୧୭ ରୁଟ୍ରେ ଗଡ଼ିବ ମୋ ବସ୍
ଭୁବନେଶ୍ବର: ଯାତ୍ରୀଙ୍କ ଚାହିଦାକୁ ଲକ୍ଷ୍ୟ କରି ନଭେମ୍ବର ୨ରୁ ଆଉ ୧୭ଟି ରୁଟ୍ରେ ମୋ ବସ୍ ଚଳାଚଳ କରିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। ରୁଟ୍ ନମ୍ବର ୧୧ ନନ୍ଦନ ବିହାରରୁ ବାଳକାଟି, ରୁଟ ନଂ ୧୨ ମାଷ୍ଟର କ୍ୟାଣ୍ଟିନ ବସ୍ଷ୍ଟାଣ୍ଡରୁ ନନ୍ଦନକାନନ, ରୁଟ୍ ନଂ ୧୬ ମାଷ୍ଟର କ୍ୟାଣ୍ଟିନରୁ କଟକ ବିଜୁ ପଟ୍ଟନାୟକ ପାର୍କ, ରୁଟ୍ ନଂ ୧୭ ଏୟାରପୋର୍ଟରୁ ବାରବାଟି ଷ୍ଟାଡ଼ିୟମ, ରୁଟ୍ ନଂ ୧୮ ବରମୁଣ୍ଡାରୁ ଜଗତପୁର, ରୁଟ୍ ନଂ ୧୯ ଏମସ୍ରୁ ଓଏମ୍ପି ଛକ, ରୁଟ୍ ନଂ ୨୦ ଏବଂ ୨୨ ମାଷ୍ଟରକ୍ୟାଣ୍ଟିନରୁ ଭାୟା ଜଟଣୀ ହୋଇ ଖୋର୍ଦ୍ଧା ନୂଆ ବସ୍ଷ୍ଟାଣ୍ଡକୁ ଯିବ। ସେହିପରି ରୁଟ୍ ନଂ ୨୩ ମାଷ୍ଟରକ୍ୟାଣ୍ଟିନରୁ ସମ୍ ହସ୍ପିଟାଲ, ରୁଟ୍ ନଂ ୨୪ କଳିଙ୍ଗ ବିହାରରୁ ଟଙ୍କପାଣି ରୋଡ଼ ସାଇ ମନ୍ଦିର, ରୁଟ୍ ନଂ ୨୫ ଡୁମ୍ଡୁମାରୁ ମଞ୍ଚେଶ୍ବର, ରୁଟ୍ ନଂ ୨୭ ମାଷ୍ଟର କ୍ୟାଣ୍ଟିନରୁ ଏମସ୍, ରୁଟ୍ ନଂ ୨୮ ମାଷ୍ଟରକ୍ୟାଣ୍ଟିନରୁ ଘାଟିକିଆ, ରୁଟ୍ ନଂ ୩୦ ମାଷ୍ଟରକ୍ୟାଣ୍ଟିନରୁ ଗୋଠପାଟଣା, ରୁଟ୍ ନଂ ୩୩ ମାଷ୍ଟରକ୍ୟାଣ୍ଟିନରୁ ପିପିଲି, ରୁଟ୍ ନଂ ୫୦ ମାଷ୍ଟର କ୍ୟାଣ୍ଟିନ ଛକରୁ ପୁରୀ ବସ୍ଷ୍ଟାଣ୍ଡ ଏବଂ ରୁଟ୍ ନଂ ୭୦ ମାଷ୍ଟରକ୍ୟାଣ୍ଟିନ ବସ୍ଷ୍ଟାଣ୍ଡରୁ କୋଣାର୍କକୁ ବସ୍ ଚଳାଚଳ କରିବ ବୋଲି କ୍ରୁଟ୍ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛି।
Comments are closed.