www.samajalive.in
Monday, December 15, 2025
26.1 C
Bhubaneswar

୭ ବର୍ଷ ପରେ ଶୁକ୍ରବାର ଓ ଶରତ ପୂର୍ଣ୍ଣିମା ଯୋଗ: ପୁଣି ୨୦୩୩ରେ ଘଟିବ ଏହି ବିରଳ ସଂଯୋଗ

୩୦ ଅକ୍ଟୋବର ତଥା ଶୁକ୍ରବାର ଶରତ ଋତୁରେ ପଡ଼ୁଥିବା ଆଶ୍ୱିନ ମାସର ପୂର୍ଣ୍ଣିମା। ଏହି ଦିନକୁ ଶରତ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ବିଶ୍ୱାସ ରହିଛି ଯେ, ସମୁଦ୍ର ମନ୍ଥନ ସମୟରେ ଶରତ ପୂର୍ଣ୍ଣିମା ଦିନ ହିଁ ଦେବୀ ଲକ୍ଷ୍ମୀ ପ୍ରକଟ ହୋଇଥିଲେ। ତେଣୁ ଏହି ଦିନକୁ ମା’ଲକ୍ଷ୍ମୀଙ୍କ ପ୍ରକଟ ତଥା ପ୍ରକାଶ ଦିବସ ବୋଲି ମଧ୍ୟ କୁହାଯାଏ ଏବଂ ମା’ଙ୍କର ବିଶେଷ ପୂଜା କରାଯାଏ। ଏଥର ଶୁକ୍ରବାର ଶରତ ପୂର୍ଣ୍ଣିମା ପଡ଼ୁଛି। କାଶୀର ଜ୍ୟୋତିଷାଚାର୍ଯ୍ୟ ପଂ. ଗଣେଶ ମିଶ୍ରଙ୍କ କହିବାନୁଯାୟୀ, ଦୀର୍ଘ ୭ ବର୍ଷ ପରେ ଚଳିତ ଥର ଶରତ ପୂର୍ଣ୍ଣିମାରେ ଏଭଳି ମହା ସଂଯୋଗ ପଡ଼ୁଛି। ଏହା ପୂର୍ବରୁ ୨୦୧୩ ମସିହା ୧୮ ଅକ୍ଟୋବରରେ ଶୁକ୍ରବାର ଦିନ ଏହି ପର୍ବ ପଡ଼ିଥିଲା ଏବଂ ୧୩ ବର୍ଷ ପରେ ଅର୍ଥାତ୍‍ ୭ ଅକ୍ଟୋବର ୨୦୩୩ରେ ଏପରି ବିରଳ ସଂଯୋଗ ଘଟିବ।

ଶୁକ୍ରବାର ପୂର୍ଣ୍ଣିମା ପଡ଼ୁଥିବାରୁ ଏହାର ଶୁଭଫଳ ଆହୁରି ବଢିଯିବ। ଏହାସହିତ ଚଳିତ ବର୍ଷ ଶରତ ପୂର୍ଣ୍ଣିମାର ଚନ୍ଦ୍ରୋଦୟ ସର୍ବାର୍ଥସିଦ୍ଧି ଓ ଲକ୍ଷ୍ମୀ ଯୋଗରେ ହେଉଛି। ଯଦ୍ୱାରା ଏହି ଦିନ ଲକ୍ଷ୍ମୀ ପୂଜାର ବିଶେଷ ମହତ୍ତ୍ୱ ରହିବ। ଏହିଦିନ ଜିନିଷପତ୍ର ତଥା ସମ୍ପତି କିଣାକିଣି ପାଇଁ ଅତ୍ୟନ୍ତ ଶୁଭ ଯୋଗ ପଡ଼ୁଛି। ଶରତ ପୂର୍ଣ୍ଣିମାରେ ସର୍ବାର୍ଥସିଦ୍ଧି ଯୋଗ ପଡ଼ୁଥିବାରୁ ଇଲେକ୍ଟ୍ରୋନିକ୍‍ ଜିନିଷ, ଗହଣା, ଫର୍ନିଚର ଓ ଅନ୍ୟାନ୍ୟ ସୁଖ ସୁବିଧା ଯୋଗାଉଥିବା ସାମଗ୍ରୀ କିଣିବା ଅତ୍ୟନ୍ତ ଶୁଭପ୍ରଦ।

- Advertisement -

୩୦ରେ ଶରତ ପୂର୍ଣ୍ଣିମା, ୩୧ରେ ବ୍ରତ ଓ ସ୍ନାନ-ଦାନ:

ଜ୍ୟୋତିଷାଚାର୍ଯ୍ୟଙ୍କ କହିବାନୁସାରେ, ପୂର୍ଣ୍ଣିମା ତିଥି ୩୦ ଅକ୍ଟୋବର ସନ୍ଧ୍ୟା ପ୍ରାୟ ୫ଟା ୪୫ରୁ ଆରମ୍ଭ ହେବ ଓ ରାତି ସାରା ପୂର୍ଣ୍ଣିମା ତିଥି ରହିବ। ତେଣୁ ଶୁକ୍ରବାର ରାତିରେ ଶରତ ପୂର୍ଣ୍ଣିମା ପର୍ବ ପାଳନ ହେବ। ପରଦିନ ଅର୍ଥାତ୍‍ ୩୧ ଅକ୍ଟୋବରରେ ପୂରା ଦିନ ପୂର୍ଣ୍ଣିମା ତିଥି ରହିବ ଓ ରାତି ପ୍ରାୟ ୮ଟାରେ ଶେଷ ହେବ। ତେଣୁ ପୂର୍ଣ୍ଣିମା ବ୍ରତ, ପୂଜା, ତୀର୍ଥ ସ୍ନାନ ଓ ଦାନ ଶନିବାର କରିବା ଉଚିତ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories