www.samajalive.in
Saturday, December 6, 2025
23.1 C
Bhubaneswar

ବିଜୟାରାଜେଙ୍କ ସମ୍ମାନାର୍ଥେ ସ୍ମାରକୀ ମୁଦ୍ରା ଉନ୍ମୋଚିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ସୋମବାର ଏକ ସ୍ମାରକୀ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି। ବିଜୟାରାଜେ ସିନ୍ଧିଆ ଗୋଆଲିଅରର ରାଜମାତା ଭାବେ ପରିଚିତ ଥିଲେ। ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରାଜମାତା ସିନ୍ଧିଆଙ୍କର ଜୀବନ ଓ କର୍ମ ସର୍ବଦା ଦେଶର ଗରିବ ଲୋକଙ୍କ କଲ୍ୟାଣାର୍ଥେ ଉତ୍ସର୍ଗୀକୃତ ଥିଲା। ତାଙ୍କ ଜୀବନର ଅଧିକାଂଶ ସମୟ ସେ ଲୋକମାନଙ୍କର ସେବାରେ କଟାଇଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି। ରାଜମାତା ସିନ୍ଧିଆ ବିଗତ ଶତାବ୍ଦୀରେ ଦେଶର ରାଜନୀତିକୁ ଦିଗ୍‍ଦର୍ଶନ ଦେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶର ଭବିଷ୍ୟତ ଓ ଭବିଷ୍ୟତ ପିଢ଼ିର ମଙ୍ଗଳ ପାଇଁ ରାଜମାତା ତାଙ୍କ ଜୀବନକୁ ଉର୍ତ୍ସୀଗୃତ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶରେ ଘଟିଥିବା ବିକାଶ ଓ ଉନ୍ନତିର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜମାତା ସିନ୍ଧିଆ ଜୀବିତ ଥିଲେ ଏ ସବୁ ଦେଖି ବହୁତ ଖୁସି ହୋଇଥାନ୍ତେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଅଂଶ ଗ୍ରହଣ କରିଥିଲେ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories