www.samajalive.in
Monday, December 8, 2025
14.1 C
Bhubaneswar

ଚର୍ଚ୍ଚରେ ଛୁରି ଭୁସି ତିନିଜଣଙ୍କୁ ହତ୍ୟା

ପ୍ୟାରିସ୍ : ଫ୍ରାନ୍ସର ନାଇସ୍‌ ସହରର ନୋଟ୍ରେ ଡ୍ୟାମ ଚର୍ଚ୍ଚରେ ଜଣେ ମହିଳାଙ୍କ ମୁଣ୍ଡ କଟାଯିବା ସହ ତିନି ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଜଣେ ଆତତାୟୀ ଗୁରୁବାର ସକାଳ ପ୍ରାୟ ୯ଟାବେଳେ ହଠାତ୍‌ ଚର୍ଚ୍ଚ ଭିତରକୁ ପ୍ରବେଶକରି ଉପସ୍ଥିତ ଭକ୍ତଙ୍କ ମଧ୍ୟରୁ ଜଣଙ୍କ ପରେ ଜଣଙ୍କୁ ଛୁରୀ ଭୁସି ଥିଲା। ଛୁରିକାଘାତରେ ଘଟଣାସ୍ଥଳରେ ତିନି ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଏହାକୁ ଏକ ଇସଲାମିକ ଆତଙ୍କବାଦୀ ଆକ୍ରମଣ ଆଖ୍ୟା ଦିଆଯାଇଛି। ପୁଲିସ ଓ ଫ୍ରାନ୍ସର ଆତଙ୍କବାଦ ନିରୋଧୀ ବାହିନୀର ଯବାନମାନେ ସମଗ୍ର ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ କରି ତଦନ୍ତ ଚଳାଇଛନ୍ତି। ଆତଙ୍କବାଦୀକୁ ଗିରଫ କରାଯାଇଥିବାବେଳେ ସେ ଆରବ ନାଗରିକ ବୋଲି କୁହାଯାଉଛି। ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ନାଇସ୍‌ ମେୟର କ୍ରିଷ୍ଟିଆନ ଏଷ୍ଟ୍ରୋସି। ଏହି ଆକ୍ରମଣର କାରଣ ସ୍ପଷ୍ଟ ​‌ହୋଇ ନ ଥିଲେ ମଧ୍ୟ ‘ଚାର୍ଲି ହେବଡୋ’ ଘଟଣା ସହିତ ଏହାର ସମ୍ପର୍କ ଥିବା ସନ୍ଦେହରେ ଯାଞ୍ଚ କରାଯାଉଛି।

ଏହି ଘଟଣାର କିଛି ସମୟ ପରେ ପୁଲିସ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗୁଳିମାରି ହତ୍ୟା କରିଛି। ଦେଶର ଦାକ୍ଷିଣାତ୍ୟ ସହର ଆଭିଗନ୍‌ ନିକଟ ମଣ୍ଟପାଭେଟଠାରେ ସେ ଏକ ବନ୍ଧୁକ ଧରି ‘ଆଲ୍ଲା ହୋ ଆକବର’ ବୋଲି ଚିତ୍କାର କରିବା ସହ ରାସ୍ତାରେ ଯାଉଥିବା ଲୋକଙ୍କୁ ଭୟଭୀତ କରୁଥିଲାବେଳେ ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନରେ ତା’ର ମୃତ୍ୟୁ ଘଟିଛି। ଅନ୍ୟ ଏକ ଘଟଣାରେ ସାଉଦି ଆରବର ଜିଦାଠାରେ ଫ୍ରାନ୍ସ ଦୂତାବାସ କାର୍ଯ୍ୟାଳୟର ଅଧିକାରୀଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗକ୍ରମେ ପୁଲିସ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଗିରଫ କରିଛି।

- Advertisement -

‘ଚାଲି ହେବ୍‌ଡୋ’ ପ୍ରସଙ୍ଗରେ ଚଳିତ ମାସ ପ୍ରାରମ୍ଭରେ ଜଣେ ମାଧ୍ୟମିକ ସ୍କୁଲ ଶିକ୍ଷକ ସାମୁଏଲ ପେଟିଙ୍କୁ ଜନୈକ ଚେଚେନ୍‌ ନାଗରିକ ମୁଣ୍ଡକାଟି ହତ୍ୟା କରିବାଜନିତ ଆତଙ୍କ ଜନମାନସରୁ ଲିଭି ନ ଥିବାବେଳେ ଗୁରୁବାରର ଆକ୍ରମଣ ନାଗରିକଙ୍କ ମଧ୍ୟରେ ଅଧିକ ଭୟ ସୃଷ୍ଟି କରିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରନ ଖୁବଶୀଘ୍ର ନାଇସ ଗସ୍ତରେ ଯିବେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ‘ଚାର୍ଲି ହେବ୍‌ଡୋ’ ତୁର୍କୀ ରାଷ୍ଟ୍ରପତିଙ୍କ ବ୍ୟଙ୍ଗଚିତ୍ର ପ୍ରକାଶକୁ ନେଇ ଦୁଇ ଦିନ ହେଲା ଉତ୍ତେଜନା ଲାଗିରହିଛି। ଏହି ବ୍ୟଙ୍ଗଚିତ୍ରକୁ ମୁସଲମାନ ବିରୋଧୀ ଭାବେ ଅଭିହିତ କରି ସମ୍ପୃକ୍ତ ସମ୍ପ୍ରଦାୟ ତୀବ୍ର ପ୍ରତିକ୍ରୟା ପ୍ରକାଶ କରିବା ସହ ମାକରନ୍‌ଙ୍କୁ ଇସଲାମ ବିରୋଧୀ ଦର୍ଶାଉଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories