www.samajalive.in
Tuesday, December 9, 2025
19.1 C
Bhubaneswar

ବିରଳ ଧଳା ନାଗ ସାପ ଉଦ୍ଧାର

ରାଜକନିକା : କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ କଣ୍ଡିଆ ହାଟସାହି ଗ୍ରାମରୁ ଏକ ବିରଳ ଧଳା ରଙ୍ଗର ନାଗ ସାପ ଉଦ୍ଧାର କରାଯାଇଛି। ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ୪ ଫୁଟ୍ ଲମ୍ବର ଏହି ସାପଟିକୁ ହାଟସାହି ଗ୍ରାମର ଜଣେ ଯୁବକ ଦେଖିଥିଲେ । ଆଗରୁ କେବେ ଏମିତି ଧଳା ରଙ୍ଗର ନାଗ ସେ ଦେଖିନଥିବା କାରଣରୁ ତାଙ୍କ ମନରେ କୈତୁହଳ ସୃଷ୍ଟି ହୋଇଥିଲା। ଏହାପରେ ସେ ତୁରନ୍ତ ରାଜକନିକା ଅଞ୍ଚଳରେ ସାପ ଧରୁଥିବା ବାଲିସୁଆଁ ଗାଁର ଯୁବକ ତପନ ଜେନାଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ।

ତପନ ଫୋନ୍ କଲ୍‌ ପାଇବା ମାତ୍ରେ ଏହି ବିରଳ ଧଳା ସାପଟିକୁ ଉଦ୍ଧାର କରିବା ପାଇଁ ହାଟସାହି ଯିବା ସହ ସାପଟିକୁ କୌଣସି କ୍ଷତି ନପହଞ୍ଚାଇବା ପାଇଁ ସ୍ଥାନୀୟ ଯୁବକମାନଙ୍କୁ ଅନୁରୋଧ କରିଥିଲେ। ଏହପରେ ତପନ ଘଟଣାସ୍ଥଳରେ ପହଞ୍ଚି ବିରଳ ଧଳା ନାଗକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସାପଟି ବିରଳ ପ୍ରଜାତିର ହୋଇଥିବା କାରଣରୁ ତପନ ଏସମ୍ପର୍କ​‌ରେ ରାଜ୍ୟ ସ୍ନେକ୍ସ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଜଣାଇଥିଲେ। ସ୍ନେକ୍ସ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସାପଟିର ଫଟୋ ଦେଖିବା ପରେ ସ୍ନେକ୍ସ ହେଲ୍ପ ଲାଇନର ସଦସ୍ୟଙ୍କୁ ପଠାଇ ସାପଟିକୁ ଭୁବନେଶ୍ବରକୁ ନେଇତିବା ତପନ ସୂଚନା ଦେଇଛନ୍ତି।

- Advertisement -

ଉଲ୍ଲେଖଯୋଗ୍ୟ, ସ୍ଥାନୀୟ ଅଞ୍ଚଳରେ ରାଜକନିକା ଅଞ୍ଚଳରେ ସ୍ନେକ୍ ହେଲ୍ପଲାଇନର କୌଣସି ସଦସ୍ୟ ନ ଥିବାରୁ ତପନ ହିଁ ଅଞ୍ଚଳର ଲୋକଙ୍କ ପାଇଁ ସାହାରା ହୋଇଛନ୍ତି। ରାଜକନିକା ଅଞ୍ଚଳରେ ଯେଉଁଠି ସାପ ବାହାରିଲେ ଲୋକମାନେ ତପନଙ୍କୁ ଉଦ୍ଧାର ପାଇଁ ଡାକନ୍ତି। ତପନ ମଧ୍ୟ ସାପକୁ କୌଣସି ଆଘାତ ନ ପହଞ୍ଚିବା ପାଇଁ ଲୋକଙ୍କୁ ଉପଦେଶ ଦେଇ ସାପ ବାହାରିଥିବା ସ୍ଥାନକୁ ଯାଇ ସୁରକ୍ଷିତ ଭାବେ ସାପକୁ ଉଦ୍ଧାର କରନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜକନିକା ଅଞ୍ଚଳରୁ ତପନ ୩ଶହରୁ ଉର୍ଦ୍ଧ୍ବ ସାପ ଉଦ୍ଧାର କରି ଜନ ବସତିଠାରୁ ଦୁରରେ ଥିବା ପାକୃତିକ ଆବାସ ସ୍ଥଳିରେ ଛାଡିସାରିଲେଣି।  ତପନ ସ୍ନେକ୍ ହେଲ୍ପଲାଇନରେ ଯୋଗଦେବାକୁ ଇଛୁକ ଅଛନ୍ତି। ଏଥିପାଇଁ ସେ ମଧ୍ୟ ରାଜ୍ୟ ସ୍ନେକ୍ ହେଲ୍ପଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସହ ଯୋଗାଯୋଗ କରିଛନ୍ତି। ତପନ ଭୁବନେଶ୍ବର ଆସି ବିଧିବଦ୍ଧ ଭାବେ ସ୍ନେକ ହେଲ୍ପଲାଇନରେ ଯୋଗଦେବା ସହ ସାପ ଉଦ୍ଧାର କରିବାର ଟ୍ରେନିଂ ନେବେ ବୋଲି ଜଣାପଡିଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories