www.samajalive.in
Sunday, December 7, 2025
18.1 C
Bhubaneswar

ତଣ୍ଡପାଣି ଘାଟିରେ ଓଲଟିଲା ବସ୍, ୨୫ ଛାତ୍ରଛାତ୍ରୀ ଆହତ 

ମୋହନା: ଗଜପତି-ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟି ନିକଟ ପାଳୁ ଖୋଳା ୟୂଟର୍ଣ୍ଣରେ ଭାରସାମ୍ୟ  ହରାଇ ଗଜପତି ଜିଲ୍ଲା ରାମଗିରି, ରା ଉଦୟଗିରି, ଚନ୍ଦ୍ରଗିରି, ଚାନ୍ଦିପୁଟ ଓ ଜିରାଙ୍ଗ ଅଂଚଳରୁ ୬୦ ଜଣ ଛାତ୍ରୀଙ୍କୁ ଓଜେଇଇ ପରିକ୍ଷା ଦେବାକୁ ଭୁବନେଶ୍ଵର ହାଇଟେକ୍ କଲେଜର ଏକ ବସ୍ ନମ୍ବର ଓ ଆର ୦୨ ବିଏସ ୦୨୬୮ ଆସୁଥିବା ବେଳେ ବ୍ରେକଫେଲ ଯୋଗୁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୨୫ ଜଣ ଛାତ୍ରଛାତ୍ରୀ ଆହତ ହୋଇ ଦିଗପହଣ୍ଡି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଗୁରୁତରମାନଙ୍କୁ ବ୍ରହ୍ମପୁର ମେଡିକଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପାଟପୁର ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛ । ସମସ୍ତ ଛାତ୍ରଛାତ୍ରୀ ଖୋର୍ଦ୍ଧା ଓ ଭୁବନେଶ୍ଵରରେ ପରୀକ୍ଷା ଦେବା ନିମନ୍ତେ ଯାଉଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories