www.samajalive.in
Saturday, December 6, 2025
23.1 C
Bhubaneswar

ମାନବ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷକୁ କମାଇବା ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠିତ ହେବ

ଭୁବନେଶ୍ୱର:ମାନବ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷକୁ କମାଇବା ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବ ବୋଲି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ଏହି ରାଜ୍ୟସ୍ତରୀୟ ଟାସ୍କାଫୋର୍ସରେ ଅଧ୍ୟକ୍ଷଙ୍କୁ ମିଶାଇ ୧୮ ଜଣ ସଦସ୍ୟ ରହିବେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ, ଓଡ଼ିଶା ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ରହିବେ। ଦକ୍ଷିଣ-ପୂର୍ବ ରେଳବାଇ, ପୂର୍ବତଟ ରେଳବାଇର ପ୍ରତିନିଧି, ସେସୁ, େୱସ୍କୋ, ନେସ୍କୋ ଓ ସାଉଥ୍‌କୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଗଣ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ,
ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଓଡ଼ିଶାର ମୁଖ୍ୟ ସାଧାରଣ ପରିଚାଳକ, ଅନୁଗୋଳ, ରାଉରକେଲା, ଭୁବନେଶ୍ୱରର ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ, ସେଭ୍‌ ଏଲିଫାଣ୍ଟ ଫାଉଣ୍ଡେସନ୍‌ ଟ୍ରଷ୍ଟ, ନୁ୍ୟଜ୍‌ ଅନୁଗୋଳ, ଓୟୁଏଟିର ଓଡ଼ିଶା ପଶୁଚିକିତ୍ସା ମହାବିଦ୍ୟାଳୟର ଅସ୍ତ୍ରୋପଚାର ଓ ରେଡ଼ିଓଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡକଫର ଇନ୍ଦ୍ରମଣି ନାଥ, ଚନ୍ଦକା ଡିଭିଜନ୍‌ର ଆଞ୍ଚଳିକ ବନଖଣ୍ଡ ଅଧିକାରୀ, ଅତିରିକ୍ତ ମୁଖ୍ୟ ବନସଂରକ୍ଷକ ଏବଂ ସର୍ବୋଚ୍ଚ ଯନ୍ତ୍ରୀ, ପି ଆଣ୍ଡ ଡି, ଜଳସଂପଦ ବିଭାଗ ଏହି ଟାସ୍କଫୋର୍ସର ସଦସ୍ୟ ରହିବେ। ଏହି କମିଟି ଚାହିଁଲେ ଅନ୍ୟ ଯେକୌଣସି ବ୍ୟକ୍ତିଙ୍କୁ ଟାସ୍କଫୋର୍ସର ସଦସ୍ୟ ଭାବେ ନେଇପାରିବେ ଓ ଯେକୌଣସି ବ୍ୟକ୍ତି ବା ଅନୁଷ୍ଠାନର ପରାମର୍ଶ ମଧ୍ୟ ଲୋଡ଼ିପାରିବେ। ଆସନ୍ତା ୬ ସପ୍ତାହ ମଧ୍ୟରେ ଏହି ଟାସ୍କଫୋର୍ସ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ। ରାଜ୍ୟ ସରକାରଙ୍କ ବିଧିବଦ୍ଧ ମଞ୍ଜୁରୀ ମିଳିବା ପରେ ଏହି ମାଷ୍ଟରପ୍ଲାନ୍‌ ଅନୁଯାୟୀ ଅର୍ଥବରାଦ କରାଯିବ ଏବଂ ଏହାକୁ ବିନିଯୋଗ କରି ଆଗାମୀ ୩ ବର୍ଷ ମଧ୍ୟରେ ମାନବ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷକୁ କମାଇବା ପାଇଁ ବହୁବିଧ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ ମାନବ-ପଶୁ ସଂଘର୍ଷକୁ ଯଥାସମ୍ଭବ କମାଇବା ପାଇଁ ସୁଚିନ୍ତିତ ପଦକ୍ଷେପ ନେବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରାବର ଗୁରୁତ୍ୱ ଦେଇ ଆସୁଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏ ଦିଗରେ ଅର୍ଥରାଶି ଯୋଜନାବଦ୍ଧ ଓ ସମୟୋଜିତ ଢଙ୍ଗରେ ବିନିଯୋଗ ହେବା ଜରୁରୀ। କାମ୍ପା, ମହାତ୍ମା ଗାନ୍ଧୀ ନରେଗା, ଡିଏମ୍‌ଏଫ୍‌ ଆଦି ପାଣ୍ଠିରୁ ଏ ଦିଗରେ ଖର୍ଚ୍ଚ ହେଉଥିବା କାର୍ଯ୍ୟକ୍ରମ ଅଧିକ ଫଳପ୍ରଦ ହୋଇପାରିବ। ବନ୍ୟଜନ୍ତୁଙ୍କ ପାଇଁ ଆଶ୍ରୟସ୍ଥଳୀର ନିର୍ମାଣ ଓ ବିକାଶ, ଟ୍ରେଞ୍ଚ ଖନନ ଓ ସୁରକ୍ଷା ପଦକ୍ଷେପ, ଆଇଇସି ଅଭିଯାନ ଆଦି ସୁରୁଖୁରୁରେ ଚାଲିପାରିବ। ବନଖଣ୍ଡ ଅଧିକାରୀମାନେ ରେଳବାଇ, ଜାତୀୟ ରାଜପଥ, ଜଳସେଚନ, ବିଦ୍ୟୁତ୍ ଯୋଗାଣ କମ୍ପାନୀମାନଙ୍କ ସହ ମାଷ୍ଟର ପ୍ଲାନ୍‌ରେ ପ୍ରଦତ୍ତ ପଦ୍ଧତି ଅନୁସରଣ କରି ବନ୍ୟଜନ୍ତୁ ସୁରକ୍ଷା ଓ ମାନବ ଏବଂ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷକୁ କମାଇବା ସମ୍ବନ୍ଧୀୟ ପଦକ୍ଷେପକୁ ଅଧିକ ଶାଣିତ ଓ ଫଳପ୍ରସୂ କରିପାରିବେ। ସର୍କଲ, ଜିଲ୍ଲା ଓ ଡିଭିଜନ ସ୍ତରରେ ବିଶଦ ସମୀକ୍ଷା କରାଯାଇପାରିବ। ଟାସ୍କଫୋର୍ସ ପ୍ରସ୍ତୁତ ମାଷ୍ଟରପ୍ଲାନ୍‌ ମାନବ ଏବଂ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷକୁ କମାଇବା ସମ୍ବନ୍ଧୀୟ ପଦକ୍ଷେପ ପାଇଁ ଅର୍ଥ ବିନିଯୋଗ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗୀୟ ସୂତ୍ରରୁ ପ୍ରକାଶ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories