www.samajalive.in
Thursday, December 11, 2025
13.1 C
Bhubaneswar

୪ ବର୍ଷ ହେବ ବୁର୍ଲା ଭିମସାର ନେଫ୍ରୋଲୋଜି ବିଭାଗ ବିଶେଷଜ୍ଞ ଶୂନ୍ୟ: ଘରୋଇ ଡ଼ାକ୍ତରଖାନାରେ ରୋଗୀ ଶୋଷଣର ଶିକାର

ବୁର୍ଲା:ବର୍ତ୍ତମାନର ମାରାତ୍ମକ କରୋନା ଭୁତାଣୁ ସାରା ବିଶ୍ୱବାସୀଙ୍କୁ ଆତଙ୍କିତ କରି ରଖିଥିବା ବେଳେ ରୋଗୀ ବାହାର ମେଡ଼ିକାଲକୁ  ଯିବାକୁ କୁଣ୍ଠାପ୍ରକାଶ କରୁଛନ୍ତି। ମାତ୍ର ଭିମସାରରେ ଅବ୍ୟବସ୍ଥା ଯୋଗୁଁ ରୋଗୀ କେବଳ ବାହାରକୁ ଚିକିତ୍ସା ପାଇଁ  ଯାଉ ନାହାନ୍ତି ଘରୋଇ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ପଶ୍ଚିମ ଓଡ଼ିଶାର କିଡ଼ନୀ ରୋଗୀଙ୍କ ଏକମାତ୍ର ସାହାଭରସା ଭିମସାରର ନେଫ୍ରୋଲୋଜୀ ବିିଭାଗରେ ୪ ବର୍ଷ ହେଲା ଜଣେ ବିଶେଷଜ୍ଞ ନ ଥିବା ଏହାର ଜ୍ଵଳନ୍ତ ଉଦାହରଣ ।

ଭିମସାରକୁ ଏକ ଉତ୍କର୍ଷ ସ୍ୱାସ୍ଥ୍ୟକେନ୍ଦ୍ର ବା ସୁପର ସ୍ପେସିଆଲିଟି ହସପିଟାଲ ସରକାରୀ କଳ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛି । ଖୋଦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରୁ ପ୍ରତିଦିନ ଶହଶହ ରୋଗୀ ଏଠାକୁ ଚିକିତ୍ସିତ ହେବାକୁ ଆସୁଛନ୍ତି । ତଥାପି ଏହାପ୍ରତି ତାଙ୍କର ମଧ୍ୟ ଦୃଷ୍ଟି ପଡ଼ୁନାହିଁ ।   ନେଫ୍ରୋଲୋଜୀ ବିଭାଗ ବିଶେଷଜ୍ଞ ଶୂନ୍ୟ ହେବା ଇତିମଧ୍ୟରେ ଚାରିବର୍ଷ ବିତି ସାରିଲାଣି। ମାତ୍ର ଭିମସାରକୁ କିଡ଼ନୀ ରୋଗୀ ବିଶେଷଜ୍ଞ ଅଣାଯାଇ ପାରିଲା ନାହିଁ। କରୋନା ମହାମାରୀରେ ଗୁରୁତର କିଡ଼ନୀ ରୋଗୀ ବାହାରକୁ ଯାଇ କରୋନା ସଂକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିବା ପ୍ରସଙ୍ଗକୁ ମଧ୍ୟ ଅଣଦେଖା କରାଯାଇ ନ ପାରେ।

- Advertisement -

ଇତିମଧ୍ୟରେ ଦୁଇ ଦୁଇ ଜଣ ନିର୍ଦ୍ଦେଶକ ଭିମସାରରେ କାର୍ଯ୍ୟ କରିଛନ୍ତି । ପୂର୍ବରୁ ପ୍ରଫେସର ଅଶ୍ୱିନୀ କୁମାର ପୁଜାହାରୀ ବିବାଦୀୟ ହୋଇ ବିଦାୟ ନେବା ପରେ ଏବେ ପ୍ରଫେସର ଲଳିତ କୁମାର ମେହେର ଯୋଗଦାନ କରିଛନ୍ତି। ମାତ୍ର ତଥାପି ନେଫ୍ରୋଲୋଜି ବିଭାଗକୁ ଜଣେ ମାତ୍ର କିଡ଼ନୀ ବିଶେଷଜ୍ଞ ଅବସ୍ଥାପିତ ହୋଇପାରିଲେ ନାହିଁ। ଉକୃଷ୍ଟ ଚିକିତ୍ସା ପାଇବା ଆଶାରେ ଆସୁଥିବା କିଡ଼ନୀ ରୋଗୀ ଭିମସାରର ନେଫ୍ରୋଲୋଜୀ ବିଭାଗ ଆସି ହରଡ଼ଘଣାରେ ପଡ଼ି ଶେଷରେ ଘରୋଇ ଡ଼ାକ୍ତରଖାନାକୁ ଯାଉଛନ୍ତି ଓ ସେଠାରେ ଶୋଷଣର ଶିକାର ହେଉଛନ୍ତି ।

ପ୍ରଫେସର ପିକେ ସାହୁ ଏବଂ ପ୍ରଫେସର ଚିତ୍ତରଞ୍ଜନ କର ଭିମସାରର କିଡ଼ନୀରୋଗ ବିଭାଗରେ ଉକୃଷ୍ଟମାନର ଚିକିତ୍ସା ଦେଇ ଆସିଥିବା ଦୃଷ୍ଟାନ୍ତ ରହିଛି। ତେବେ ଗତ ୨୦୧୧ ମସିହାରେ  ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ ପ୍ରଫେସର କରଙ୍କ ବଦଳି ହୋଇଥିଲା। ଏହାମଧ୍ୟରେ ପ୍ରଫେସର ଚିତ୍ତରଞ୍ଜନ କର କୋଭିଡ଼ ରୋଗୀଙ୍କ ଚିକିତ୍ସା ସମୟରେ ନିଜେ ପ୍ରଫେସର କର କରୋନାରେ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ଚେନ୍ନାଇର ଏମଜିଏମ ହସପିଟାଲକୁ ସ୍ଥାନାନ୍ତରିତ ହୋଇଥିବା ଦୃଷ୍ଟାନ୍ତ ରହିଛି। ସେପଟେ ଗତ ଚାରିବର୍ଷ ତଳେ ଭିମସାରରେ କିଡ଼ନୀ ରୋଗ ବିଶେଷଜ୍ଞ ଡ଼ା ବିବେକାନନ୍ଦ କରଙ୍କ ପଦୋନ୍ନତିରେ ବ୍ରହ୍ମପୁର ମେଡ଼ିକାଲରେ ନେଫ୍ରୋଲୋଜୀ ବିଭାଗକୁ ବଦଳି କରାଯାଇଥିଲା।। ଏହି ଚାରିବର୍ଷ ମଧ୍ୟରେ ଭିମସାରର ସ୍ଥାଣୁ ପାଲଟିଥିବା ପରିଚାଳନା ବ୍ୟବସ୍ତା ଜଣେ ହେଲେ କିଡ଼ନୀ ବିଶେଷଜ୍ଞକୁ ଭିମସାରରେ ଅବସ୍ଥାପିତ କରିବାରେ ସକ୍ଷମ ହୋଇ ପାରିନାହାନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories