www.samajalive.in
Monday, December 15, 2025
15.1 C
Bhubaneswar

ଶାଳପଟା ଜବତ, ୨ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିନସ୍ଥ ଋଷିମାଳ ସଂରକ୍ଷିତ ଜଙ୍ଗଲ ପୁଇଗୁଡ଼ା ସ୍ଥିତ ପାଟଖଣ୍ଡା ମନ୍ଦିର ଜଙ୍ଗଲ ନିକଟରେ ବନବିଭାଗ ଅତର୍କିତ ଭାବେ ଚଢାଉ କରି ୪୦ଖଣ୍ଡ ପଟା ଜବତ କରିବା ସହିତ ଘଟଣାସ୍ଥଳରୁ ୨ ଜଣ ପଟା କଟାଳିଙ୍କୁୁ ଗିରଫ କରିଛି। ତେବେ ଏହା ପଛରେ ଥିବା କାଠ ମାଫିଆର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟେର୍‍ ପାଇପାରିନାହିଁ ବନ ବିଭାଗ।

ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରାଙ୍କ ସୂଚନା ପ୍ରକାରେ, ଗିରଫ ହୋଇଥିବା ୨ ଜଣ ପଟା କଟାଳି ହେଲେ ପୁଇଗୁଡ଼ା ଗ୍ରାମ ଓଡ଼ିଆ ସାହିର ପ୍ରତାପ ପାଇକ ଓ ଆଦିବାସୀ ସାହିର ଦେବାନନ୍ଦ କପଟ ପାତ୍ର। ଏହି ୨ ଜଣ ଜଙ୍ଗଲ ମଧ୍ୟରେ ପଟା କାଟୁଥିବା ବେଳେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ବନପାଳ ଜୟନ୍ତ ପ୍ରଧାନ, ଫ୍ରଫୁଲ କୁମାର ଚୌଧୁରୀ, ବନରକ୍ଷୀ ଦୀପକ ରଂଜନ ପଟନାୟକ ସମେତ ଅନ୍ୟମାନେ ଚଢାଉ କରିଥ ୪୦ ଖଣ୍ଡ କାଠପଟା ସହିତ ୨ ଜଣକୁ ଗିରଫ କରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ କେସ ନଂ ୨୯ା୨୦ରେ ଏକ ମାମଲା ରୁଜୁକରି ୨ ଜଣକୁ କୋର୍ଟ ଚାଲାଣ କରିଥିବା ବେଳେ ଜବତ ପଟାର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି। ତେବେ ଏହାର ପଛରେ କିଏ ଜଙ୍ଗଲ ମାଫିଆ ଅଛି ତାହାର କୌଣସି ପ୍ରକାର ସୁରାଗ ମିଳିନଥିବା ବେଳେ ବନ ବିଭାଗ ପ୍ରଥମ ପର୍ଯ୍ୟାଳୟରେ ପଟାକାଟୁଥିବା ଅଭିଯୋଗରେ ଏହି ୨ ଜଣକୁ କୋର୍ଟ ଚାଲାଣ କରିଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଅନ୍ୟଏକ ସୂଚନା ପ୍ରକାରେ, ଦୀର୍ଘଦିନ ହେଲା ଉକ୍ତ ଜଙ୍ଗଲରେ ଜଙ୍ଗଲ ମାଫିଆମାନେ ପ୍ରତ୍ୟେକ ଦିନ ବହୁ ସଂଖ୍ୟରେ ପଟା କଟାଳିକୁ କିଛି କିଛି ଟଙ୍କା ଦେଇ ପଟାକାଟି ଏଭଳି ଭାବେ ଚାଲାଣ କରୁଥିବା ବେଳେ ବନ ବିଭାଗର କିଛି କର୍ମଚାରୀଙ୍କ ଅଗୋଚରରେ ଏହା ଚାଲିଥିବା ମଧ୍ୟ ଆଲେଚାନା ଜୋର ଧରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories