www.samajalive.in
Monday, December 15, 2025
17.1 C
Bhubaneswar

ଦୁର୍ଘଟଣାରେ ‘ସମାଜ’ ସମ୍ବାଦଦାତା ଧ୍ରୁବ ପାଣିଗ୍ରାହୀଙ୍କ ପରଲୋକ

ଖଡିଆଳ: ନୂଆପଡା ଜିଲାର ବରିଷ୍ଠ ସାମ୍ବାଦିକ ତଥା ‘ସମାଜ’ର ଜିଲା ସମ୍ବାଦଦାତା ଧ୍ରୁବଚରଣ ପାଣିଗ୍ରାହୀ ଗୁରୁବାର ଏକ ବାଇକ୍‍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସକାଳ ୮.୩୦ରେ ନୂଆପଡା ସ୍ଥିତ ନିଜ ବାସଭବନରୁ କୌଣସି କାମରେ ସହରକୁ ଆସୁଥିବାବେଳେ ସିରତୋଲ ଗ୍ରାମ ନିକଟରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ନୂଆପଡା ଜିଲାର ବୋଡେନ କେରାପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ପାଣିଗ୍ରାହୀ ‘ସମାଜ’ର ନୂଆପଡ଼ା ଜିଲା ପାଇଁ ସମ୍ବାଦଦାତା ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ଅନ୍ୟ ଓଡ଼ିଆ ଗଣମାଧ୍ୟମରେ ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିଲେ। ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।
ଧ୍ରୁବଚରଣଙ୍କ ସାନ ଭାଇ ନାରାୟଣ ପାଣିଗ୍ରାହୀ ୧୩ ଦିନ ତଳେ ମୃତ୍ୟୁବରଣ କରିଥିଲେ। ସାନ ଭାଇଙ୍କ ଅନ୍ତିମ ସଂସ୍କାର ଶେଷ ପରେ ସେ ପରିବାର ସହ ଗତକାଲି ରାତିରେ ନୂଆପଡ଼ା ଫେରିଥିଲେ। ତେବେ ଆଜି ସକାଳୁ ସେ ନିଜେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ତାଙ୍କର ମୃତ୍ୟୁ ଖବର ପାଇ ବିଭିନ୍ନ ବର୍ଗର ବହୁ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି। ପରେ ନୂଆପଡାଠାରେ ତାଙ୍କ ଦାହ ସଂସ୍କାର କରାଯାଇଛି। ବଡପୁଅ ଅଶ୍ୱିନୀ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ। ଧ୍ରୁବଚରଣ ବୃଦ୍ଧା ମା’ କ୍ଷୀର ପାଣିଗ୍ରାହୀ, ପତ୍ନୀ ଶୋଭା ପାଣିଗ୍ରାହୀ, ୨ ପୁଅ ଅଶ୍ୱିନୀ ଏବଂ ଅମିୟ, ୨ ଝିଅ ମଧୁସ୍ମିତା ଓ ସ୍ମୃତିଲିପା, ୨ ଭାଇ ବିଷ୍ଣୁ ଓ ଅଶୋକ ପାଣିଗ୍ରାହୀ ସହ ଆତ୍ମୀୟସ୍ୱଜନକୁ ଛାଡି ଚାଲି ଯାଇଛନ୍ତି। ଧ୍ରୁବଙ୍କ ପରଲୋକରେ ସମ୍ବଲପୁର ‘ସମାଜ’ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ତାଙ୍କ ପରଲୋକରେ ଲୋକସେବକ ମଣ୍ଡଳ ସଭାପତି ଦୀପକ ମାଲବ୍ୟ, ସର୍ବଭାରତୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ, ‘ସମାଜ’ ପରିଚାଳନାମଣ୍ଡଳୀ ସମ୍ପାଦକ ଭୀମସେନ ଯାଦବ, ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ, କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି, ପ୍ରସାର ପରିଚାଳକ ମଳୟ ଦେ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦ୍‍ଗତି କାମନା କରିଛନ୍ତି। ଏପରି ଏକ ସମୟରେ ଈଶ୍ୱର ତାଙ୍କର ପରିବାରକୁ ଦୁଃଖ ସହିବାର ସାମର୍ଥ୍ୟ ଦିଅନ୍ତୁ ବୋଲି କାମନା କରିଛନ୍ତି। ଅନ୍ତିମ ସଂସ୍କାରରେ ‘ସମାଜ’ ସମ୍ବଲପୁର ସହକାରୀ ଶାଖା ପ୍ରବନ୍ଧକ ସଦାଶିବ ମହାପାତ୍ର ଓ କାର୍ମିକ ବିଭାଗ ଅଧିକାରୀ ଚନ୍ଦନ ସରାଫ ଯୋଗ ଦେଇଥିଲେ।
ତାଙ୍କ ପରଲୋକରେ ‘ସମାଜ’ ରିଲିଫ୍‌ କମିଟିର ପଶ୍ଚିମ ଓଡ଼ିଶା ସମ୍ପାଦକ ସୌରଭ ସାହୁ ଓ ତୁଳସୀରାମ ଜଗତଙ୍କ ସହ ବରିଷ୍ଠ ଆଇନଜୀବୀ ମୁରଲୀଧର ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories