www.samajalive.in
Monday, December 15, 2025
17.1 C
Bhubaneswar

ଭାରତରେ ଜର୍ମାନୀ ଘରକରଣାର ଆଦର

ଏକବିଂଶ ଶତାବ୍ଦୀରେ ଲୋକଙ୍କ ମାନସିକତାରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ବର୍ତ୍ତମାନ ସମୟରେ କେବଳ ମହିଳାମାନେ ନୁହେଁ, ବରଂ ପୁରୁଷମାନେ ମଧ୍ୟ ଘର ସାଜସଜ୍ଜା, ରୋଷେଇବାସରେ ମନ ଦେଉଛନ୍ତି। ଆଜିର ସ୍ମାର୍ଟ ଯୁଗରେ ଲୋକେ ନିଜ ରୋଷେଇ ଘର ସାଜସଜ୍ଜାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ମନ ଊଣା କରୁନାହାନ୍ତି। ମେଟ୍ରୋ ସହରରେ ଏବେ ଅଧିକାଂଶ ମଡ୍ୟୁଲାର କିଚେନ୍‌‌ରୁ ଆଉ ପାଦେ ଆଗେଇ ଜର୍ମାନୀ ଓ ରୁଷିଆ ଦେଶର ଢାଞ୍ଚା ଅନୁସାରେ ରୋଷେଇ ଘର ତିଆରି କରିବାକୁ ତଥା ସାମଗ୍ରୀ ରଖିବାକୁ ପସନ୍ଦ କରୁଥିବାର ଦେଖାଯାଉଛି। ଭାରତୀୟ ଗ୍ରାହକଙ୍କୁ ଦାମୀ ତଥା ସୁସଜ୍ଜିତ ଜର୍ମାନୀ ଷ୍ଟାଇଲ୍‌ର ରୋଷେଇ ଶାଳ ଭେଟିଦେବାରେ ସହାୟତା କରୁଛନ୍ତି ମୁମ୍ବଇ ନିବାସୀ ଦମ୍ପତି ହମେନ୍ଦ୍ର ଓ ରତି ଶର୍ମା। ଆଜି ସେମାନଙ୍କ ଏଇ ବ୍ୟବସାୟ ସଫଳତାରେ ପହଞ୍ଚିବା ସହ ଝିଅ ସୁକୃତି ଶର୍ମା ମଧ୍ୟ ପ୍ରମୁଖ ଦାୟିତ୍ବ ନେଇଛନ୍ତି। ୧୯୯୮ରେ ଏଇ ଦମ୍ପତି ଜାପାନ ଯାତ୍ରା କରିଥିବାବେଳେ ସେଠା ଷ୍ଟେସନ୍ ପାଖରେ ଥିବା ଜର୍ମାନୀ ଷ୍ଟୋର୍ ‘ପୋଗନ୍‌ପେହାଲ୍‌’କୁ ବରାବର ଲକ୍ଷ୍ୟ କରୁଥିଲେ। ବିଭିନ୍ନ ପ୍ରକାରର ଦାମୀ ରୋଷେଇ ସାମଗ୍ରୀ ସହ କିଚେନ୍ ଡିଜାଇନ୍ ମଧ୍ୟ ସେଠାରେ ଥିଲା। ଭାରତରେ ଏଇଭଳି ଏକ ଦୋକାନ କରିବାକୁ ସେମାନେ ସ୍ଥିର କଲେ। ଉଭୟେ ପତି-ପତ୍ନୀ ବ୍ୟବସାୟୀ ପରିବାରର ହୋଇଥିବାରୁ ବ୍ୟବସାୟର ବୁଦ୍ଧି ସେମାନଙ୍କ ପାଖରେ ଥିଲା। ହେଲେ ପରିବାରଲୋକ ଚାହୁଁନଥିଲେ, ସେମାନେ ଏଇ ବ୍ୟବସାୟରେ ମନୋନିବେଶ କରନ୍ତୁ। କାରଣ ଭାରତରେ ଲୋକେ ଦାମୀ ରୋଷେଇ ସାମଗ୍ରୀ କିଣିବାକୁ ବା କାହିଁ ଆଗ୍ରହ ପ୍ରକାଶ କରିବେ ବୋଲି ସେମାନଙ୍କ ମତ ଥିଲା। ହେଲେ ହମେନ୍ଦ୍ର ଓ ରତି ସେମାନଙ୍କ ନିଷ୍ପତ୍ତିରୁ ନ ଓହରି ବରଂ ୧୯୯୮ରେ ‘ଏସଆଇଏସ୍‌ ଇମ୍ପୋଟର୍ସ’ର ଶୁଭାରମ୍ଭ କଲେ। ମୁମ୍ବଇରେ ପ୍ରଥମେ ସେମାନେ ଏକ ଛୋଟ ଘର ଭଡ଼ା ନେଇ ଦୋକାନର ଆରମ୍ଭ କଲେ। ଗ୍ରାହକ ଆସୁଥିଲେ ସତ, ହେଲେ ଦାମ୍‌ ଦେଖି ପଛଘୁଞ୍ଚା ଦେଉଥିଲେ। କିଛି ମାସ ପରେ ସେମାନଙ୍କ ବ୍ୟବସାୟ ବଢ଼ିଲା। ପ୍ରଥମେ ଶିଳ୍ପପତି ପରେ ସିନେତାରକାମାନେ ତାଙ୍କ ଦୋକାନରେ ଏଇ ଜର୍ମାନୀ ବ୍ରାଣ୍ଡର ଜିନିଷ ନେବାକୁ ଭିଡ଼ ଲଗାଇଲେ। ସଲମାନ୍ ଖାନ୍‌ଙ୍କ ମା’ ସଲମା ଖାନ୍ ତାଙ୍କ ଦୋକାନର ନିୟମିତ ଗ୍ରାହକ। ସଲମାନ୍ ରହୁଥିବା ଗ୍ୟାଲାକ୍ସି ଆପାର୍ଟମେଣ୍ଟର ରୋଷେଇ ଘରର ଡିଜାଇନ୍ ମଧ୍ୟ ଏହି କମ୍ପାନୀ କରିଥିଲା। ପରେପରେ ଗ୍ରାହକଙ୍କ ସଂଖ୍ୟା ବଢ଼ିଲା। ଝିଅ ସୁକୃତି ଲଣ୍ଡନର କିଙ୍ଗସ୍‌ କଲେଜରେ ପାଠ ପଢ଼ିବା ପରେ ସେଠାରେ ଥିବା ‘ପୋଗନ୍‌ପେହାଲ୍’ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ କରି ମୁମ୍ବଇ ଫେରିଥିଲେ। ଏହା ପରେ ସେ ଏଇ ବ୍ୟବସାୟକୁ ନୂଆ ରୂପ ଦେଇଛନ୍ତି। ଏସ୍‌ଆଇଏସ୍‌ ଇମ୍ପୋଟର୍ସର ନାମ ପରିବର୍ତ୍ତନ କରି ସେ ‘ପଲ୍ସଚ’ ରଖିଛନ୍ତି। ଭାରତର ମହାନଗରୀଗୁଡ଼ିକରେ ତାଙ୍କର ଶୋରୁମ୍ ଥିବାବେଳେ ମୋଟ୍ ୮୦ଜଣ କର୍ମଚାରୀ କାମ କରୁଛନ୍ତି। ଯେତେବେଳେ ସୁକୃତି ବ୍ୟବସାୟରେ ପାଦ ଦେଲେ, ବନ୍ଧୁବାନ୍ଧବଙ୍କ ତାତ୍ସଲ୍ୟ ଶୁଣିବାକୁ ମିଳିଥିଲା। ବ୍ୟବସାୟରେ ଝିଅକୁ ପ୍ରବେଶ କରାଇବା ମୁର୍ଖାମି ବରଂ ଝିଅର ବିବାହ କରାଇ ଦେବାକୁ ଅନେକ ପରାମର୍ଶ ଦେଇଥିଲେ। ସୁକୃତି ସେସବୁକୁ କର୍ଣ୍ଣପାତ ନ କରି ନିଜ ଲକ୍ଷ୍ୟରେ ଆଗେଇ ସଫଳ ହୋଇପାରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories