ଋଣ ଖିଲାପକାରୀଙ୍କ ପାଇଁ ନୂଆ ଯୋଜନା
ନୂଆଦିଲ୍ଲୀ:ଦେଶରେ ବ୍ୟାଙ୍କ ଋଣ ଠକେଇ କରି ବିଦେଶ ପଳାୟନ କରୁଥିବା ବଡଧରଣର ଋଣ ଖିଲାପକାରୀଙ୍କ ବିରୋଧ କଡା ପଦକ୍ଷେପ ଗ୍ରହଣ କରିବାକୁ ସରକାର ଯୋଜନା କରୁଛନ୍ତି ା ଏପରିକି ସେମାନଙ୍କ ବିଦେଶ ପଳାୟନ ଉପରେ ରୋକ୍ ଲଗାଇବାକୁ ସରକାର ଚିନ୍ତା କରୁଛନ୍ତି ା ଏଥିପାଇଁ ଏକ କମିଟି ଗଠନ କରାଯାଇଛି ା ବିଜୟ ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଚୋକ୍ସିଙ୍କ ଭଳି ବଡ ଧରଣର ଠକେଇକାରୀ ସହଜରେ ବିମାନ ବନ୍ଦର ଦେଇ ବିଦେଶକୁ ପଳାୟନ କରିବା ପରେ ସରକାରଙ୍କ ପକ୍ଷରୁ ଏଭଳି ପଦେକ୍ଷପ ଗ୍ରହଣ କରାଯାଇଛି ା
ୱିନ୍ସମ୍ ଡାଏମଣ୍ଡ୍ସ ଆଣ୍ଡ୍ ଜୁଏଲେରୀ ଲିମିେଟଡ୍ର ମୁଖ୍ୟ ଜତୀନ୍ େମହେଟ୍ଟା ମଧ୍ୟ ବିଭିନ୍ନ ବ୍ୟାଙ୍କରେ ପାଖପାଖି ୭୦୦୦ େକାଟି ଟଙ୍କାର ଠକେଇ କରିଛନ୍ତି ା ତେବେ ଏ ସମ୍ପର୍କରେ ଅର୍ଥ ସେବା ସଚିବ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ା ଏହି କମିଟିରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ବରାଷ୍ଟ୍ର ଏବଂ ବହିର୍ବ୍ୟାପାର ମନ୍ତ୍ରାଳୟ, ପ୍ରବତ୍ତର୍ନ ନିେର୍ଦଶାଳୟ ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ପ୍ରତିନିଧି ରହିଛନ୍ତି। ଏହାଛଡା ଋଣ ଖିଲାପକାରୀମାନେ ଆପଣାଉଥିବା େଦ୍ବୖତ ନାଗରିକତ୍ବ ପ୍ରସଙ୍ଗ ଉପରେ କଟକଣା ଲଗାଇବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ା ଏ ନେଇ ପ୍ରଚଳିତ ଆଇନରେ ପରିବର୍ତ୍ତନ ଆବଶ୍ୟକତା ଥିବା ମତ ପ୍ରକାଶ ପାଇଥିଲା ା ଏଥିରେ ଅନ୍ୟ ରାଷ୍ଟ୍ରର ନାଗରିକତ୍ବ ରଖିଥିବା ଏବଂ ସେ ସମ୍ପର୍କରେ ଘୋଷଣା କରି ନ ଥିବା ପ୍ରମୋଟରଙ୍କ ଉପରେ ନଜର ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଅର୍ଥ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ା ଋଣ ଖିଲାପକାରୀଙ୍କ ପକ୍ଷରୁ ରଖାଯାଇଥିବା ବିଦେଶ ଯାତ୍ରା ଯୋଜନା ସମ୍ପର୍କରେ ସରକାର ସବିଶେଷ ତଥ୍ୟ ମାଗିପାରିବେ ା ଏହାକୁ ବର୍ତ୍ତମାନ କମିଟି ତା’ର ରିେପାର୍ଟରେ ସାମିଲ କରିଛି ା ଖିଲାପ କରାଯାଇଥିବା ଏକ ଋଣକୁ ଏନ୍ପିଏ ଶ୍ରେଣୀଭୁକ୍ତ କରାଯିବାକୁ ଅଧିକ ସମୟ ଲାଗୁଥିବା ଯୋଗୁ ଠକେଇ ସମ୍ପର୍କରେ ଜଣାପଡିବାକୁ ସମୟ ଲାଗୁଛି ା
ଏହାର ଲାଭ ଉଠାଇ ଏହି ସବୁ କମ୍ପାନୀର ପ୍ରମୋଟର ବିଦେଶ ପଳାୟନ କରୁଛନ୍ତି ା ଯଦି ଋଣ ଖିଲାପର ପ୍ରମାଣ ମିଳେ ତେବେ ଏହି ସବୁ ଠକେଇକାରୀଙ୍କ ବିଦେଶ ଯାତ୍ରା ସମ୍ପର୍କରେ ତଥ୍ୟ ରହିଥିଲେ ସେମାନଙ୍କୁ ଯିବାରୁ ବାରଣ କରାଯାଇପାରିବ ା