www.samajalive.in
Saturday, December 6, 2025
26.1 C
Bhubaneswar

କୋଭିଡ କଟକଣା ମଧ୍ୟରେ କଟକରେ ଖୋଲାଯିବ ବାଣ ଦୋକାନ: ହେବ କାଳୀପୂଜା – ଡିସିପି

କଟକ : ଆଗକୁ ଆସୁଛି ମା’କାଳୀଙ୍କର ପୂଜା ଓ ଦୀପାବଳୀ। କୋଭିଡ ପାଇଁ ଚଳିତ ବର୍ଷ କେବଳ ନୀତିନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଏଭଳି କ୍ଷେତ୍ରରେ ଆଗକୁ କାଳୀପୂଜା ଓ ଦୀପାବଳୀ ମଧ୍ୟ କୋଭିଡ ନିୟମ ଅନୁଯାୟୀ ପାଳନ ହେବ। ଦୁର୍ଗାପୂଜା ଭଳି କାଳୀପୂଜା ମଧ୍ୟ କୋଭିଡ ନିୟମ ଅନୁଯାୟୀ ପାଳନ କରାଯିବ। କଟକରେ ଫୁଟିବ ବାଣ ଓ ଦୋକାନୀଙ୍କୁ ମିଳିବ ଲାଇସେନ୍ସ। ସେହିପରି କୋଭିଡ ନିୟମ ଅନୁଯାୟୀ କଟକରେ ପୂର୍ବବର୍ଷ ଭଳି ବାଣ ଦୋକାନ ଖୋଲାଯିବ। ଏନେଇ ଡିସିପି ସୂଚନା ଦେଇଛନ୍ତି ବୋଲି ସୂଚନା ମିଳିଛି। କାଳୀପୂଜାରେ ୪ ଫୁଟର ମୂର୍ତ୍ତି ହେବା ପୂଜା ପାଇଁ ୧୫ ପ୍ଲାଟୁନ ପୁଲିସ ଫୋର୍ସ ଓ ୫୦ ଅଧିକାରୀ ମୁତୟନ ହେବେ। ଏହାସହ ପୂବବର୍ଷ ଭଳି ବାଣ ଦୋକାନ ଖୋଲିବାକୁ ଅନୁମତି ମିଳିବ ମାତ୍ର ବାଣ ଦୋକାନରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ରହିବ, କେଉଁଠି ବାଣ ଦୋକାନ କରାଯିବ, ସେନେଇ ସ୍ଥିର କରାଯିବ ବୋଲି ମଧ୍ୟ ଡିସିପି ପ୍ରତୀକ ଗୀତା ସିଂ କହିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories