www.samajalive.in
Sunday, December 14, 2025
19.1 C
Bhubaneswar

ଲକ୍ଷ୍ମୀପ୍ରିୟା ହତ୍ୟା ଘଟଣାରେ ପୁଲିସ ବିରୋଧରେ ପକ୍ଷପାତ ଅଭିଯୋଗ ; ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମଦାହ କରିବାକୁ ବାପାଙ୍କ ଧମକ

ପୁଲିସ ଲୋକଙ୍କ ସହ ବନ୍ଧୁତା ପୂର୍ଣ ଆଚରଣ କରିବା ଏବଂ ମହିଳା ହିଂସା ବିରୋଧ​‌ରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି । ମାତ୍ର ଏରସମା ପୁଲିସର କାର୍ଯ୍ୟକୁ ଦେଖିଲେ ସରକାରଙ୍କ ନିର୍ଦେଶ ଏଠି କାର୍ଯ୍ୟକାରୀ ହୁଏନାହିଁ ।ପୂର୍ବରୁ ଗଡବିଶନପୁର କରୋନାର ସଙ୍ଗନିରୋଧ କେନ୍ଦ୍ରରେ ଅବ୍ୟବସ୍ଥାକୁ ଜଣେ ଯୁବ ଇଂଜିନିୟର ବିରୋଧ କରିବାରୁ ସରପଂଚଙ୍କ ସ୍ୱାମୀର ଆକ୍ରେଶର ଶିକାର ହେଇ ମାଡ ଘଟଣାରେ ପୁଲିସ ଭୂମିକାକୁ ନେଇ ପୂର୍ବରୁ ପ୍ରଶ୍ନ ଉଠିଥିଲା । ମାଡ଼ ଖାଇବା ଲୋକଙ୍କ ପ୍ରତି ପୁଲିସ ଯେପରି ବ୍ୟବହାର କଲା ଓ ମାଡ଼ ମାରିଥିବା ବ୍ୟକ୍ତିଙ୍କ ଉପରେ ଯେପରି ସୁରକ୍ଷାର ଢ଼ାଲ ଧରିଲା ତାହା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିଲା । ଏବେ ଏକ ହତ୍ୟାକାଣ୍ଡ ଘଟଣାରେ ପୁଲିସର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଏହି ହତ୍ୟାକାଣ୍ଡ ଘଟଣାରେ ଏରସମା ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ୪୯୮(କ), ୩୦୨, ୩୦୪(ଖ),୫୦୬ ଓ ୩୪ରେ ମାମଲା ରୁଜୁ କରିଥିଲେ। ମାତ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୁଲିସ ଟାଳଟୁଳ ନୀତି ଦେଖି ହତ୍ୟାର ଶିକାର ମହିଳାଙ୍କ ସମ୍ପର୍କୀୟମାନେ ଜଣକୁ ଧରି ପୁଲିସରେ ଦେଇଥିଲେ । ମାତ୍ର ଏହାପରେ ଆଉ କାହାରିକୁ ଗିରଫ କରାଗଲା ନାହିଁ । । ଅନ୍ୟମାନଙ୍କୁ ପୁଲିସ ଗିରଫ ନକରିବାରୁ ମୃତ ମହିଳାଙ୍କ ସମ୍ପର୍କିୟମାନେ ଅଗଷ୍ଟ ୨୯ ତାରିଖରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ସେଥିରେ କୈାଣସି ଫଳ ନମିଳିବାରୁ ସେପ୍ଟେମ୍ବର ୭ ତାରିଖରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମୁଖରେ ଶତାଧିକ ଲୋକ ଧାରଣାରେ ବସି ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ।

- Advertisement -

ଛଅ ଘଂଟା ଆନ୍ଦୋଳନ ପରେ ଡିଆଇବି ଡିଏସପି, ତିର୍ତୋଲ ଡିଏସ୍‍ପି ଓ ଜଗତସିଂହପୁର ଥାନା ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ପ୍ରତିଶ୍ରୁତି ମିଳିଥିଲା ଓ ଏହାପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା । ମାତ୍ର ଏହାପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ଓ ଅଭିଯୁକ୍ତମାନଙକୁ ଗିରଫ କରାଯାଇ ନ ଥିଲା । ଫଳରେ ପୀଡ଼ିତାଙ୍କ ପରିବାର  ଆଇଜି, ଡିଜି, ମାନବାଧିକାର କମିସନ, ମହିଳା କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିରେ କିଛି ନହେବାରୁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦେଶ ପ​‌ରେ ଦୁଇଜଣଙ୍କୁ ଗିରଫ କରି ଜାମିନରେ ଛାଡ଼ିଥିବା ସୂଚନା ମିଳିଛି । ଅନ୍ୟ ୫ ଜଣ ଗାଁରେ ବୁଲୁଥିଲେ ବି ପୁଲିସ ସେମାନଙ୍କୁ ଖୋଜି ପାଉନାହିଁ ବୋଲି କହୁଥିବା ଅଭିଯୋଗ ହୋଇଛି ।

ତେବେ ଘଟଣାର ପ୍ରେକ୍ଷାପଟ ଦେଖିଲେ ଅତ୍ୟନ୍ତ ସ୍ପର୍ଶକାତର । ଏରସମା ଥାନା ଅନ୍ତର୍ଗତ ଆଉଁରୀ ଗ୍ରାମର ବୀରକିଶୋରପୁର ପଡ଼ାରେ ଘଟିଛି ଏହି ଘଟଣା । ଏହି ଗାଁର  ବାବୁଲି ଜେନାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଦାବି ମୁତାବକ ଯୌତୁକ ନଆଣିବାରୁ ବାବୁଲି ଜେନାଙ୍କ ଦୁଇ ଭଉଣୀ, ଦୁଇ ଭିଣୋଇ, ଶାଶୁ ଶଶୁର ଓ ଦିଅର ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା ।  ଲକ୍ଷ୍ମିପ୍ରୀୟାଙ୍କ ବାପା କୁଞ୍ଜକୋଠି ଗ୍ରାମର ସମୀର ପ୍ରଧାନ ଗରିବ ଶ୍ରେଣୀର ବ୍ୟକ୍ତି ।  ବିଭିନ୍ନ ସମୟରେ ଝିଅପ୍ରତି ନିର୍ଯାତନା ଖବର ପାଇ ତା ଶାଶୁଘରେ ଅନେକବାର ପହଞ୍ଚି ଘଟଣାର ସମାଧାନ କରି ଆସିଛନ୍ତି । ମାତ୍ର ନିର୍ଯାତନା ବନ୍ଦ ହୋଇନଥିଲା ।  ଅଗଷ୍ଟ ୪ ତାରିଖ ରାତିରେ ବାବୁଲି ଜେନା ସହିତ ଦୁଇ ଭଉଣୀ, ଦୁଇ ଭିଣୋଇ, ଶାଶୁ ଶଶୁର ଓ ଦିଅର ଲକ୍ଷ୍ମୀପ୍ରିୟାଙ୍କୁ ମାରି ଦେବାକୁ ଚେଷ୍ଟା କରୁଥିବା ସମୟରେ ଲକ୍ଷ୍ମୀପ୍ରିୟା ଖସି ଆସି ଏରସମା  ପୁଲିସ ନିକଟରେ ଅଭିଯୋଗ କରିଥିଲେ । ମାତ୍ଏର ଏରସମା ପୁଲିସ ପକ୍ଷରୁ ଘଟଣାର ସମାଧାନ କରାଯାଇଥିଲା । ସମାଧାନ ସୂତ୍ର ଅନୁସାରେ ବାପଘରେ ରହୁଥିବା ଦୁଇ ଭଉଣୀ, ଦୁଇ ଭିଣେଇ ତିନି ମାସ ଭିତରେ  ଛାଡି ଅନ୍ୟତ୍ର ଯାଇ ରହିବେ ଓ ଲକ୍ଷ୍ମୀପ୍ରିୟାକୁ ନିର୍ଯତନା ଦେବେନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏହାର ୩ ସପ୍ତାହ ପରେ ଲକ୍ଷ୍ମୀପ୍ରିୟାଙ୍କର ମୃତ୍ୟୁ ଘଟିଥିବା ଖବର ତାଙ୍କ ବାପା ପାଇଥିଲେ । ବାପା ସମୀର ପ୍ରଧାନ ପହଞ୍ଚିବା ବେଳକୁ ଝିଅର କ୍ଷତବିକ୍ଷତ ରକ୍ତାକ୍ତ ଶରୀର ତାର ଶାଶୁଘରେ ପଡ଼ିତିଲା। ତାକୁ ସେ ସଂଗେସଂଗେ ଡ଼ାକ୍ତରଖାନା ନେଇଥିଲେ ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।   ଲକ୍ଷ୍ମୀପ୍ରିୟାଙ୍କ ବାପା ସମୀର ପ୍ରଧାନ ଏରସମା ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ ଓ ପୁଲିସ ମାମଲା ରୁଜୁ କରିଥିଲା । ମାତ୍ର ଏହି ଘଟଣାରେ କେବଳ ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଥିଲେ ହେଁ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ନାହିଁ ।

ଲକ୍ଷ୍ମୀପ୍ରିୟାଙ୍କ ବାପା ସମୀର ପ୍ରଧାନ ପୁଲିସର ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୁଲିସ ଜାଣିଶୁଣି ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଉଥିବା ସେ ଅଭିଯୋଗ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟରେ ଲକ୍ଷ୍ମୀପ୍ରିୟାଙ୍କର  ଛାତି ହାଡ ଭାଙ୍ଗିବା  ଲେଖା ରହିଛି। ଦେହରେ ବହୁ ସ୍ଥାନରେ କ୍ଷତ ଚିହ୍ନ ସହିତ ରକ୍ତ ବୋହୁଥିବା ସମସ୍ତେ ଦେଖିଛନ୍ତି। ଏକା ଜଣେ କେବେ ମାରି ପାରିବ ନାହିଁ। ଅନ୍ୟପକ୍ଷରେ ପୋଲିସ ଉପସ୍ଥିତିରେ ଦୁଇ ନଣନ୍ଦ ନଣନ୍ଦେଇ ତିନିମାସ ଭିତରେ ଆଉଁରୀ ଗ୍ରାମ ଛାଡିବାକୁ ଅଗଷ୍ଟ ୫ ତାରିଖରେ ଥାନାରେ ପ୍ରତିଶ୍ରୁତି ଦେଇଥିଲେ ହେଁ ପୁଲିସ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇ ନାହିଁ । ତେଣୁ ପୁଲିସ ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନ ନେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମଦାହ କରିବେ ବୋଲି ବାପା ସମୀର ଚେତାବନୀ ଦେଇଛନ୍ତି ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories