www.samajalive.in
Wednesday, December 10, 2025
14.1 C
Bhubaneswar

ଦୁର୍ଗମ ତେନ୍ତୁଳିପୁଙ୍ଗା ଗାଁର ଗର୍ବ ଡମ୍ବରୁଧର ମାଝୀ ; ନିଟ୍ ପରୀକ୍ଷାରେ ହାସଲ କଲେ ସଫଳତା

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ସବୁବେଳେ ଅବହେଳିତ ରହିଛି ବୋଲି ଅଭିଯୋଗ ହୁଏ। ବାହାର ଜିଲ୍ଲା କିମ୍ବା ଅନ୍ୟ ବ୍ଲକରୁ ଏଠାକୁ ବଦଳି ହୋଇ ଆସିଲେ ଚାକିରିଆମାନେ ପନିସମେଣ୍ଟ ଟ୍ରାନ୍ସଫର ବୋଲି ଭାବନ୍ତି। ସେହିପରି ବ୍ଲକ ଅଞ୍ଚଳରେ ଆଜି ବି ରହିଛି ଗଦାଗଦା ସମସ୍ୟା। ସେସବୁର ସମାଧାନ ପାଇଁ ଶାସନ, ପ୍ରଶାସନ ଓ ଜନପ୍ରତିନିଧି ଲଗାତାର ଉଦ୍ୟମ କରିବା ସତ୍ତେ୍ୱ ସନ୍ତୋଷଜନକ ପ୍ରଗତି ହେଉନାହିଁ। ଆଜି ବି ବ୍ଲକର ୧୨ଟି ପଞ୍ଚାୟତ ଅଞ୍ଚଳ ଦୁର୍ଗମ ଓ ସରକାରୀ ଯୋଜନା ଓ ବିକାଶ ସେହିସବୁ ପହଞ୍ଚିବାରେ ନିରନ୍ତର ବାଧା ଦେଖାଦିଏ। ତେବେ ଏହିପରି ଏକ ଦୁର୍ଗମ ଓ ଅନୁନ୍ନତ ଗାଁ ହେଉଛି ବ୍ଲକର ଲାଞ୍ଜି ଗ୍ରାମପଞ୍ଚାୟତର ତେନ୍ତୁଳିପୁଙ୍ଗା। ଆଜି ବି ଏହି ଗାଁକୁ ରାସ୍ତା ଖଣ୍ଡିଏ ନଥିବାବେଳେ ଗାଁ ଲୋକଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଆଦି ଅନେକ ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି। ତେବେ ଏହି ଗାଁ ଆଜି ସାରା ରାଜ୍ୟରେ ଚର୍ଚ୍ଚିତ ହେଉଥିବାବେଳେ ଗାଁ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି କୁଞ୍ଜ ମାଝୀଙ୍କ ପୁଅ ଡମ୍ବରୁଧର ମାଝୀ। ଅଶିକ୍ଷା ଓ ଅଜ୍ଞାନ ଅନ୍ଧାରରେ ଥିବା ଏହି ଗାଁର ବାଳକ ଡମ୍ବରୁ କିଛି ବର୍ଷ ତଳେ ବିଶିଷ୍ଟ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତିଷ୍ଠିତ କିସ୍ ଶିକ୍ଷାନୁଷ୍ଠାନରେ ପାଠ ପଢିବାର ସୁଯୋଗ ପାଇଥିଲେ। ଉପଯୁକ୍ତ ଶିକ୍ଷା ଓ ମାର୍ଗଦର୍ଶନରେ ସେ ଉଚ୍ଚଶିକ୍ଷା ଲାଭ କରିବା ସହ ଜାତୀୟ ସ୍ତରର ମେଡିକାଲ ପ୍ରବେଶିକା ନିଟ୍ ପରୀକ୍ଷାରେ ଅପାର ସଫଳତା ହାସଲ କରିଛନ୍ତି। ତାଙ୍କ ସଫଳତାରେ ସାରା ଗାଁରେ ଖୁସିର ଲହରୀ ଖେଳିଯାଇଥିବାବେଳେ ତାଙ୍କର ଡାକ୍ତରୀ ପାଠ ପଢିବା ପାଇଁ ସମସ୍ତ ଖର୍ଚ୍ଚ କିସ୍ର ପ୍ରତିଷ୍ଠାତା ଡ. ସାମନ୍ତ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନିଜ ନିର୍ବାଚନମଣ୍ଡଳୀର ଜଣେ ଗରିବ ଆଦିବାସୀ ଯୁବକର ଏହି ସଫଳତାରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ସାହାଯ୍ୟର ବଢାଇବାକୁ ଆଗେଇ ଆସିଛନ୍ତି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି। ଡମ୍ବରୁଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବା ସହ ଆଗାମୀ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଏଭଳି ଆହୁରି ପ୍ରତିଭା ସେମାନଙ୍କ ପ୍ରତିଭାର ନିଦର୍ଶନ ଦେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଡମ୍ବରୁଙ୍କ ସଫଳତାରେ ବ୍ଲକ ଅଧ୍ୟକ୍ଷ ତଥା ବ୍ଲକ ଅଞ୍ଚଳର ଶିକ୍ଷାନୁରାଗୀ ଇଂ ଫକୀରମୋହନ ମାଝୀ ଖୁସି ବ୍ୟକ୍ତ କରିବା ସହ ଦୁର୍ଗମ ତେନ୍ତୁଳିପୁଙ୍ଗା ଗାଁକୁ ଯାଇ ସେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories