www.samajalive.in
Saturday, December 6, 2025
14.1 C
Bhubaneswar

୩ ମାସ ପରେ ଦୈନିକ କରୋନା ସଂକ୍ରମଣ ୫୦ ହଜାରରୁ କମ

କରୋନା ସଂକ୍ରମଣ ବିରୁଦ୍ଧ ସଂଗ୍ରାମରେ ଦେଶ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ କମ ଅର୍ଥାତ ୪୬ ହଜାର ୭୯୦ ରହିଛି। ପାଖାପାଖି ୩ ମାସ ପରେ ପ୍ରଥମଥର ପାଇଁ ଏହି ମାମଲା ଏତେ ତଳକୁ ଖସିଛି। ଜୁଲାଇ ୨୮ରେ ୪୭ ହଜାର ୭୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।ଅଧିକରୁ ଅଧିକ କୋଭିଡ ଆକ୍ରାନ୍ତ ପ୍ରତିଦିନ ସୁସ୍ଥ ହେଉଥିବାରୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ଏହାଛଡା ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଆଉ ଏକ ସଫଳତା ସ୍ୱରୂପ ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମିତଙ୍କ ତୁଳନାରେ ୧୦ ପ୍ରତିଶତକୁ ଖସି ଆସିଛି। ଦେଶରେ ମୋଟ ପଜିଟିଭ ରୋଗୀ ସଂଖ୍ୟା ଆଜି ୭ ଲକ୍ଷ ୪୮ ହଜାର ୫୩୮ରୁ କମ ହୋଇଥିବା ବେଳେ ଏହା ମୋଟ ସଂକ୍ରମଣ ସଂଖ୍ୟାର ୯.୮୫ ପ୍ରତିଶତ ବୋଲି ଜଣାପଡିଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ ମୁକାବିଲା ପାଇଁ ନିଆଯାଉଥିବା ରଣନୀତିକୁ ସମର୍ଥନ କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ତ୍ଵରିତ ପଦକ୍ଷେପ ନେଉଥିବାରୁ ଏହି ସଫଳତା ମିଳିଛି। ଦେଶବ୍ୟାପୀ ଅଧିକରୁ ଅଧିକ ନମୁନା ପରୀକ୍ଷା, ତତ୍କାଳ ଯାଞ୍ଚ ଏବଂ ଚିହ୍ନଟ, ଆବଶ୍ୟକସ୍ଥଳେ ଶୀଘ୍ର ହସ୍ପିଟାଲ ଚିକିତ୍ସା ଭଳି ପଦକ୍ଷେପମାନ ନିଆଯାଉଛି। ଏହାଛଡା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କରୋନା ସମ୍ମୁଖ ଯୋଦ୍ଧାମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ସମଗ୍ର ଦେଶରେ ଏହି ସଫଳତା ହାସଲ ହୋଇଛି। ଅଧିକରୁ ଅଧିକ ସଂକ୍ରମିତ ଆରୋଗ୍ୟ ଲାଭ କରୁଥିବାରୁ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇଛି। ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୭ ଲକ୍ଷ ୩୩ ହଜାର ୩୨୮ରେ ପହଂଚିଛି। ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ଏହା ଆଜି ୫୯ ଲକ୍ଷ ୮୪ ହଜାର ୭୯୦ରେ ପହଞ୍ଚିଛି।

- Advertisement -

ଗତ ୨୪ ଘଣ୍ଟା ମଧ୍ୟରେ ୬୯,୭୨୦ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ମୁକୁଳିଛନ୍ତି। ଜାତୀୟ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇ ୮୮.୬୩ ପ୍ରତିଶତରେ ପହଞ୍ଚିଛି। ନୂତନ ଭାବେ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରେ ଶତକଡା ୭୮ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି। ଗୋଟିଏ ଦିନରେ ମହାରାଷ୍ଟ୍ରରୁ ସର୍ବାଧିକ ୧୫ ହଜାର ସୁସ୍ଥ ହୋଇଥିବା ବେଳେ କର୍ଣ୍ଣାଟକରୁ ୮ ହଜାରରୁ ଅଧିକ ଆରୋଗ୍ୟ ଲାଭ କରିଛନ୍ତି। ଶତକଡା ୭୫ ଭାଗ ନୂତନ ସଂକ୍ରମିତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି। ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳରୁ ୫ ହଜାରରୁ ଉର୍ଦ୍ଧ୍ଵ ଲେଖାଏଁ ନୂତନ ସଂକ୍ରମିତ ରହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୫୮୭ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ପାଖାପାଖି ଶତକଡା ୮୧ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଅଛନ୍ତି। କ୍ରମାଗତ ଦ୍ଵିତୀୟ ଦିନ ନିମନ୍ତେ ମୃତ୍ୟୁ ସଂଖ୍ୟା ୬୦୦ରୁ କମ ରହିଛି। ମହାରାଷ୍ଟ୍ରରୁ ସର୍ବାଧିକ ଗୋଟିଏ ଦିନରୁ ୧୨୫ ଜଣଙ୍କର ମୃତ୍ୟୁ ଘଟିଛି। ବିଶ୍ଵରେ ଭାରତ ଏକମାତ୍ର ଦେଶ ଯେଉଁଠି ସର୍ବାଧିକ ରୋଗୀ ସୁସ୍ଥ ହେଉଥିବା ବେଳେ ମୃତ୍ୟୁ ହାର ସର୍ବନିମ୍ନ ରହିଛି। ଆଜି ଏହି ହାର ୧.୫୨ ପ୍ରତିଶତ ରହିଥିବା ବେଳେ କ୍ରମାଗତ ଭାବେ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories