www.samajalive.in
Tuesday, December 9, 2025
15.1 C
Bhubaneswar

ପହିଲାରୁ ଗଞ୍ଜାମରେ ପୁଣି ମେଗା ସ୍ୱାସ୍ଥ୍ୟ ଯାଞ୍ଚ : ବ୍ରହ୍ମପୁର ଉପରେ ସ୍ୱତନ୍ତ୍ର ଦୃୃଷ୍ଟି

ବ୍ରହ୍ମପୁର/ଛତ୍ରପୁର: ଦେଶର କିଛି ଜିଲାରେ କରୋନ ସଂକ୍ରମଣର ଦ୍ୱିତୀୟ ପ୍ରବାହ ଆରମ୍ଭ ହୋଇଛି। ତେଣୁ ଗଞ୍ଜାମ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଥିବାରୁ ଜିଲା ପ୍ରଶାସନ ଦ୍ୱାରା ପୂର୍ବରୁ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ପୁନଃପ୍ରଚଳନ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ଉପଜିଲାପାଳ ଏବଂ ଜିଲାସ୍ତରୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ନଭେମ୍ବର ପହିଲାରୁ ଜିଲାରେ ପୁଣି ଥରେ ମେଗା ସ୍ୱାସ୍ଥ୍ୟ ଯାଞ୍ଚ ଆରମ୍ଭ କରାଯିବାକୁ ଅଧିକାରୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଜିଲାପାଳ ନିର୍ଦେଶ ଦେଇଛନ୍ତି।

ଅନଲକ୍‍ ପରେ ବର୍ତ୍ତମାନ ଜୀବନ ଜୀବିକା ମଧ୍ୟରେ ସତର୍କତାକୁ ହିଁ ପ୍ରଧାନ୍ୟ ଦିଆଯିବ। ସ୍ୱାବ ସଂଗ୍ରହ କରି ନମୁନା ପରୀକ୍ଷା ଅଭିଯାନକୁ ବ୍ୟାପକ କରିବାକୁ ପରାମର୍ଶ ଦିଆଯାଇଛି। ତେଣୁ ବର୍ତ୍ତମାନ ସମୟରେ ସଂକ୍ରମଣ କିଭଳି ବ୍ୟାପୁଛି ତାହାକୁ ତଦାରଖ କରିବାକୁ କୁହାଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା କମ ରହିଥିବାବେଳେ ଏବେ ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ନିମନ୍ତେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାର କରାଣ ଖୋଜିବା ସହ ସଂକ୍ରମିତ ବ୍ୟକ୍ତିଙ୍କ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବା ସହିତ ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ ଯୋଜନାକୁ ବ୍ୟାପକ କରି ଶିକ୍ଷକ, ଅଙ୍ଗନାବାଡି ଓ ଆଶାକର୍ମୀଙ୍କୁ ନେଇ ଗଠିତ ଟିମ୍ ଜରିଆରେ ମେଗା ସ୍ୱାସ୍ଥ୍ୟ ସ୍କ୍ରିନିଂ କରି ପ୍ରତି ଘରେ ତଥ୍ୟ ସହ ପୋଷ୍ଟକାର୍ଡ ସାଇଜ ଷ୍ଟିକର ଲଗାଯିବ। ସ୍ୱାସ୍ଥ୍ୟ ଯାଞ୍ଚରେ କୌଣସି ବାସଗୃହ ଯେପରି ବାଦ ନପଡିବ ସେଦିଗରେ ସୁନିଶ୍ଚିତ କରି ନଭେମ୍ବର ୧ରୁ ଏହି ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ କରାଯିବାକୁ କୁହାଯାଇଛି। ସାଇକେଲ ରାଲି, ଜୁମ ମିଟିଂ, ପଞ୍ଚସୂତ୍ରୀ ନିୟମ, ଟୁଇଟ ମାଧ୍ୟମରେ ସଚେତନତା ବାର୍ତ୍ତା, ହୋମ ଆଇସୋଲେସନରେ ରହିଥିବା ବ୍ୟକ୍ତିଙ୍କୁ କିଟ ପ୍ରଦାନ, ସଂକ୍ରମିତ ବ୍ୟକ୍ତିଙ୍କ କଂଟ୍ରାକ୍ଟ ଟ୍ରେସିଂ କାର୍ଯ୍ୟକୁ ବ୍ୟାପକ କରାଯିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ପଞ୍ଚସୂତ୍ରୀ ନିୟମ ଖିଲାପ କରୁଥିବା ଦୋକାନକୁ ବନ୍ଦ କରାଯିବାକୁ କୁହାଯାଇଛି। ସହରର ସ୍ଥାନେ ସ୍ଥାନେ ମାସ୍କ ଚେକ ପଏଣ୍ଟ କରି ମାସ୍କ ପରିଧାନକୁ ସୁନିଶ୍ଚିତ କରାଯିବ। ବ୍ରହ୍ମପୁର ସହରକୁ ଅଧିକ ଫୋକସ ଦେବାକୁ ମହାନଗର ନିଗମ କମିଶନରକୁ ପରାମର୍ଶ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories