www.samajalive.in
Monday, December 8, 2025
24.1 C
Bhubaneswar

କରୋନା ବିଜେତା ପୁଲିସ କର୍ମୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଲାଞ୍ଜିଗଡ : ଲକଡାଉନ୍, ସଟଡାଉନ୍ ଓ କରୋନା କଟକଣା ସମୟରେ ଲୋକଙ୍କ ଆଇନଶୃଙ୍ଖଳା ରକ୍ଷା ଓ ସଚେତନତା ଆଦି କରିବାରେ ବ୍ୟସ୍ତ ରହି କେବେ ଯେ, କରୋନା ଆକ୍ରାନ୍ତ ହୋଇପଡିଲେ ଜାଣିପାରିଲେ ନାହିଁ। ତେବେ ରୋଗ ଚିହ୍ନଟ ପରେ ଦୀର୍ଘ ତିନି ସପ୍ତାହ ଯାଏଁ ସେ ଚିକିତ୍ସିତ ହୋଇଥିଲେ। ତିନିସପ୍ତାହର ଚିକିତ୍ସା ପରେ ସେ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଅଧିକାରୀ ଓ ସହକର୍ମୀ ସାଦର ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରିବା ଚର୍ଚ୍ଚାର ବିଷୟ ହୋଇଛି। ଏହି କରୋନା ବିଜେତା ଯୋଦ୍ଧା ଜଣକ ହେଉଛନ୍ତି ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଲ ସୁରେନ୍ଦ୍ର କୁମାର ସାହୁ। ଦୀର୍ଘ ୨୨ ଦିନ କରୋନା ସହିତ ଲଢେଇ କରି ସେ ସୁସ୍ଥ ହୋଇଥିବାବେଳେ ଗତକାଲି ଥାନାରେ ଯୋଗଦେଇଛନ୍ତି। ତାଙ୍କୁ ଥାନାଧିକାରୀ ରୁନୁ କୁମାରୀ ମାଝୀଙ୍କ ସମେତ ସମସ୍ତ କର୍ମଚାରୀ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ। ଏହାସହିତ ତାଙ୍କ ଦୀର୍ଘ ଜୀବନ କାମନା କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories