www.samajalive.in
Thursday, December 11, 2025
14.1 C
Bhubaneswar

ଧର୍ମପଦ ପୁରସ୍କାର ଗ୍ରହଣ କଲେ ଯତୀନ ଦାସ

ଭୁବନେଶ୍ବର: ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ବୁଧବାର ଧର୍ମପଦ ପୁରସ୍କାର ଗ୍ରହଣ କରିଛନ୍ତି ବରିଷ୍ଠ ଚିତ୍ରଶିଳ୍ପୀ ପଦ୍ମବିଭୂଷଣ ଡ. ଯତୀନ ଦାସ। ଏକାଡେମୀ କର୍ତ୍ତୃପକ୍ଷ ଦିଲ୍ଲୀରେ ଡ. ଦାସଙ୍କୁ ଭେଟି ଏହି ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରିଛନ୍ତି। ପୂର୍ବରୁ ତାଲାବନ୍ଦ ସମୟରେ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଯେହେତୁ ଡ. ଦାସ ଓଡ଼ିଶାରେ ଅନୁପସ୍ଥିତ ଥିଲେ ତେଣୁ ସେ ଗ୍ରହଣ କରିପାରିନଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟ​‌େ​‌ର ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ୨୦୦୯ରୁ ୨୦୧୫ ବର୍ଷ ପାଇଁ ୭ ପ୍ରସିଦ୍ଧ ଶିଳ୍ପୀଙ୍କୁ ଗତ ଅଗଷ୍ଟ ୧୦ରେ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଥଲା। ୨୦୧୩ ପାଇଁ ଶିଳ୍ପୀ ଡ. ଯତୀନ ଦାସ ପୁରସ୍କାର ଗ୍ରହଣ କରିପାରିନଥିଲେ। ସେହି ସମୟରେ ତାଲାବନ୍ଦ ଥିଲା ଏବଂ ଦିଲ୍ଲୀ ଯାଇ ପୁରସ୍କାର ପ୍ରଦାନ ସମ୍ଭବ ହୋଇନଥିଲା। ତେଣୁ ଏକାଡେମୀର ସଚିବ ଗଜେନ୍ଦ୍ର ସାହୁ ଦିଲ୍ଲୀ ଗସ୍ତ କରି ଆଜି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଜାତୀୟ କଳା ସଂଗ୍ରହାଳୟର ମହାନିର୍ଦେଶକ ଅ‌େ‌ଦ୍ବୖତ ପ୍ରସାଦ ଗଡ଼ନାୟକ ଏବଂ ବିଶିଷ୍ଟ ଚିତ୍ରଶିଳ୍ପୀ ନିବେଦିତା ଗଡ଼ନାୟକ ଉପସ୍ଥିତ ଥିଲେ। ଚିତ୍ରଶିଳ୍ପୀ ପ୍ରଦୋଷ ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡ. ଦାସ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ, ସଚିବ ଏବଂ ନିର୍ଦେଶକଙ୍କ ସମେତ ଓଡ଼ିଶା ଲଳିତକଳା ଏକାଡେମୀକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories