www.samajalive.in
Sunday, December 14, 2025
16.1 C
Bhubaneswar

ଆଜି ବି ଏଠାରେ ରାବଣଙ୍କୁ ମିଳେ ଜ୍ୱାଇଁ ସମ୍ମାନ, ସନ୍ତାନ ପ୍ରାପ୍ତି ପାଇଁ କରାଯାଏ ପୂଜା

ଅକ୍ଟୋବର ୨୫ ରବିବାର ଦିନ ଦଶହରା ପର୍ବ ପାଳନ କରାଯିବ। ଏହି ଦିନ ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳନ କରାଯାଏ। ରାବଣ ପୋଡି ସହ ନବରାତ୍ରୀ ମଧ୍ୟ ଶେଷ ହୋଇଥାଏ। ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ଭାବରେ ଦଶହରା ପାଳନ କରାଯାଏ। କିନ୍ତୁ ଏପରି କିଛି ସ୍ଥାନ ରହିଛି, ଯେଉଁଠାରେ ରାବଣଙ୍କୁ ପୂଜା କରାଯାଏ। ଯେଉଁ ସ୍ଥାନକୁ ରାବଣର ଶ୍ବଶୁର ଘର ବୋଲି ମଧ୍ୟ କୁହାଯାଏ। ଆଜି ବି ସ୍ଥାନୀୟ ଲୋକେ ରାବଣଙ୍କୁ ଜ୍ବାଇଁ ଭାବରେ ବିବେଚନା କରିଥାନ୍ତି। ସେହି ସ୍ଥାନଟି ହେଉଛି ମଧ୍ୟପ୍ରଦେଶର ମନ୍ଦସୌର ସହର। ଏହି ସହର ସହ ରାବଣଙ୍କର ଏକ ବିଶେଷ ସମ୍ପର୍କ ଥିବା କୁହାଯାଏ।

ପ୍ରାଚୀନ କାଳରେ ମନ୍ଦସୌରକୁ ଦାଶପୁର କୁହାଯାଉଥିଲା। ପୌରାଣିକ ବିଶ୍ବାସ ଅନୁଯାୟୀ, ମନ୍ଦସୌର ରାବଣଙ୍କ ପତ୍ନୀ ମନ୍ଦଦାରୀଙ୍କ ବାପଘର ଏବଂ ଏହି କାରଣରୁ ଏଠାକାର ଲୋକମାନେ ରାବଣକୁ ସେମାନଙ୍କର ଜ୍ବାଇଁ ଭାବରେ ବିବେଚନା କରନ୍ତି। ଦଶହରା ଅବସରରେ ସେଠାରେ ରାବଣ ପୋଡି ଉତ୍ସବ ହୁଏ, କିନ୍ତୁ ବର୍ଷସାରା ରାବଣଙ୍କୁ ପୂଜା କରାଯାଏ |

- Advertisement -

ମନ୍ଦସୌରରେ ନାମଦେବ ସମ୍ପ୍ରଦାୟର ଲୋକମାନେ ମନ୍ଦୋଦରୀଙ୍କୁ ନିଜ ଝିଅ ବୋଲି ମାନନ୍ତି। ଏହି କାରଣରୁ ରାବଣଙ୍କୁ ଆଜି ବି ସେଠାରେ ଜ୍ବାଇଁର ସମ୍ମାନ ଦିଆଯାଏ |

ମନ୍ଦସୌରରେ ରାବଣର ଏକ ବିରାଟ ପ୍ରତିମୂର୍ତ୍ତି ରହଛି। ଲୋକମାନେ ପ୍ରତିଦିନ ତାଙ୍କୁ ପୂଜା କରିଥାନ୍ତି। ୪୧ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିଶାଳକାୟ ରାବଣର ପ୍ରତିମୂର୍ତ୍ତି ପ୍ରାୟ ଚାରି ଶହ ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଏ । ବିଶେଷ କରି ସନ୍ତାନ ପ୍ରାପ୍ତି ପାଇଁ ରାବଣଙ୍କୁ ପୂଜା କରାଯାଏ |

ସ୍ଥାନୀୟ ଲୋକମାନେ ଦଶହରା ସକାଳେ ଢୋଲ-ବାଜା କୀର୍ତ୍ତନ ସହ ଯାଇ ରାବଣଙ୍କୁ ପୂଜାର୍ଚ୍ଚନା କରନ୍ତି। ଏହା ପରେ ରାମ ଏବଂ ରାବଣର ସୌନ୍ୟବାହିନୀ ବାହାରି ନଗର ପରିକ୍ରମା କରିଥାଏ ଏବଂ ସନ୍ଧ୍ୟାରେ ରାବଣପୋଡି କରାଯାଏ। ରାବଣପୋଡି ପୂର୍ବରୁ ଲୋକମାନେ ରାବଣକୁ କ୍ଷମା ପ୍ରାର୍ଥନା କରିଥାନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories