www.samajalive.in
Wednesday, December 10, 2025
26.1 C
Bhubaneswar

୮ ମାସ ହେଲା ବନ୍ଦ ଏସିଆର ବୃହତ୍ତମ ହୁମ୍ମା ଶୁଖୁଆ ହାଟ, ୨୫ ଲକ୍ଷରୁ ଅଧିକ ରାଜସ୍ୱ ହରାଇଛି ହୁମ୍ମା ପଞ୍ଚାୟତ

ଗଞ୍ଜାମ : ଗଞ୍ଜାମ ଜିଲାର ହୁମ୍ମା ପଞ୍ଚାୟତ ହାଟପଡ଼ିଆଠାରେ ପ୍ରତି ରବିବାର ଦିନ ବସୁଥିବା ଏସିଆ ମହାଦେଶର ବୃହତ୍ତମ ସାପ୍ତାହିକ ଶୁଖୁଆ ହାଟକୁ କରୋନା ଛାଟ ବାଜିଛି। କରୋନା କାରଣରୁ ଗତ ଆଠମାସ ହେଲା ଏହି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ହାଟ ଉପରେ ନିର୍ଭର କରୁଥିବା ଶହଶହ ମତ୍ସ୍ୟଜୀବୀ ଓ ବ୍ୟବସାୟୀ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି । ବ୍ୟବସାୟରମାନେ ହାତବାନ୍ଧି ବସି ରହିଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀ ସମେତ ଓଡ଼ିଶାର ବିଭିନ୍ନ ଜିଲା ଓ ବାହାର ରାଜ୍ୟର ଶୁଖୁଆ ବ୍ୟବସାୟୀମାନେ ମଧ୍ୟ ଏହାଦ୍ୱାରା ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଗତ ମାର୍ଚ୍ଚ ମାସ ଠାରୁ ଜିଲା ପ୍ରଶାସନ କରୋନା ସଂକ୍ରମଣ କାରଣରୁ ହାଟକୁ ବନ୍ଦ ରଖିଛନ୍ତି। ଏହା ପୁଣି କେବେ ଆରମ୍ଭ ହେବ ଏବଂ କେବେ ବ୍ୟବସାୟ ସ୍ବାଭାବିକ ହେବ ତାହାର ଉତ୍ତର କାହା ପାଖରେ ନାହିଁ। କରୋନା ପ୍ରଭାବରେ ପ୍ରାୟ ୧୫୦୦ ପରିବାର ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି।
ହୁମ୍ମା ଶୁଖୁଆ ହାଟ ସାପ୍ତାହିକ ରବିବାର ହାଟ ହୋଇଥିଲେ ମଧ୍ୟ ଶନିବାର ମଧ୍ୟାହ୍ନରୁ ଏହା ଆରମ୍ଭ ହୋଇଯାଇଥାଏ। ହାଟରେ କିଣାବିକା ପାଇଁ ବିଭିନ୍ନ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ. ଆସାମ ଏବଂ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, କନ୍ଧମାଳ, ନୟାଗଡ଼, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି ଜିଲାର ବ୍ୟବସାୟୀମାନେ ଏଠାକୁ ଆସିଥାନ୍ତି। ବିଶେଷ କରି ଶୁଖୁଆ ବିକ୍ରି କରିବାକୁ ପୁରୀ, ପାରାଦ୍ୱୀପ, ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ ଆସିଥାନ୍ତି। ଅନ୍ୟ ସମସ୍ତ ଅଞ୍ଚଳର ବ୍ୟବସାୟୀମାନେ ଏଠାରୁ ଶୁଖୁଆ କିଣିଥାନ୍ତି। ପ୍ରତି ହାଟ ବାରରେ ୫୦ ରୁ ୬୦ ଲକ୍ଷ ଟଙ୍କାର ବେପାର ହୋଇଥାଏ। ଶୁଖୁଆ ପାଇଁ ପ୍ରସିଦ୍ଧ ହୋଇଥିଲେ ମଧ୍ୟ ହାଟରେ ପନିପରିବା, ଲୁଗାପଟା, ବାସନକୁସନ, ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବିକ୍ରି ହୋଇଥାଏ। ସ୍ଥାନୀୟ ମତ୍ସ୍ୟଜୀବୀ ସମେତ ଜିଲାର ବିଭିନ୍ନ ଅଞ୍ଚଳର ମତ୍ସ୍ୟଜୀବୀ ଶୁଖୁଆ ପ୍ରସ୍ତୁତ କରି ଏଠାକୁ ବିକ୍ରି ପାଇଁ ଆଣିଥାନ୍ତି। କରୋନା କାରଣରୁ ୮ ମାସ ହେଲା ହାଟ ବନ୍ଦ ରହିଥିବାରୁ ଶହଶହ ବେପାରୀ ଜୀବିକା ହରାଇଛନ୍ତି। ହାଟ ବନ୍ଦ ଯୋଗୁ ହୁମ୍ମା ପଞ୍ଚାୟତ ମଧ୍ୟ ବାର୍ଷିକ ୨୫ ଲକ୍ଷରୁ ଅଧିକ ରାଜସ୍ୱ ହରାଇଛି।
ହାଟ ବନ୍ଦର ପ୍ରଭାବ ବ୍ୟବସାୟୀଙ୍କ ଉପରେ ବିଶେଷ ଭାବେ ପଡ଼ିଛି। ବ୍ୟବସାୟୀମାନେ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି। ପଞ୍ଚାୟତର ରାଜସ୍ୱ ମଧ୍ୟ କମିଛି। କିନ୍ତୁ କରୋନା ପ୍ରଭାବ ଯେଭଳି ଭାବେ ଦେଖାଗଲା ସେଥିରୁ ଲୋକଙ୍କୁ ସୁରକ୍ଷା ଦେବାକୁ ପ୍ରଶାସନ ବାଧ୍ୟ ହୋଇ ହାଟ ବନ୍ଦ କରିଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ଚନ୍ଦ୍ରମୋହନ ସାହୁ ।
କରୋନା ପ୍ରଭାବରେ ଆମେ ବିଶେଷ ମାତ୍ରାରେ କ୍ଷତିଗ୍ରସ୍ତ ହେଲୁ ବୋଲି କହିଛନ୍ତି ହୁମ୍ମାର ମତ୍ସ୍ୟ ବ୍ୟବସାୟୀ ନୀର ବେହେରା। ସେ ମହଜୁଦ କରି ରଖିଥିବା ୫୦ ରୁ ୬୦ ହଜାର ଟଙ୍କାର ଶୁଖୁଆ ବିକ୍ରିନ ହେବାରୁ ସେଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ବୋଲି କହିଛନ୍ତି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories