www.samajalive.in
Wednesday, December 10, 2025
23.1 C
Bhubaneswar

ଶିଶୁକନ୍ୟା ବିକ୍ରି ଘଟଣାରେ ନୂଆ ମୋଡ – କୌଣସି ଅର୍ଥ ନେଇନାହାନ୍ତି ଜନ୍ମଦାତ୍ରୀ

ରେଢ଼ାଖୋଲ: ସମ୍ବଲପୁର ଜିଲା ଚାରମାଳ ଥାନା ଅଂଚଳରେ ଏକ ଶିଶୁ କନ୍ୟାକୁ ବିକ୍ରି କରାଯାଇଥିବା ନେଇ ମଙ୍ଗଳବାର ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ସେହି ଶିଶୁକନ୍ୟାକୁ ଗ୍ରହଣ କରିଥିବା ରେଢ଼ାଖୋଲ ଥାନା କୁଶାପାଲି ଗ୍ରାମର ଲଳିତ ପ୍ରଧାନ ଓ ତାଙ୍କ ପତ୍ନୀଙ୍କୁ ଥାନାକୁ ଆଣି ପଚରାଉଚୁରା କରିଛନ୍ତି। ତେବେ କେତେକ ଗଣମାଧ୍ୟମରେ ଶିଶୁ କନ୍ୟାକୁ ୧୫ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ନେଇ ପରିବେଷଣ କରାଯାଉଥିବା ସମ୍ବାଦର ସତ୍ୟତା ନ ଥିବା ଜଣାପଡିଛି। ଚାଇଲ୍ଡ ଲାଇନର ଚାରମାଳ ଶାଖା ପକ୍ଷରୁ ଦିଆଯାଇଥିବା ଏତଲାରେ ଶିଶୁକନ୍ୟା ଅନ୍ୟ ଜଣେ ଦମ୍ପତିଙ୍କୁ ଦେବା କ୍ଷେତ୍ରରେ ଅର୍ଥ କାରବାର ନେଇ କୌଣସି ସୂଚନା ନ ଥିବା ବେଳେ ଜନ୍ମଦାତ୍ରୀ ମା’ ମଧ୍ୟ କୌଣସି ଅର୍ଥ ନେଇ ନ ଥିବା ଥାନାରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସେହି ଶିଶୁକନ୍ୟାକୁ ଗ୍ରହଣ କରିଥିବା ଲଳିତ ପ୍ରଧାନ ଓ ତାଙ୍କ ପତ୍ନୀ ନିଃସନ୍ତାନ ଥିବାରୁ ସେମାନେ ନିକଟସ୍ଥ ନୋଟାରିଙ୍କ ଠାରେ ଆବଶ୍ୟକ କାଗଜପତ୍ର କରିଥିବା କହିଛନ୍ତି।

- Advertisement -

ସୂଚନା ଯୋଗ୍ୟ, ଚାରମାଳ ଥାନା କେଉଁଟି ବାହାଲି ଗାଁର ଜଣେ ଦମ୍ପତି ତାଙ୍କର ୧ମାସ ୭ ଦିନର ଶିଶୁକନ୍ୟାକୁ କୁଶାପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିବା ଖବର ପାଇ ଚାଇଲ୍ଡ ଲାଇନ ଚାରମାଳ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଶିଶୁକନ୍ୟା ଆଣି ଥିବା ରେଢ଼ାଖୋଲ ଥାନା କୁଶାପାଲି ଗ୍ରାମର ଲଳିତ ପ୍ରଧାନଙ୍କୁ ଥାନାକୁ ଡକାଇ ତଦନ୍ତ କରୁଥିବା ଜଣାପଡିଛି। ଏବେ ଶିଶୁକନ୍ୟାର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ଓ ଚାଇଲଡ ୱେଲଫେୟାର କମିଟି ହେପାଜତରେ ରହିଛି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories