www.samajalive.in
Wednesday, December 10, 2025
16.1 C
Bhubaneswar

କନ୍ଧମାଳ ବିଜେପିର ଭରଚୁଆଲ ବୈଠକ

ଫୁଲବାଣୀ : ଆଜି ହପରାହ୍ନରେ କନ୍ଧମାଳ ଜିଲା ବିଜେପିର ଭରଚୁଆଲ୍ ବୈଠକ ଜିଲା ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ମୁଖପାତ୍ର ତଥା କନ୍ଧମାଳ ଜିଲା ପ୍ରଭାରି ବିରଞ୍ଚି ନାରାୟଣ ତ୍ରିପାଠୀ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲେଚାନା କରିବା ସହିତ ଜିଲାର ବାକି ଥିବା ୧୦ଟି ମଣ୍ଡଳର ମଣ୍ଡଳ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଜିଲା ସଭାପତି ଶ୍ରୀ ସାହୁଙ୍କ ଦ୍ୱାରା ପ୍ରଦତ୍ତ ପ୍ରେସ୍ ବିବୃତ୍ତି ପ୍ରକାରେ ,ଫୁଲବାଣୀ(ଗ୍ରାମିଣ) ମଣ୍ଡଳ ସଭାପତି ଭାବେ ଆଦିତ୍ୟ କହଁରଙ୍କ ନାମ ଘୋଷଣା କରାଯାଇଥିବା ବଙ୍କଳ ବଲସକୁମ୍ଫା ମଣ୍ଡଳ ସଭାପତି ଭାବେ ରାଜେନ୍ଦ୍ର କୁମାର ବେହେରା , ଫିରିଙ୍ଗିଆ ମଣ୍ଡଳ ଭାବେ ଗଣେଶ୍ୱର ସାହୁ , ନୂଆପଦର ଗୋପିନାଥ କହଁର ଓ ଦାରିଙ୍ଗବାଡ଼ି ମଣ୍ଡଳ ସଭାପତି ଭାବେ ସନ୍ତୋଷ କୁମାର ସାହୁ ଏବଂ ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଭାବେ ଦିବ୍ୟସିଂହ ପାତ୍ର ,ମଣ୍ଡାସରୁ ସଭାପତି ଭାବେ ବିରେନ୍ଦ୍ର ପ୍ରଧାନ , ଟିକାବାଲି ମଣ୍ଡଳ ସଭାପତି ଭାବେ ଜିତେନ୍ଦ୍ର ଡ଼ାକୁଆ , ବାଲିଗୁଡ଼ା(ଗ୍ରାମିଣ) ମଣ୍ଡଳ ସଭାପତି ଭାବେ ପିଶୁ ମଲିକ ଏବଂ କୋଟଗଡ଼ ମଣ୍ଡଳ ସଭାପତି ଭାବେ ପ୍ରକାଶ ସୁବୁଦ୍ଧିଙ୍କ ନାମ ଘୋଷଣା କରାଯାଇଛି। ଅନୁଷ୍ଠିତ ଏହି ଭରୁଚୁଆଲ୍ ବୈଠକରେ ସମସ୍ତ ଜିଲା ସ୍ତରୀୟ କର୍ମକର୍ତ୍ତା ମାନେ ସାମିଲ୍ ହୋଇଥିଲେ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories