www.samajalive.in
Friday, December 12, 2025
14.1 C
Bhubaneswar

ବିସ୍ଥାପିତଙ୍କ ସ୍ୱାର୍ଥ ପ୍ରତି ଯତ୍ନଶୀଳ ହେବା ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ଆଭିମୁଖ୍ୟ ହେବା ଆବଶ୍ୟକ

କଟକ ଜିଲ୍ଲାର ମାହାଙ୍ଗା ସ୍ଥିତ ଅଗ୍ରଣୀ ପ୍ରତିଷ୍ଠାନ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଏବଂ ଓଡିଶା ସରକାରଙ୍କ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ କାର୍ଯ୍ୟକ୍ରମର ୪୮ତମ ସୋପାନରେ ଖ୍ୟାତନାମା ସାମାଜିକ କର୍ମୀ ତଥା ଓରାଲ ହିଷ୍ଟ୍ରି ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଶ୍ରୀମତୀ ନନ୍ଦିନୀ ଓଜା ଯୋଗଦେଇ ‘ଲ, ଷ୍ଟେଟ ଆଣ୍ଡ ପିଉପୁଲସ ମୁଭମେଣ୍ଟ,ସ୍ପେଶାଲ ରେଫରେନ୍ସ ଟୁ ନର୍ମଦା ଆନ୍ଦୋଳନ’ ଶୀର୍ଷକ ବିଷୟ ବସ୍ତୁ ଉପରେ ମତ ରଖି କହିଛନ୍ତି ଯେ ବିକାଶ ପାଇଁ ପ୍ରାକୃତିକ ସମ୍ପଦର ବିନିଯୋଗ ପରିପ୍ରେକ୍ଷୀରେ କ୍ଷତିଗ୍ରସ୍ତ ବିସ୍ଥାପିତ ଅଧିବାସୀମାନଙ୍କର ସ୍ୱାର୍ଥ ପ୍ରତି ଯତ୍ନଶୀଳ ହେବା ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ଆଭିମୁଖ୍ୟ ହେବା ଆବଶ୍ୟକ।

ପରବର୍ତ୍ତୀ ବକ୍ତା ଭାଗରେ ବରିଷ୍ଠ ସମାଜସେବୀ ତଥା ଗ୍ରୀନ ନୋବେଲ ପୁରସ୍କାର ପ୍ରାପ୍ତ ଏବଂ ଲୋକ ଅଧିକାର ମଞ୍ଚର ସଦସ୍ୟ ପ୍ରଫୁଲ ସାମନ୍ତରା ‘ଲ, ଷ୍ଟେଟ ଆଣ୍ଡ ପିଉପୁଲସ ମୁଭମେଣ୍ଟ ଇନ ଓଡିଶା’ ସମ୍ପର୍କରେ କଳିଙ୍ଗନଗର, ଜଗତସିଂହପୁର, କାଶୀପୁର, ନିୟମଗିରି ଏବଂ ବାଲିଆପାଳ ଆନ୍ଦୋଳନର ଉଦାହରଣ ଦେଇ ଆଞ୍ଚଳିକ ଅଧିବାସୀମାନଙ୍କର ସ୍ୱୀକୃତି ଓ ବିଶ୍ୱାସ ଭାଜନ ହିଁ ପ୍ରାକୃତିକ ସମ୍ପଦର ବିନିଯୋଗ କ୍ଷେତ୍ରରେ ଗ୍ରହଣୀୟ ହୋଇପାରିବ ଏବଂ ଏହି କାରଣରୁ କ୍ଷତିଗ୍ରସ୍ତ ସାଧାରଣ ଜନତାଙ୍କ ଜୀବନଧାରାକୁ ଗୁରୁତ୍ୱ ଦେବା ଉଚିତ ବୋଲି ମତବ୍ୟକ୍ତ କରିଛନ୍ତି। ଅନ୍ୟତମ ବକ୍ତା ଭାବରେ କୋଟସ କୋରାପୁଟର ନିର୍ଦେଶକ ପି .ସି ମହାପାତ୍ର ଯୋଗଦେଇ ‘ତରାଇବଲ ପ୍ରୋବ୍ଲେମସ ଇନ ଓଡିଶା’ ଶୀର୍ଷକ ପ୍ରସଙ୍ଗରେ ଓଡ଼ିଶାର ଆଦିବାସୀ ସମସ୍ୟା ଓ ବିକାଶ ପାଇଁ ବିଭିନ୍ନ ଦିଗ ଓ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ।

- Advertisement -

ଏହି ୱେବିନାରରେ କାର୍ଡର ନିର୍ଦେଶକ ବିକ୍ରମ କେଶୋରୀ ଜେନା, ସହ ନିର୍ଦେଶକ ଚିନ୍ମୟ କୁମାର ସାହୁ ଓ ଦେଶବିଦେଶରୁ ଅନେକ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ଆବାହକ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପାୟଲ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ରୁଦ୍ରନାରାୟଣ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ବାଇଧର ଦାସ ଓ ଅଧ୍ୟାପକ ଶୁଭମ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories