www.samajalive.in
Monday, December 15, 2025
27.1 C
Bhubaneswar

୫ଛାତ୍ରଛାତ୍ରୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ଭଦ୍ରକ: ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ଟ୍ରକ ମାଡି ଯିବାରୁ ୫ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ବିଳମ୍ବିତ ରାତିରେ ୪ଜଣଙ୍କ ଶବ ସଂସ୍କାର କରାଯାଇଥିଲା। ଆଜି ଅନ୍ୟ ଜଣେ ମୃତକଙ୍କ ଶବ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ଗ୍ରାମରେ ଶୋକାକୁଳ ପରିସ୍ଥିତି ଲାଗିରହିଛି। ନିଜ ସନ୍ତାନ ମାନଙ୍କୁ ହରାଇ ବାପାମାଆ ଶୋକରେ ଆତ୍ମହରା ହୋଇ ପଡିଛନ୍ତି।ଅନ୍ୟ ପକ୍ଷରେ ରାଣୀତାଲ ହାଇସ୍କୁଲରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରାର୍ଥନା ସଭାରେ ଶୋକ ପାଳନ କରିଛନ୍ତି। ମୃତ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ଆଜି ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କରି ଦିଆଯାଇଛି। ମୃତକଙ୍କ ସହପାଠି ମାନଙ୍କ ଆଖିରୁ ଲୁହ ଶୁଖି ନାହିଁ। ସମସ୍ତେ ଶୋକ ପ୍ରକାଶ କରି ସ୍କୁଲରୁ ଘରକୁ ଫେରିଛନ୍ତି।
ଏହି ଦୁର୍ଘଟଣାରେ ଆହତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଗୁରୁବାର ଦିନ ସ୍ଥାନୀୟ କଟକ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ଆହତ ମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଜଣା ପଡିଛି।
ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ ସମୟରେ ଭଦ୍ରକ ରାଣୀତାଲ ନିକଟରେ ଏକ ଟ୍ରକ ମାଡି ଯିବାରୁ ୫ଜଣ ଛାତ୍ରଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜାଳି ଦେଇଥିଲେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories