ଶାହରୁଖଙ୍କର ଜନ୍ମ ୨ ନଭେମ୍ବର ୧୯୬୫ ଦିଲ୍ଲୀରେ ହୋଇଥିଲା। କୋଟି କୋଟି ଲୋକଙ୍କ ହୃଦୟରେ ଶାହରୁଖ ସ୍ୱତନ୍ତ୍ର ସ୍ଥାନରେ ରୁହନ୍ତି। ସାରା ଦୁନିଆରେ ତାଙ୍କର ପ୍ରଶଂସକ ରହିଛନ୍ତି। ବଲିଉଡର କିଙ୍ଗ୍‍ ଖାନ ଭାବେ ପରିଚିତ ଶାହରୁଖଙ୍କର ଜୀବନ ଏକ ଖୋଲା ପୁସ୍ତକ ଭଳି। ତଥାପି କିଙ୍ଗ୍‍ ଖାନଙ୍କ ପ୍ରଶଂସକ ସର୍ବଦା ତାଙ୍କ ବିଷୟରେ ଜାଣିବାକୁ ଚାହିଁ ଥାଆନ୍ତି। ଆଜି ତାଙ୍କ ଜନ୍ମ ଦିନ ଅବସରରେ ଜାଣନ୍ତୁ ଶାହରୁଖଙ୍କ ବିଷୟରେ କିଛି ଜଣାଅଜଣା କଥା।
ଶାହରୁଖ ପିଲାଦିନରୁ ହିଁ ଅଭିନୟ ପ୍ରତି ଆଗ୍ରହ ରହିଥିଲା। ବିଭିନ୍ନ ଷ୍ଟେଜ୍‍ କାର୍ଯ୍ୟକ୍ରମରେ ସେ ସେହି ସମୟର ଅଭିନେତା ମାନଙ୍କର ଅଭିନେୟ କରୁଥିଲେ। ପରେ ପରେ ଶାହରୁଖ ବରୀ ଜନ୍‍ ଏକାଡେମୀରେ ଅଭିନୟ ଶିକ୍ଷା କରିଥିଲେ।
କମ ବୟସରୁ ହିଁ ଶାହରୁଖଙ୍କର ଅଭିନେତ୍ରୀ ଅମୃତା ସିଂହଙ୍କ ସହ ବନ୍ଧୁତା ରହିଥିଲା। ଏହାପରେ ସେ ପରେ ମୁମ୍ବଇ ଆସି ଚଳଚ୍ଚିତ୍ର ଜଗତରେ କାମ କରିବାକୁ ଆରମ୍ଭ କରିଥିଲେ।
ଶାହରୁଖ ଦିଲ୍ଲୀରୁ ହଂସରାଜ କଲେଜରେ ଡିଗ୍ରୀ ପାଠ ଶେଷ କରିବା ପରେ ଜାମିୟା ମିଲିୟା ବିଶ୍ୱବିଦ୍ୟାଳୟରେ ପାଠ ପଢା ଆରମ୍ଭ କରିଥିଲା। ମାତ୍ର ସେଠାରେ ତାଙ୍କର ପାଠ ପଢା ଶେଷ ହେବା ପୂର୍ବରୁ ହିଁ ସେ ଅଭିନେୟ ଜୀବନ ଆରମ୍ଭ କରିଥିଲେ।
ଏହାପରେ ଶାହରୁଖଙ୍କ ଜୀବନରେ ତାଙ୍କ ଜୀବନସାଥି ଗୌରୀ ଖାନ ଆସିଥିଲେ।
ମୁମ୍ବଇ ଆସିବା ପରେ ଶାହରୁଖ ଟିଭିରେ ସର୍କସ ଓ ଫୌଜି ଭଳି ଧାରାବାହିକରେ ଅଭିନୟ କରିଥିଲେ। ହିନ୍ଦି ଚଳଚ୍ଚିତ୍ର ଜଗତରେ ଦିୱାନା ଚଳଚ୍ଚିତ୍ର ଜରିଆରେ ସେ ପାଦ ଥାପିଥିଲେ। ଚଳଚ୍ଚିତ୍ର ବ୍ୟତୀତ ଟିଭି ଜଗତରେ ମଧ୍ୟ ବେଶ ସକ୍ରିୟ ଥିଲେ।

 

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories