www.samajalive.in
Friday, December 5, 2025
26.1 C
Bhubaneswar

ପାର୍ବଣକୁ ନେଇ ପୁଲିସ୍‍ ଚଢାଉ: ଏପଟେ ଗଞ୍ଜେଇ ଜବତ, ସେପଟେ ମଦ

ଫୁଲବାଣୀ: ପାର୍ବଣକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାର ବିଭିନ୍ନ ଥାନା ତତ୍ପର ହୋଇ ଉଠିଛନ୍ତି। ଏଭଳି ସ୍ଥଳେ ଆଜି କ.ନୂଆଗାଁ ପୁଲିସ୍‍ ଗଞ୍ଜେଇ ସହିତ ୨ ଜଣକୁ ଗିରଫ କରିଥିବା ବେଳେ ରାଇକିଆ ପୁଲିସ୍‍ ମଦ ସହିତ ଜଣକୁ ଗିରଫ କରିଛି।

ମିଳିଥିବା ସୂଚନା ପ୍ରକାରେ, ସବୁଦିନ ପରି ଆଜି ମଧ୍ୟ କେ.ନୂଆଗାଁ ପୁଲିସ୍‍ ଯାନ ବାହାନ ତନଖୀ ଚଳାଇଥିବା ବେଳେ ସେହି ବାଲିଗୁଡ଼ା-କ.ନୂଆଗାଁ ରାସ୍ତାଦେଇ ଆସୁଥିବା ଏକ ବାଇକ୍‍କୁ ତନଖୀ ବେଳେ ଉକ୍ତ ବାଇକ୍‍ରେ ଚୋରରେ ଚାଲାଣ ହେଉଥିବା ୮ କେଜି ଗଂଜେଇ ପୁଲିସ୍‍ ଜବତ କରିବା ସହିତ ଏହି ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। ଗିରଫ ଦୁଇଜଣ ହେଲେ ବାଲିଗୁଡ଼ା ନୂଆସାହି ଅଞ୍ଚଳର ପ୍ରଭାତ ଗୌଡ଼(୨୫) ଓ ବାଲିଗୁଡ଼ା ବଜାର ସାହିର ଦେବାଶିଷ୍‍ ପାଢୀ(୨୨) ବୋଲି ଥାନା ଅଧିକାରୀ ଶ୍ରୀନିବାସ ସାମଲ୍‍ ସୂଚନା ଦେଇଛନ୍ତି। ଏନେଇ କେସ ନଂ ୬୧/୨୦ରେ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି

- Advertisement -

ସେହିଭଳି ରାଇକିଆ ପୁଲିସ୍‍ ଆଜି ଅଚାନକ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ବେଆଇନ ଭାବେ ଘରେ ରଖି ଚଢାଦରରେ ବିକ୍ରି କରୁଥିବା ଜଣେ ବିଦେଶୀ ମଦ ବ୍ୟବସାୟୀକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ ଅଞ୍ଚଳର ଜୁବରାଜ ମଲିକ। ତାହାଠାରୁ ପୁଲିସ୍‍ ୩୪ଟି ବିୟର୍‍ ବୋତଲ ଜବତ କରିବା ସହିତ କେସ ନଂ ୭୪/୨୦ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ତରୁଣ ତପନ ବେହେରା ସୂଚନା ଦେଇଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories