www.samajalive.in
Saturday, December 13, 2025
23.1 C
Bhubaneswar

ଘସିପୁରା ବ୍ୟାଙ୍କ ଅଫ ବରୋଦା ରେ ମିଳୁନି ସେବା, ଗ୍ରାହକ ହନ୍ତସନ୍ତ

କେଶଦୁରାପାଳ : ଘସିପୁରା ବ୍ୟାଙ୍କ ଅଫ ବରୋଦା ଶାଖାରେ ମୌଳିକ ସେବା ମିଳୁ ନଥିବାରୁ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆର୍ଥିକ ଲେଣଦେଣ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟପାଇଁ ଆସୁଥିବା ଲୋକେ ସେବା ନପାଇ ହତାଶ ହେଉଥିବା ଦେଖିବାକୁ ମିଳିଛି। ଏହି ଶାଖାରେ ଖାତା ଖୋଲିଥିବା ନୁଆ ଗ୍ରାହକଙ୍କୁ କେତେବେଳେ ସେମାନଙ୍କୁ ଖାତା ବା ପାସବୁକ୍‍ ଦିଆଯାଉ ନାହିଁ ତ ଆଉ କେତେବେଳେ ପୁରୁଣା ଗ୍ରାହକଙ୍କ ପାସବୁକ ଅପଡେଟ କରାଯାଉ ନାହିଁ। ଏହିକ୍ରମରେ ଆଜି ସ୍ଥାନୀୟ ଘସିପୁରା ଅଂଚଳର ଜଣେ ଯୁବ ଚାଷୀ ଅଜୟ ବେହେରା ନିଜ ପାସବୁକ ଅପଡେଟ କରିବାକୁ ଯାଇ ନୟାନ୍ତ ହୋଇଛନ୍ତି। ଅଜୟ ଙ୍କ ଅଭିଯୋଗନୁଯାୟୀ, ତାଙ୍କ ବ୍ୟାଙ୍କ ଖାତାରୁ କିଛି ଟଙ୍କା କାଟି ନିଆଯାଇଛି। କେଉଁ ବାବଦରେ ଓ କିଏ ଏହି ଟଙ୍କା ତାଙ୍କ ବ୍ୟାଙ୍କ ଖାତାରୁ ନେଲା ତାହା ଜାଣିବାପାଇଁ ପାସବୁକ ଅପଡେଟ ପାଇଁ ପ୍ରାୟ ୧୫ଦିନ ହେବ ସେ ଯାଉଥିଲେ ମଧ୍ୟ ତାଙ୍କୁ ସେବା ପ୍ରଦାନ ବଦଳରେ କର୍ମଚାରୀଙ୍କ ଠାରୁ ବେପରୁଆ କଥା ଶୁଣିବାକୁ ମିଳୁଛି।

ସେହିପରି ଚଉମୁଇଁ ଗ୍ରାମର ଦମ୍ପତି ଅମର ଚରଣ ବେହେରା ଓ ବାସନ୍ତି ବେହେରା ମଧ୍ୟ ଆଜି ଏହି ବ୍ୟାଙ୍କ ଶାଖାକୁ ଯାଇ ହଟହଟା ହୋଇଛନ୍ତି। ଅମରଙ୍କ ଅଭିଯୋଗନୁଯାୟୀ, ତାଙ୍କ ସ୍ତ୍ରୀ ଗତ ମାର୍ଚ୍ଚ ମାସ ରୁ ଏହି ବ୍ୟାଙ୍କରେ ଏକ ନୁଆ ଜମାଖାତା ଖୋଲିଥିଲେ। ଏବାବଦରେ ଆବଶ୍ୟକୀୟ ଅର୍ଥରାଶି ମଧ୍ୟ ସେ ବ୍ୟାଙ୍କରେ ଦାଖଲ କରିଥିଲେ। କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଏକ ରିସିଦ ଧରେଇ ଆଜି ପର୍ଯ୍ୟନ୍ତ ବ୍ୟାଙ୍କ ଖାତା ଦେଉ ନାହାନ୍ତି। ଏନେଇ ସେ ବହୁବାର ଦୀର୍ଘ ୨୦କିଲୋମିଟର ନିଜ ସ୍ତ୍ରୀଙ୍କୁ ସାଇକେଲରେ ଧରି ଆସୁଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଜମାଖାତା ଆଜି ପର୍ଯ୍ୟନ୍ତ ପ୍ରଦାନ କରିନାହାନ୍ତି। କାହିଁକି ଦୀର୍ଘ ୭ମାସ ହେବ ତାଙ୍କୁ ଜମାଖାତା ଦିଆଯାଉ ନାହିଁ ପଚାରିବାରୁ ଆଜି କର୍ମଚାରୀଙ୍କ ସହ ତାଙ୍କର ବଚସା ହୋଇଥିଲା। ଗରିବା ଅସହାୟଙ୍କୁ ଆର୍ଥିକ ସ୍ଥିତିରେ ସ୍ୱାବଲମ୍ବି ପାଇଁ ସରକାର ବ୍ୟାଙ୍କ ଭଳି ପ୍ରତିଷ୍ଠାନ ବହୁଳ ମାତ୍ରାରେ ଖୋଲୁଛନ୍ତି। ମାତ୍ର କିଛି ଘରୋଇ ଜାତୀୟ ସ୍ତରର ବ୍ୟାଙ୍କ ଗ୍ରାହକଙ୍କୁ ମୌଳିକ ସେବା ଯୋଗାଇଦେବାରେ ବିଫଳ ହେବା ବେଶ ପରିତାପର ବିଷୟ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories