www.samajalive.in
Tuesday, December 9, 2025
23.1 C
Bhubaneswar

ଏବେ ପନିପରିବା ପଚିବାକୁ ନାହିଁ ଡର, ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କୁ ମିଳୁଛି ‘ସବଜି କୁଲର’

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର କ୍ଷୁଦ୍ର ଚାଷୀଙ୍କ ପାଇଁ ବରଦାନ ପାଲଟିଛି। ‘ସବଜି କୁଲର’ ବା ‘ଜିରୋ କୁଲିଙ୍ଗ ଚାମ୍ବର’। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କୁଲର ସେମାନଙ୍କ ଆର୍ଥିକ ସ୍ଥିତି ଓ ଜୀବନଧାରଣ ମାନରେ ବିଶେଷ ପରିବର୍ତ୍ତନ ଆଣି ପାରିଛି। ପ୍ରଶାସନ ସହଯୋଗରେ ଚାଷୀମାନେ ନିଜ ଅଗଣା ବା ବାରିରେ ଏହି କୁଲର ନିର୍ମାଣ କରି ପନିପରିବା ସାଇତି ରଖୁଛନ୍ତି। ଫଳରେ ଏବେ କ୍ଷେତରୁ ପରିବା ତୋଳିବା ପରେ ହେଉ କି ବଜାରରେ ବିକ୍ରି ନହୋଇ ବଳି ଯାଇଥିବା ପରିବାକୁ ସଂରକ୍ଷିତ କରି ରଖିବା ପାଇଁ ଚାଷୀଙ୍କୁ ସୁବିଧା ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା, କୁଆରମୁଣ୍ଡା ଓ ଟାଙ୍ଗରପାଲି ବ୍ଲକର ୫୦ରୁ ଅଧିକ ଚାଷୀ ନିଜ ବାରିରେ ଏହି କୁଲର ନିର୍ମାଣ କରିଛନ୍ତି। ଆଗକୁ ଏହି ବ୍ଲକ ଅଞ୍ଚଳରେ ଆଉ ୫୦ଟି କୁଲର ନିର୍ମାଣ ହେବାକୁ ଯାଉଛି। “ଚାଷୀମାନଙ୍କ ଜୀବନକୁ ନୂଆ ମୋଡ଼ ଦେଇଛି ସବଜି କୁଲର। ନିଜ ବାରିରେ ସବଜି କୁଲର ନିର୍ମାଣ କରି ସେମାନେ ପନିପରିବା ସାଇତି ରଖିବା ସମ୍ଭବ ହୋଇଛି। ଫଳରେ ଚାଷୀର ଫସଲ ଆଉ ନଷ୍ଟ ହେଉନାହିଁ। ଏଥିରେ ଜିଲ୍ଲାର ଅଧିକରୁ ଅଧିକ ଚାଷୀ କିପରି ଯୋଡ଼ି ହେବେ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ।

- Advertisement -

ବିନା ବିଜୁଳି ଓ ସୌର ଶକ୍ତିରେ ସବଜି କୁଲର ଚାଲି ପାରୁଛି। ଏଥିରେ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପନିପରିବା ସାଇତି ରଖିବାର କ୍ଷମତା ରହିଛି। ପ୍ରାୟ ୭ ଦିନ ଯାଏଁ ପନି ପରିବା ଏଥିରେ ସତେଜ ରହି ପାରୁଛି। ‘‘ସବଜି କୁଲରରେ ଚାଷୀମାନଙ୍କ ଫସଲ ସଂରକ୍ଷିତ ହୋଇ ରହିବା ଫଳରେ ବଜାରରେ ସେମାନଙ୍କୁ ଉଚିତ ଦର ମିଳି ପାରୁଛି। କରୋନା ଲକଡାଉନ ସମୟରେ ଯେତେବେଳେ ହାଟ ବଜାର ବନ୍ଦ ରହିଥିଲା ସେତେବେଳେ ଚାଷୀ ଏଥିରେ ପରିବା ସଂରକ୍ଷିତ କରି ରଖି ପାରିଥିଲେ। ଏହା ଆମ ପାଇଁ ଏକ ବଡ଼ ଅନୁଭବ’’, କହିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭୈରବ ସିଂ ପଟେଲ।

‘ସବଜି କୁଲର’ ନିର୍ମାଣ ପାଇଁ ମୁମ୍ବାଇର ରୁକାଟ ଟେକ୍ନୋଲୋଜି ବୈଷୟିକ ସହାୟତା ଯୋଗାଇ ଦେଉଛି। ଏନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦେଶପ୍ରେମୀ ଏବଂ ରୁକାଟ ମଧ୍ୟରେ ଏମଓୟୁ ସ୍ୱାକ୍ଷର କରାଯାଇଛି। ଏଥିପାଇଁ ଜିଲ୍ଲା ପାରିପାର୍ଶ୍ବିକ ବିକାଶ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ସବଜି କୁଲର ହେଉଛି ଏକ ଧାତବ କକ୍ଷ ବା ଚାମ୍ବର। ଯାହାକୁ ରୁକାଟ ପକ୍ଷରୁ ବିକଶିତ କରାଯାଇଛି। ଏହି ଚାମ୍ବର ସହିତ ୧୬୦୦ଟି ପ୍ଲାଷ୍ଟିକ ବଲ୍‍ ଯୋଡ଼ା ଯାଇଛି। ଏହି ଚାମ୍ବରକୁ ସ୍ଥାପନ କରିବା ପାଇଁ ଚାଷୀ ଇଟା ସିମେଣ୍ଟ ଦେଇ ଛୋଟିଆ କକ୍ଷଟିଏ ନିର୍ମାଣ କରିଥାଏ। ତେଣୁ ସବଜି କୁଲର ପାଇଁ ସମସ୍ତ ଯନ୍ତ୍ରାଂଶ ସହ ପରିବା ରଖିବା ପାଇଁ ପ୍ଲାଷ୍ଟିକ ଝୁଡ଼ି ମଧ୍ୟ ରୁକାଟ ପକ୍ଷରୁ ଯୋଗାଇ ଦିଆଯାଉଛି। ଏହି କ୍ଷୁଦ୍ର କକ୍ଷଟି ଏକ ଶୀତଳଭଣ୍ଡାର ଭଳି କାମ କରୁଥିବାରୁ ଚାଷୀ ପାଇଁ ବରଦାନ ହୋଇଛି। ସବଜି କୁଲର ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ସହ ଏହାର ଆବଶ୍ୟକ ମରାମତି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

“ପନିପରିବା ବିକ୍ରି ନହୋଇ ବଳି ପଡ଼ିଲେ ତାହା ନଷ୍ଟ ହୋଇ ଯାଉଥିଲା। ଏହା ଫଳରେ ମୁଁ କ୍ଷତି ସହୁଥିଲି। କିନ୍ତୁ ଯେବେଠୁ ସବଜି କୁଲର ନିର୍ମାଣ କଲିଣି ସେବେଠୁ ପନିପରିବା ଆଉ ନଷ୍ଟ ହେଉନି। ଏଥିରେ ପରିବା ସତେଜ ରହୁଛି’’, କହିଛନ୍ତି ଚାଷୀ ଦିଗମ୍ବର ରଣା। କେବଳ ‘ସବଜି କୁଲର’ ନୁହେଁ, ରୁକାଟ ଟେକ୍ନୋଲୋଜିର ବୈଷୟିକ ସହାୟତାକ୍ରମେ ଚାଷଜମିରେ ଜଳ ସଂରକ୍ଷଣ ପାଇଁ ‘ଜଳ କୁଣ୍ଡ’, ବୁନ୍ଦା ଜଳସେଚନ ବ୍ୟବସ୍ଥା, ପେଡାଲ ଚାଳିତ ପମ୍ପ ଏବଂ ହାତୀକୁ ଘଉଡ଼ାଇବା ପାଇଁ ସୌରଚାଳିତ ‘ପିକ୍‍ ରକ୍ଷକ’ ଲାଇଟ ମଧ୍ୟ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି। ପ୍ରଶାସନ ପକ୍ଷରୁ ଏ ସମସ୍ତ ଜିନିଷ ପାଇଁ ଆର୍ଥିକ ସହାୟତା ଦିଆଯାଉଛି।

 

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories