ଫ୍ରିଜ୍, ଟିଭି, ଓ୍ଵାସିଂ ମେସିନ, ଜୋତା ହେବ ଶସ୍ତା : ଜିଏସଟି ପରିଷଦର ବୈଠକରେ ନିଷ୍ପତ୍ତି

0

ନୂଆଦିଲ୍ଲିୀ :  ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ସାନିଟାରୀ ନାପକିନକୁ ଟିକସ ମୁକ୍ତ କରାଯାଇଛି।  ଟିଭି, ଫ୍ରିଜ, ଓ୍ଵାସିଂମେସିନ ପରି ୫୦ରୁ ଅଧିକ ସାମଗ୍ରୀ ଉପରେ ମଧ୍ୟ ଟିକସ  ହ୍ରାସ କରାଯାଇଛି। ସାମଗ୍ରୀ ଓ ସେବା କର(ଜିଏସଟି) ପରିଷଦର ୨୮ ତମ ବୈଠକରେ  ଏଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି  ଅର୍ଥ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି।  ଏହି ଟିକସ ପରିବର୍ତ୍ତନ ଦ୍ଵାରା ୧୦୦ରୁ ଅଧିକ ସାମଗ୍ରୀର ଦର ଶସ୍ତା ହୋଇଯିବ। ଏହି ସବୁ ନିଷ୍ପତ୍ତିଚଳିତମାସ ୨୭ ତାରିଖରୁ ଲାଗୁ ହେବ। କେନ୍ଦ୍ର ଅର୍ଥ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ୨୮ ତମ ବୈଠକ ଦିଲ୍ଲୀର ବିଜ୍ଞାନ ଭବନରେ ବସିଥିଲା।  ବୈଠକ ପରେ ଶ୍ରୀ ଗୋଏଲ କହିଛନ୍ତି ଯେ ସାନିଟାରୀ ନାପକିନ ବ୍ୟତୀତ ଷ୍ଟୋନ, ମାର୍ବଲ, ରାକ୍ଷୀ, କାଠ ନିର୍ମିତ ସାମଗ୍ରୀ ଏବଂ  ଶାଳ ପତ୍ର ଉପରେ କୌଣସି ଟିକସ ଲାଗିବ ନାହିଁ। ଏହା ବ୍ୟତୀତ ୧୦୦୦ ଟଙ୍କା ପର୍ୟ୍ୟନ୍ତ ଜୋତା ଉପରେ  ୫ ପ୍ରତିଶତ ଟିକସ ଲାଗିବ। ପୂର୍ବରୁ ୫୦୦ ଟଙ୍କା ପର୍ୟ୍ୟନ୍ତ ଜୋତା ଉପରେ ୫ ପ୍ରତିଶତ ଟିକସ ଲାଗୁଥିଲା।

୧୮ ପ୍ରତିଶତ ଟିକସ ପର୍ଯ୍ୟାୟଭୁକ୍ତ ସାମଗ୍ରୀ

ଓ୍ଵାସିଂ ମେସିନ, ରେଫ୍ରିଜେରେଟର, ଟିଭି, ଭିଡିଓ ଗେମ୍ସ, ଲିଥିୟମ ଆୟନ ବେଟ୍ରି, ଭେକ୍ୟୁମ କ୍ଲିନର, ଫୁଡ ଗ୍ରାଇଣ୍ଡର, ମିସ୍କଚର, ଷ୍ଟୋରେଜ୍ ଓ୍ଵାଟର ହିଟର, ମିଲ୍କ କୁଲର, ଆଇସକ୍ରିମ କୁଲର୍ସ, ପରଫ୍ୟୁମ୍, ଟଏଲେଟ୍ ସ୍ପ୍ରେକୁ  ୨୮ ପ୍ରତିଶତରୁ ହ୍ରାସ କରି  ୧୮ ପ୍ରତିଶତ ଟିକସ ପର୍ଯ୍ୟାୟରେ ସାମିଲ କରାଯାଇଛି।

୧୨ ପ୍ରତିଶତ ଟିକସ ପର୍ଯ୍ୟାୟଭୁକ୍ତ ସାମଗ୍ରୀ

ଜୁଏଲରୀ ବକ୍ସ, ପେଟିଂ ପାଇଁ ବକ୍ସ,  ହ୍ୟାଣ୍ଡବ୍ୟାଗ, ଆର୍ଟଓ୍ଵେୟର ଗ୍ଲାସ, ହାତରେ ନିର୍ମିତ ଲ୍ୟାମ୍ପ ଉପରେ ଟିକସକୁ ହ୍ରାସ କରି ୧୨ ପ୍ରତିଶତ କରିବାକୁ ନିଷ୍ପତ୍ତି ହୋଇଛି

୫ ପ୍ରତିଶତ ଟିକସ

ଇଥେନଲ ଉପରେ ମଧ୍ୟ ଟିକସ କୁ ୧୮ ପ୍ରତିଶତ ହ୍ରାସ କରି ୫ ପ୍ରତିଶତ କରାଯାଇଛି। ଏହାଦ୍ବାରା  ଚିନି ଉଦ୍ୟୋଗ ଓ ଚାଷୀଙ୍କୁ ଲାଭ ମିଳିବ। ଏହା ବ୍ୟତୀତ ୧୦୦୦ ଟଙ୍କା ପର୍ୟ୍ୟନ୍ତ ଜୋତା ଉପରେ ଏବେ ୫ ପ୍ରତିଶତ ଟିକସ ଲାଗିବ। ହସ୍ତଶିଳ୍ପର ମଶିଣା ଉପରେ ଲାଗୁଥିବା ୧୨ ପ୍ରତିଶତ ଟିକସକୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି।

ଅନ୍ୟ ପକ୍ଷରେ ଛୋଟ ବ୍ୟବସାୟୀଙ୍କୁ ବଡ଼ ଆଶ୍ଵସ୍ତି ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ୫ କୋଟି ଟଙ୍କା ପର୍ୟ୍ୟନ୍ତ ବାର୍ଷିକ ଆୟ କରୁଥିବା ବ୍ୟବସାୟୀ ପ୍ରତ୍ୟେକ ମାସରେ ଜିଏସଟି ଜମା କରିବେ, ମାତ୍ର ସେମାନଙ୍କୁ ତ୍ରୟୋମାସିକ ଟିଟର୍ଣ୍ଣ ଫାଇଲ କରିବାର ଆବଶ୍ୟକତା ନାହିଁ। ରିଟର୍ଣ୍ଣ ଫର୍ମ୍ସକୁ ଦୁଇଟି ସହଜ ଫର୍ମାଟ୍ କୁ ଅଣାଯିବ। ଦୁଇଟି ସହଜ ଫର୍ମାଟ୍ ହେଉଛି ସୁଗମ ଓ ସହଜ ଅଣାଯିବ। ଆସାମ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ସିକ୍କିମ ପରି ରାଜ୍ୟ ଗୁଡିକରେ ବ୍ୟବସାୟୀଙ୍କୁ ଛାଡ଼ କରାଯିବାର ସୀମାକୁ ୧୦ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୨୦ଲକ୍ଷ ଟଙ୍କା କରାଯାଇଛି।

Leave A Reply