www.samajalive.in
Sunday, December 14, 2025
26.1 C
Bhubaneswar

ସୀମାନ୍ତରେ ୪୭ଟି ଅତିରିକ୍ତ ଘାଟି ସ୍ଥାପନ କରିବ ଆଇଟିବିପି

https://youtu.be/48mVzhc36S0

ଦେଶର ସୀମାନ୍ତ ଇଲାକାରେ ପହରା କାର୍ଯ୍ୟରେ ଉନ୍ନତି ଆଣିବା ସକାଶେ ଆଉ ଅତିରିକ୍ତ ୪୭ଟି ସୀମାନ୍ତ ଘାଟି ସ୍ଥାପନ କରିବାକୁ ଭାରତ-ତିବ୍ଦତ ସୀମାନ୍ତ ପୋଲିସ୍‍-ଆଇଟିବିପିକୁ ସମ୍ମତି ପ୍ରଦାନ କରିଛନ୍ତି ସରକାର। ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି.କିଷନରେଡ୍ଡୀ ଭାରତ-ତିବ୍ଦତ ସୀମାନ୍ତ ପୋଲିସର ୫୯ତମ ପ୍ରତିଷ୍ଠା ଦିବସ ଅବସରରେ ଉଦବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି, ସରକାର ଆଇଟିବିପିକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଇଟିବିପି ସୀମାର ସୁରକ୍ଷା କରିବା ସହିତ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଓ ଛତିଶଗଡ଼ରେ ନକ୍ସଲବାଦ ବିରୁଦ୍ଧରେ ମଧ୍ୟ ସଂଗ୍ରାମ କରୁଛି ଏବଂ ବିଦେଶର ଶାନ୍ତିରକ୍ଷା ମିଶନଗୁଡ଼ିକୁ ସୈନ୍ୟ ପଠାଉଛି।

- Advertisement -

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମସ୍ତ ଆଇଟିବିପି କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ୫୯ତମ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ସିଂ ଏକ ଟୁଇଟ୍ କରି କହିଛନ୍ତି ଯେ ଆଇଟିବିପି ହେଉଛି ଏକ ଅସାଧାରଣ ଶକ୍ତି ଯାହା ସୀମାକୁ ସୁରକ୍ଷିତ ରଖିଛି। ସେ କହିଛନ୍ତି, ଆଇଟିବିପି ଏହାର ଦୃଢ଼ତା, ସ୍ଥିରତା ଏବଂ ସାହସ ପାଇଁ ଜଣାଶୁଣା।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories