www.samajalive.in
Friday, December 12, 2025
14.1 C
Bhubaneswar

ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଲେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ କାଳରେ ସେ ସେହି ଦେଶଗୁଡ଼ିକ ସହ ଭାରତର ଦ୍ୱିପକ୍ଷୀୟ ସଂପର୍କର ସମୀକ୍ଷା କରିବେ ଓ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଷୟଗୁଡ଼ିକ ଉପରେ କଥାବାର୍ତ୍ତା କରିବେ। ସେ ମଧ୍ୟ ସେହି ଦେଶଗୁଡ଼ିକର ଉଦ୍ୟୋଗପତି, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ କରିବେ।

- Advertisement -

ବୈଦେଶିକ ମନ୍ତ୍ରଣାଳୟରୁ ଜାରି ଏକ ବିବୃତିରେ କୁହାଯାଇଛି, କୋଭିଡ ୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ସହଯୋଗ ବୃଦ୍ଧି ପାଇଁ ସେ ସଂପୃକ୍ତ ଦେଶଗୁଡ଼ିକ ସହ ଆଲୋଚନା କରିବେ। ମନ୍ତ୍ରଣାଳୟ କହିଛି ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ୍ ସହ ଭାରତର ସଂପର୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ଓ ସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗଗୁଡ଼ିକ ଉପରେ ଏହିସବୁ ଦେଶଗୁଡ଼ିକର ଆଭିମୁଖ୍ୟ ସମାନ।

ମନ୍ତ୍ରଣାଳୟ କହିଛି, ଭାରତର ସେହିସବୁ ଦେଶଗୁଡ଼ିକ ସହ ଘନିଷ୍ଠ ବାଣିଜ୍ୟିକ ସଂପର୍କ ରହିଛି ଓ ପୁଞ୍ଜିନିବେଶ କ୍ଷେତ୍ରରେ ସେମାନଙ୍କ ମଧ୍ୟରେ ଉତ୍ତମ ସଂପର୍କ ରହିଛି। ଭାରତ ମଧ୍ୟ ଏହିସବୁ ଦେଶଗୁଡ଼ିକ ସହ ବହୁରାଷ୍ଟ୍ରୀୟ ସ୍ତରରେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରୁଛି। ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକରେ ବ୍ୟାପକ ସଂସ୍କାର, ସେଗୁଡ଼ିକର ସଂପ୍ରସାରଣ ଏବଂ ଏକ ଅବାଧ, ମୁକ୍ତ, ଓ ସାମୂହିକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଭାରତର ପ୍ରତିଶ୍ରୁତିବଦ୍ଧତାର ପୂରଣ ଦିଗରେ ଏହି ରାଷ୍ଟ୍ରମାନଙ୍କର ସହଯୋଗ ଏକାନ୍ତ କାମ୍ୟ। ବୈଦେଶିକ ସଚିବଙ୍କର ଏହି ଗସ୍ତ ଆନ୍ତର୍ଜାତିକ ସ୍ତରରେ କୁଟନୈତିକ ସଂପର୍କକୁ ସୁଦୃଢ଼ କରିବା ପାଇଁ ଭାରତର ଉଦ୍ୟମର ଏକ ଅଂଶବିଶେଷ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories