www.samajalive.in
Saturday, December 6, 2025
19.1 C
Bhubaneswar

ବିଜେପି ଆସିଲେ ନିତୀଶ ହେବେ ବିହାରର ପରବର୍ତୀ ମୁଖ୍ୟମନ୍ତ୍ରୀ – ଅମିତ୍‍ ଶାହ

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହ କହିଛନ୍ତି ଯଦି ବିହାର ବିଧାନସଭା ନିର୍ବାଚନରେ ବିଜେପି ଅଧିକ ଆସନ ପାଏ ତେବେ ମଧ୍ୟ ନିତୀଶ କୁମାର ବିହାରର ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେ। ଏକ ଟେଲିଭିଜନ୍‍ ଚାନେଲ୍‍ ସହ ସାକ୍ଷାତକାର ବେଳେ ଶାହ କହିଛନ୍ତି, ନିର୍ବାଚନରେ ଏନ୍‍ଡିଏ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିବ। ସେ କହିଛନ୍ତି ବିହାରରେ ନିତୀଶ କୁମାର ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ବିଜେପି ସାଧାରଣରେ ଘୋଷଣା କରିଛି। ସେ ନେଇ ଆଉ କୌଣସି ଦ୍ୱିମତ ନାହିଁ ବୋଲି ଶ୍ରୀ ଶାହ ସ୍ପଷ୍ଟ କରିଛନ୍ତି।

ବିହାରରେ ଶାସକ ଦଳ ସହ ଲୋକ ଜନଶକ୍ତି ପାର୍ଟି ମେଂଟ ଭାଙ୍ଗିବା ପ୍ରସଙ୍ଗକୁ ନେଇ ଶାହ କହିଛନ୍ତି ଯେ ଏଲଜେପିକୁ ଯଥାର୍ଥ ସଂଖ୍ୟାରେ ଆସନ ଦିଆଯାଇଥିଲେ ମଧ୍ୟ ସେହି ଦଳ ମେଂଟରୁ ଓହରି ଯାଇଥିଲା। ଏଲଜେପି ଏନ୍‍ଡିଏକୁ ଫେରିବାର ସମ୍ଭାବନା ସମ୍ପର୍କରେ ବିହାର ନିର୍ବାଚନ ପରେ ହିଁ ଚିନ୍ତା କରାଯିବ ବୋଲି ଶାହ କହିଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories