www.samajalive.in
Tuesday, December 9, 2025
16.1 C
Bhubaneswar

କନ୍ଧମାଳ: ଜଣେ କୋଭିଡ ଯୋଦ୍ଧାଙ୍କ ସମେତ ୧୪ ନୂତନ ସଂକ୍ରମିତ ଚିହ୍ନଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ଜଣେ କୋଭିଡ ଯୋଦ୍ଧାଙ୍କ ସମେତ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୫୯୯ ରେ ପହଞ୍ଚିଛି। ଏହି ସମସ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ୫,୩୮୪ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯ ରେ ରହିଛି। ଆଉ ୧୮୬ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଞ୍ଚଳରେ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଞ୍ଚଳର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଜଣେ ଲେଖାଏଁ, ଦାରିଙ୍ଗବାଡିର ୩ ଜଣ, ଚକାପାଦ, କ.ନୁଆଗାଁ, ଖଜୁରିପଡା,ଫିରିଙ୍ଗିଆ ଓ ତୁମୁଡିବନ୍ଧ ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ରହିଥିବା ବେଳେ ଅନ୍ୟ ଅଞ୍ଚଳର ଜଣେ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି।

ଗତ କିଛିଦିନ ହେଲା କନ୍ଧମାଳ ଜିଲାରେ କରୋନା ସଂକ୍ରମିତ ସ୍ଥିତି ସମସ୍ତଙ୍କୁ ଚକିତ କରିଥିବା ବେଳେ ଜିଲା ପ୍ରଶସାନର ବିଭିନ୍ନ ପ୍ରକାର ଉଦ୍ୟମ ସହିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯୋଗୁଁ ତାହା ଏକ ପ୍ରକାର ସ୍ଥିତିକୁ ଫେରୁଥିବା ବେଳେ ଏହା ପୂର୍ବରୁ ଏବେ ସବୁ ସ୍ତରରେ ସାମାଜିକ ଦୂରତ୍ୱ ହେଉ କିମ୍ବା ମାକ୍ସ ପିନ୍ଧିବାକୁ ଅଣଦେଖା କରାଯାଉଥିବାର ଦେଖାଯାଇଛି। ଦିନ ତମାମ୍‍ ଖୋଦ୍‍ ଫୁଲବାଣୀ ସହରର ବିଭିନ୍ନ ଖଟି ମାନଙ୍କରେ ବ୍ୟାପକ ଗହଳି ଲାଗିରହୁଥିବା ବେଳେ ସଂନ୍ଧ୍ୟା ହୋଇଗଲେ ମଧ୍ୟ ବିଭିନ୍ନ ଖଟି ମାନଙ୍କରେ ଗହଳି ଏବେ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବିନା ମାକ୍ସ ଓ ସାମାଜିକ ଦୂରତ୍ୱରେ ଯିଏ ଯୁଆଡ଼େ ପାରିଲା ଯିବାରେ ଲାଗିଛନ୍ତି। ବର୍ତ୍ତମାନ ପରିସ୍ଥିତି ଏଭଳି ହୋଇଛି ଯେ, କିଏ କହିବାକୁ କିମ୍ବା ଦେଖିବାକୁ କେହି ନାହାନ୍ତି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଜିଲା ଶ୍ରମ କାର୍ଯ୍ୟାଳୟରେ। ଜିଲାର ବିିଭିନ୍ନ ଅଞ୍ଚଳର ଶହ ଶହ ସଂଖ୍ୟରେ ଶ୍ରମିକ ମାନେ ଶ୍ରମିକ କାର୍ଡ଼ର ରିନ୍ୟୁ କରିବା ପାଇଁ ଭିଡ଼ ଜମାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଭିଡ଼ ଏଭଳି ଥିଲା ଯେ, ନ ଦେଖିବା ଲୋକ ବିଶ୍ୱାସ କରିବ ନାହିଁ। ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ଅବଗତ କରିବା ପରେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଫଳରେ ଶ୍ରମିକ ମାନଙ୍କ ମଧ୍ୟରୁ କିଏ ମାକ୍ସ ପିନ୍ଧିଥିଲା ତ ପୁଣି କିଏ ପିନ୍ଧିନଥିଲା। କିନ୍ତୁ ସାମାଜିକ ଦୂରତ୍ୱ କୌଣସି ପ୍ରକାର ରଖାଯାଇନଥିବାର ଦେଖାଯାଇଛି। କେବଳ ଏହି କାର୍ଯ୍ୟଳୟ ନୁହେଁ, ବର୍ତ୍ତମାନ ବଜାର ସ୍ଥିତି ମଧ୍ୟ ବେଲଗାମ୍‍ ହୋଇ ପଡୁଥିବା ଏବେ ସାଧାରଣ ଓ ବରିଷ୍ଠଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବହୁ ପରିଶ୍ରମ କରି ଜିଲାରେ ବର୍ତ୍ତମାନ କରୋନାକୁ କାବୁ କରିବାରେ ଏକ ପ୍ରକାର ସକ୍ଷମ ହୋଇଥିବା ଜିଲା ଓ ପୁଲିସ୍‍ ପ୍ରଶାସନ ଏହାକୁ ଗୁରୁତ୍ୱ ନଦେଲେ ଭବିଷ୍ୟତରେ ପୁଣି ପରିସ୍ଥିତି ଅସମ୍ଭାଳ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରେନା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

- Advertisement -

 

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories