www.samajalive.in
Saturday, December 13, 2025
23.1 C
Bhubaneswar

କରୋନା ସଚେତନତା ଅଭିଯାନ, ଉପକାରାଗାର ଅନ୍ତେବାସୀଙ୍କୁ ମାକ୍ସ ବଣ୍ଟନ

କଣ୍ଟାବାଞ୍ଜି: ସ୍ଥାନୀୟ ବିଜେଡି ନେତା ଅଜୟ ଦାସ ଙ୍କ ନେତୃତ୍ୱରେ ଏକ ପ୍ରତିନିିଧି ଦଳ ଜାମୁଟଝୁଲାସ୍ଥିତ ଉପକାରାଗାରରୁ ଗସ୍ତ କରିବା ସହ ଜେଲ ପରିସରରେ କୋଭିଡ-୧୯ ସଚେତନତା କାର୍ଯ୍ୟକ୍ରମ ସହ ୬୦ ଜଣ ଅନ୍ତେବାସୀଙ୍କୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିିଥିଲେ। ଜେଲର ବିକାଶ ଲତା ବାରୁଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ତେବାସୀମାନେ କରୋନା ମହାମାରୀ ସଂକ୍ରମଣରୁ ନିଜକୁ କିପରି ସୁରକ୍ଷିତ ରଖିବେ ସେହି ସମ୍ପର୍କରେ ସଚେତନ କରାଯାଇଥିଲା।
ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଦଳୀୟ କର୍ମୀମାନେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିଲେ। ଏହି ଅବସରରେ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଅନ୍ତେବାସୀଙ୍କୁ ବୁଝାଇ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜେଲର୍‌ ବିକାଶ ଲତା ବାରୁ ବିଜେଡି କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ବିଜେଡି ପ୍ରତିନିଧି ଦଳରେ ମାନସ ଖମାରୀ, ରାଜେଶ ଶର୍ମା, ଶାନ୍ତନୁ ବିଭାର, ସୋନୂ ଖମାରି, ଶଶିଧର ହିଆଁଲ, ଶ୍ୟାମ ବଗର୍ତ୍ତି, ସରୋଜ କୁଅଁର ଓ ବବଲୁ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ।

Hot this week

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

Related Articles

Popular Categories