www.samajalive.in
Tuesday, December 9, 2025
23.1 C
Bhubaneswar

ବିହାର ପ୍ରଥମ ପର୍ଯ୍ୟାୟ ମତଦାନ, ୫୨ ହଜାରରୁ ଅଧିକ ଡାକ ବାଲାଟ ଚୟନ କଲେ ଭୋଟର

ବିହାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୫୨ ହଜାରରୁ ଅଧିକ ଭୋଟର ଡାକ ବାଲାଟ୍ ମାଧ୍ୟମରେ ଭୋଟ୍ ଦେବାର ସୁବିଧା ଚୟନ କରିଛନ୍ତି। ସେମାନଙ୍କ ମଧ୍ୟରେ ୮୦ ବର୍ଷରୁ ଅଧିକ ବୟସର ଏବଂ ଦିବ୍ୟାଙ୍ଗ ଭୋଟର ଅଛନ୍ତି। ଏହି ପ୍ରକ୍ରିୟାରେ ଗୁପ୍ତତା, ନିରାପତ୍ତା ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ରିଟର୍ନିଂ ଅଫିସର ପୂର୍ବ ସୂଚନା ମୁତାବକ ଦିଆଯାଇଥିବା ତାରିଖଗୁଡ଼ିକରେ ଏହି ଭୋଟରମାନଙ୍କୁ ଡାକ ବାଲାଟ୍ ଯୋଗାଇ ଦେବେ। ପ୍ରଥମ ଥର ପାଇଁ ବିହାର ନିର୍ବାଚନରେ ଡାକ ଦ୍ୱାରା ଭୋଟ ସୁବିଧା ବୃଦ୍ଧି କରାଯାଇଛି। ବିହାରର ୭୧ଟି ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ସ୍ତରର ଅଧିକାରୀମାନେ ଏହିପରି ଚାରି ଲକ୍ଷରୁ ଅଧିକ ଚୟନକର୍ତ୍ତାଙ୍କ ନିକଟରେ ପହଞ୍ଚିଛନ୍ତି। ଅବଶିଷ୍ଟ ଭୋଟରମାନେ ମତଦାନ ଦିନ ବୁଥରେ ଆସି ମତଦାନ କରିବେ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅକ୍ଟୋବର ୨୮ରେ ରାଜ୍ୟର ୧୬ଟି ଜିଲ୍ଲାର ୭୧ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ଡାକ ବାଲଟ ପ୍ରକ୍ରିୟାରେ ବୁଥ୍ ଲେଭଲ୍ ଅଫିସର ବିଜ୍ଞପ୍ତି ପ୍ରକାଶ ପାଇବାର ପାଞ୍ଚ ଦିନ ମଧ୍ୟରେ ଭୋଟରମାନଙ୍କ ଘରୁ ଭରାଯାଇଥିବା ୧୨-ଡ଼ି ଫର୍ମ ସଂଗ୍ରହ କରିବେ ଏବଂ ଏହାକୁ ତୁରନ୍ତ ଜମା କରିବେ। ବିହାରରେ ପରବର୍ତ୍ତୀ ଦୁଇଟି ପର୍ଯ୍ୟାୟରେ ଏବଂ ଅନ୍ୟ ସମସ୍ତ ରାଜ୍ୟରେ ଆଗାମୀ ଦିନରେ ନିର୍ବାଚନରେ ଏହି ପ୍ରକ୍ରିୟା ଜାରି ରହିବ ଫଳରେ କରୋନା ଅବଧି ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଅଧିକ ନିରାପଦ ହୋଇପାରିବ।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories